ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ପ୍ରଧାନମନ୍ତ୍ରୀ ଫସଲବିମା ପ୍ରଦାନ ଦାବିରେ ରାଜରାସ୍ତାକୁ ଓଲ୍ଲାଇଲେ କ୍ଷତିଗ୍ରସ୍ତ ଚାଷି । ସମ୍ବଲପୁର ସୋନପୁର ରାଜପଥ ର ଧମା ବ୍ରିଜ ଉପରେ ଦୁଇଘଣ୍ଟା ଧରି ରାସ୍ତାରୋକ କଲେ କ୍ଷତିଗ୍ରସ୍ତ ଚାଷି । ତେବେ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିବା ବେଲେ ପ୍ରଶାସନ ଯଦି ପ୍ରତିଶ୍ରୁତି ପୁରଣରେ ଟାଲଟୁଲ ନିତି ଅବଲମ୍ବନ କରେ ଆଗକୁ ନିଣ୍ଣାୟକ ଲଡେଇ ସହ ସମସ୍ତ ପ୍ରଶାସନିକ କଳକୁ ଚାଷି ଅଚଲ କରିଦେବେ ବୋଲି ଚେତାବନୀ ଦେଇଛନ୍ତି ଚାଷି ।
ସମ୍ବଲପୁର ଜିଲ୍ଲା ରେ ଚାଷି ଙ୍କ ରାସ୍ତାରୋକ ,ଦୁଇଘଣ୍ଟା ଧରି ଅବରୋଧ ହେଲା ସମ୍ବଲପୁର ସୋନପୁର ରାଜପଥ । ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଳକ ଡକରା ପଞ୍ଚାୟତ ର ସତାଧିକ ଚାଷି ୨୦୧୮ ବର୍ଷ ର ପ୍ରଧାନମନ୍ତ୍ରୀ ଫସଲବିମା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ଏନେଇ ଚାଷି ମାନେ କୄଷି କାଯ୍ୟାଲୟ ,ଜିଲ୍ଲାପାଳ କାଯ୍ୟାଲୟ , ବ୍ଳକ ପ୍ରସାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ବି ଦୁଇବର୍ଷ ହେଲା ଚାଷି ଫସଲବିମା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହା ସହ ଗତମାସ ୧୪ ତାରିଖ ଦିନ ଫସଲ ବିମା ପ୍ରଦାନ ଦାବିରେ ଚାଷି ନିଜ ହକ ପ୍ରଦାନ ଦାବିରେ ୪୦ କିମି ପଦଯାତ୍ରା କରି ମାନେଶ୍ୱର ତହସିଲ ବାହାରେ ଧାରଣା ମଧ୍ୟ ଦେଇଥିଲେ । ତେବେ ବାରମ୍ବାର ଦାବି ପରେ ମଧ୍ୟ ନିଜର କ୍ଷତିଗ୍ରସ୍ତ ଚାଷର କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଥିବା ଚାଷି ବୁଧବାର ସମ୍ବଲପୁର - ସୋନପୁର ରାଜରାସ୍ତା ର ଧମା ବ୍ରିଜ ଉପରେ ରାସ୍ତାରୋକ କରି ପ୍ରତିବାଦ କରିଛନ୍ତି । ଆନ୍ଦୋଳନ ସ୍ଥଲରେ ଧମା ଥାନା ଅଧିକାରୀ ଓ ମାନେଶ୍ୱର ତହସିଲଦାର ପହଞ୍ଚି ଆନ୍ଦୋଳନ କାରି ଚାଷି ଙ୍କ ଆଲୋଚନା କରୁଥିବା ବେଲେ ଫସଲବିମା ପ୍ରଦାନ କେବେ କରାଯିବ ତାହା ଲିଖିତ ଭାବରେ ପ୍ରତିଶ୍ରୁତି ନ ମିଲିବା ଯାଏ ରାସ୍ତାରୋକ ଯାରି ରହିବ ବୋଲି ଚାଷି ସଂଗଠନ ର ସଭ୍ୟ ମାନେ କହିଛନ୍ତି ।
ଏହି ରାସ୍ତାରୋକ ପାଇଁ ସମ୍ବଲପୁର ସୋନପୁର ରାଜପଥ ର ଧମା ବ୍ରିଜ ଉପରେ ସହ ସହ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ମାନେଶ୍ୱର ବ୍ଳକର ଡକରା ପଞ୍ଚାୟତ ର ବୀର ବଜରଙ୍ଗ କୄଷକ ସଂଗଠର ସତାଧିକ ଚାଷି ପ୍ରାୟ ଦୁଇଘଣ୍ଟା ଧରି ରାଜପଥ ଅବରୋଧ କରିବା ପରେ ପୋଲିସ ପ୍ରସାସନ ପକ୍ଷରୁ ସଦର ପୋଲିସ ଏସଡିପିଓ ,ଜିଲ୍ଲା ମୁଖ୍ୟ କୄଷି ଅଧିକାରୀ ,ମାନେଶ୍ୱର ତହସିଲଦାର ପହଞ୍ଚି ଚାଷି ସହ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ଚାଷି ଙ୍କ କ୍ଷତିପୂରଣ ବିମା ରାଶି ୧୫ ଦିନ ମଧ୍ୟରେ ପ୍ରଦାନ ପାଇଁ ପ୍ରସାସନ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।
ପ୍ରସାସନ ର ପ୍ରତିଶ୍ରୁତି ପରେ ଚାଷି ଙ୍କ ରାସ୍ତାରୋକ ହଟିଥିଲା ତେବେ ଦେଖିବାକୁ ବାକି ରହିଲା ଯେ ପ୍ରସାସନ ତାର ପ୍ରତିଶ୍ରୁତି ପୁରଣ କରୁଛି ନା ପୁଣି ପ୍ରତିଶ୍ରୁତି ପାଣି ର ଗାର ରେ ପରିଣତ ହେଉଛି ।