ହେଡଲାଇନସ୍:

ଓଡିଆ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତାକୁ ବଢାଇବ ନୂଆ ଶିକ୍ଷାନୀତି - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• ମାଇଁଏନଇପିରେ ପଞ୍ଜିକୃତ କରିଛନ୍ତି ଓଡ଼ିଶାର ୪୦ ହଜାରରୁ ଅଧିକ ଆମ୍ବାସେଡ଼ର

• ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷାର ସ୍ୱାଧୀନତା ଓ ସ୍ୱାୟତ୍ତତା ବଢ଼ିବ

• ଭାରତ ସରକାରଙ୍କ ପ୍ରଣୀତ ନୂଆ ଶିକ୍ଷାନୀତିରେ ମାତୃଭାଷାକୁ ସର୍ବାଧିକ ଗୁରୁତ୍ୱ

• ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ଆଗ୍ରହକୁ ବିକଶିତ କରିବା ସହ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିବ

• ଏସସି, ଏସଟି ଓ ଆର୍ଥିକ  ଦୁର୍ବଳ ଶ୍ରେଣୀର ପଛୁଆ ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ସୃଷ୍ଟି କରିବ

• ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ)  – ଓଡିଶାର ମୂଳ ପୁଞ୍ଜି ହେଲା ଶିକ୍ଷା ଓ ରାଜ୍ୟରେ ଅନେକ ବୁଦ୍ଧିମାନ ଲୋକମାନେ ଅଛନ୍ତି  । ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ କରିବାର କ୍ଷମତା ରଖୁଥିବା ଗରିବ ଘରର ପିଲାର ପାଠ ସହ ଶିକ୍ଷା ଯୋଡ଼ିହୋଇ ରହିଛି  । ଏହି ନୂତନ ଶିକ୍ଷାନୀତି ଦ୍ୱାରା ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତାର ବିକାଶ କରିବାରେ ସହାୟକ ହେବ ବୋଲି ବୁଧବାର ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଓ ଥିଙ୍କ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ମୋ ନୂତନ ଶିକ୍ଷାନୀତି(ମାଇଁଏନଇପି)-ଓଡ଼ିଶା ଆମ୍ବାସେଡ଼ର ସମ୍ବାଦ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

ଏକବିଂଶ ଶତାବ୍ଦୀରେ ନୂତନ ଶିକ୍ଷାନୀତିର ଆବଶ୍ୟକତା ଓ ଭୂମିକା ଉପରେ ଆଲୋଚନା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଏକବିଂଶ ଜ୍ଞାନ ଆଧାରିତ ଶତାବ୍ଦୀ  । ସମାଜ ଆଧୁନିକ, ବୈଜ୍ଞାନିକ ଓ ପ୍ରଗତିଶୀଳ ନହେଲେ ପଛରେ ପଡ଼ିଯିବ  । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଶିକ୍ଷାନୀତି ଆରମ୍ଭ କରିଛନ୍ତି  । ନୂତନ ଶିକ୍ଷା ବ୍ୟବସ୍ଥା ଦ୍ୱାରା ଦେଶରେ ବିଶ୍ୱସ୍ତରୀୟ ଶିକ୍ଷା ତିଆରି ହେବ ଅର୍ଥାତ୍  ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ ଏବଂ ଶିକ୍ଷାର ସ୍ୱାଧୀନତା ଓ ସ୍ୱାୟତ୍ତତା ବଢ଼ିବ  ।

ଶ୍ରୀ ପ୍ରଧାନ କହିଛନ୍ତି ଦୀର୍ଘ ତିନି ଦଶନ୍ଧି ପରେ ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ନୂଆ ଶିକ୍ଷାନୀତିରେ ତ୍ରିଭାଷା ଯଥା ଇଂରାଜୀ, ହିନ୍ଦି ଓ ଆମର ମତ ଏବଂ ଭାବନାକୁ ପରିପ୍ରକାଶ କରୁଥିବା ଆଞ୍ଚଳିକ ଭାଷା ବା ମାତୃଭାଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି  । ଏହା ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ଆଗ୍ରହକୁ ବିକଶିତ କରିବା ସହ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିବ  । ଶିକ୍ଷା ସମାଜରେ ନୂଆ ଆତ୍ମବିଶ୍ୱାସ ତିଆରି କରିବା ପାଇଁ ଏବଂ ଜ୍ଞାନ ସମାଜକୁ ପରିବର୍ତ୍ତନ କରିବାରେ ସହାୟକ ହୋଇଥାଏ  । ଆମ ଶିକ୍ଷା ବ୍ୟବସ୍ଥା ରୋଜଗାର  ସହ ଯୋଡ଼ି ହୋଇଛି  । ଏହାକୁ ଆଧାର କରି ନୂଆ ଜାତୀୟ ଶିକ୍ଷାନୀତିରେ ଛାତ୍ରଛାତ୍ରୀଙ୍କ ଉଭୟ ଦକ୍ଷତା ଏବଂ ଚାକିରିକୁ ଗୁରୁତ୍ୱ ଦିଆଯାଇଛି  ।

ସ୍ୱାଧୀନତୋର ଭାରତରେ ଆମ ଦେଶରେ ଗବେଷଣା କ୍ଷେତ୍ରରେ ଅପାର ସମ୍ଭାବନା ରହିଛି ଓ ଅଧିକ ବୌଦ୍ଧିକ କ୍ଷମତା ଥିବା ଲୋକମାନେ ଅଛନ୍ତି  । ନୂଆ ଶିକ୍ଷାନୀତି ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ

ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିବ  । ତେବେ ଶିକ୍ଷାବିତ୍, ଶିଳ୍ପାନୁଷ୍ଠାନ  ଏବଂ ସରକାର ମିଳିତ ଭାବେ ଗବେଷଣା ଆଧାରିତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି  । ନୂଆ ଶିକ୍ଷା ନୀତି ରୋଜଗାର, ସ୍ୱରୋଜଗାର ବଢ଼ଇବା ପାଇଁ ସାହାଯ୍ୟ କରିବା ସହ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଆର୍ଥିକ  ଦୁର୍ବଳ ଶ୍ରେଣୀର ପଛୁଆ ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ସୃଷ୍ଟି କରିବ  । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ନିଜେ ଆତ୍ମନିର୍ଭର ହେବେ ଓ ଦେଶ ମଧ୍ୟ ଆତ୍ମନିର୍ଭର ହେବ  ।

ଶିକ୍ଷାବିତ୍ ବିଶେଷଜ୍ଞମାନେ ଦେଶରେ ଭାରତର ଆତ୍ମା ଓ ଭାରତୀୟତା ଆଧାରିତ ଗୋଟିଏ ବୈଷୟିକ ଶିକ୍ଷା ବ୍ୟବସ୍ଥା ତିଆରି କରାଯିବା ନେଇ ମତପୋଷଣ କରୁଥିଲେ  । ନାଳନ୍ଦା କେବଳ ଇତିହାସ କିମ୍ବା ଲୋକକଥା ନଥିଲା  । ଆଜି ସେହି ପୃଷ୍ଠଭୂମିରେ ନୂଆ ନୂଆଶିକ୍ଷା ନୀତି ଆରମ୍ଭ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି  । ଉଲ୍ଲେଖନୀୟ ଯେ, ମାଇଁଏନଇପିରେ ସ୍ୱେଚ୍ଛାକୃତ ଭାବରେ ପଞ୍ଜିକୃତ କରିଥିବା ଓଡ଼ିଶାର ୪୦ ହଜାରରୁ ଅଧିକ ଆମ୍ବାସଡ଼ରମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ  । 

 

0
0
0
s2sdefault