ହେଡଲାଇନସ୍:

୭୪ ଜଣ ଶିକ୍ଷକଙ୍କୁ ଲେବେଲ୍‌-୩ ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଗଜପତି ଜିଲ୍ଲାର ୭୪ ଜଣ ଶିକ୍ଷକଙ୍କୁ ଲେବେଲ୍‌-୩ ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ପ୍ରଦାନ କରିଛନ୍ତି ।

 ଜିଲ୍ଲାର ବରିଷ୍ଠ ଶିକ୍ଷକଙ୍କ ମଧ୍ୟରୁ କାଶୀନଗର ବ୍ଲକରୁ ୧୩ ଜଣ, ଗୁମ୍ମା ବ୍ଲକରେ ୧୨ ଜଣ, ଗୋଷାଣୀ ବ୍ଲକର ୨୨ ଜଣ, ମୋହନା ବ୍ଲକର ୭ ଜଣ, ନୂଆଗଡ ବ୍ଲକର ୫ ଜଣ, ରାୟଗଡ ବ୍ଲକର ୧୦ ଜଣ ଓ ଆର୍‌.ଉଦୟଗିରି ବ୍ଲକର ୫ ଜଣଙ୍କୁ ପ୍ରଧାନ ଶିକ୍ଷକ ରୂପେ ପଦନ୍ନୋତି ପ୍ରଦାନ କରାଯାଇଛି ।

 ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ବିଭିନ୍ନ ବ୍ଲକ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ପଦନ୍ନୋତି ଆଦେଶ ପ୍ରଦାନ କରାଯାଇଥିଲା । ଅନୁରୂପ ଭାବେ କାଶୀନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଗୋଷ୍ଠୀ ଶିକ୍ଷାଧିକାରୀ ଡ.ବୃଷକେତୁ ଦାଶ ବ୍ଲକର ୧୩ ଜଣ ଶିକ୍ଷକଙ୍କୁ ପଦୋନ୍ନତି ପତ୍ର ପ୍ରଦାନ କରିଥିଲେ।

 କାଶୀନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପଦୋନ୍ନତି ପତ୍ର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଉକ୍ତ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଟି.କିଶୋର କୁମାର , ସି.ଆର୍‌.ସି.ସି ଗୋପାଳ ରାଓ , ବସନ୍ତ ମିଶ୍ର , ମୋହନ ରାଓ , ଶ୍ରୀନିବାସ ରାଓ , ରମାକାନ୍ତ ହୋତା ଓ ପଣ୍ଡିତ ସି.ଏଚ୍‌. ଭେଙ୍କଟ ରାଓ ପ୍ରମୁଖ ପ୍ରଧାନ ଶିକ୍ଷକଙ୍କୁ ଉଦ୍‌ବୋଧନ ଦେଇଥିଲେ । ହେମା କୁମାର , ଭାସ୍କର ପାତ୍ର ଉତ୍ସବ ପରିଚାଳନା କରିଥିଲେ।

0
0
0
s2sdefault