ହେଡଲାଇନସ୍:

ବେଆଇନ କରତକଲରେ ବନବିଭାଗର ଚଢ଼ଉ : ମୂଲ୍ୟବାନ କାଠସହ ମେସିନ ,ଟ୍ରାକ୍ଟର ଜବତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅଁଏଲାଭଟା ଗ୍ରାମରେ ବହୁଦିନରୁ ଚାଲୁଥିଲା ବିପୁଳ ଚୋରା କାଠକାରବାର ଖବର ପାଇ ବନବିଭାଗ ଚଢ଼ାଉକରିଥିଲା , ସେଠାରେ ବିପୁଳ  ପରିମାଣର ସାବୁଆନକାଠ ଜବତ କରିଛି ବନବିଭାଗ । ବନବିଭାଗ କିଛିଦିନ ପୂର୍ବରୁ ଖବର ପାଇଁଥିଲା ତାର ସୂତ୍ରରୁ ବିପୁଳ କାଠ କାରବାର ର ,ଖବର ପାଇବା ପରେ ପାଇକମାଲ ,ପଦ୍ମପୁର ଗାଇସିଲେଟ ର ବନବିଭାଗ ମିଳିତ ଭାବରେ  ଏକଟିମ ଗଠନ କରିଥିଲା ଓ ରାତିରେ  ଚଢ଼ାଉ କରିଥିଲା । ସେଠାରେ ଗଛ କାଟିବା ପାଇଁ କରତକଲ ତିଆରି କରିଥିଲା କାଠମାଫିଆ ଏବଂ ଚୋରାରେ ମୂଲ୍ୟବାନ  ଗଛ କାଟି ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରୀ କରୁଥିଲେ କାଠ ମାଫିଆ  । ବନବିଭାଗ ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ କରିଛି ,ତାସହ ଦୁଇଟି ବାଇକ ,କାଠ କାଟିବା ବ୍ୟାବହୃତ ମେସିନ ଓ ଗୋଟିଏ ଟାକ୍ଟର ଜବତ କରିଛି ବନବିଭାଗ । ଏଥିରେ ସମ୍ପୄକ୍ତ ଥିବା ତିନିଜଣ ବିଜେପୁର ଥାନା ଅଞ୍ଚଳର  ଦୂତୀୟ ସା,ସୁରେନ୍ଦ୍ର ନାଏକ,ସହଦେବ ସାହୁଙ୍କୁ ଅଟକ ରଖିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

0
0
0
s2sdefault