ହେଡଲାଇନସ୍:

ବରିଷ୍ଠ  ରାଜନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଜର ସ୍ୱତନ୍ତ୍ର ଉପସ୍ଥାପନା ଶୈଳି ପାଇଁ ବିରଳ ପରିଚୟ ସୃଷ୍ଟି କରିଥିଲେ - ଧର୍ମେନ୍ଦ୍ର ପ୍ରଧାନ

• ରାଜ୍ୟର ରାଜନୈତିକ ଓ ସାମାଜିକ ଜୀବନରେ ଅପୂରଣୀୟ କ୍ଷତି

• ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦିନରାତି ଲାଗି ରହିବା ଥିଲା ତାଙ୍କର ପସନ୍ଦ

ଭୁବନେଶ୍ୱର - ପିପିଲି ବିଧାୟକ ତଥା ରାଜ୍ୟରବରିଷ୍ଠ  ରାଜନେତା ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ଖବରରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି ପିପିଲି ବିଧାୟକ ତଥା ରାଜ୍ୟର ବରିଷ୍ଠ  ରାଜନେତା ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ  । ଶ୍ରୀଯୁକ୍ତ ମହାରଥୀ ଜଣେ ଖୁସ୍ ମିଜାସ୍ ସ୍ୱଭାବର ବ୍ୟକ୍ତି ଥିଲେ । କୌଣସି ବି ପ୍ରସଙ୍ଗରେ ରୋକଠୋକ୍ ଭାବରେ ନିଜର ମତ ରଖିବା ସହ ସ୍ୱତନ୍ତ୍ର ଉପସ୍ଥାପନା ଶୈଳି ପାଇଁ ଏକ ବିରଳ ପରିଚୟ ସୃଷ୍ଟି କରିଥିଲେ  ।

ସବୁବେଳେ ଲୋକଙ୍କ ସାଙ୍ଗରେ ରହିବା ଓ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦିନରାତି ଲାଗି ରହିବା ଥିଲା ତାଙ୍କର ପସନ୍ଦ  । ତାଙ୍କ ବିୟୋଗରେ ରାଜ୍ୟର ରାଜନୈତିକ ଓ ସାମାଜିକ ଜୀବନରେ ଏକ ଅପୂରଣୀୟ କ୍ଷତି ହେଲା  ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଦୁଃଖ ସମୟରେ ପରିବାର ବର୍ଗକୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ  । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି । 

0
0
0
s2sdefault