ହେଡଲାଇନସ୍:

ଏନଏଲସି ଇଣ୍ଡିଆ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବିରେ ଲଢେଇ ୫୨ ଦିନରେ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏହା କମ୍ପାନୀର ଦାଦାଗିରୀ ନା ପ୍ରଶାସନର ଉଦାସୀନତା, ଲୋକେ କେବେ ପାଇବେ ସେମାନଙ୍କର ହକ 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ )-  ସମ୍ବଲପୁର ଜିଲ୍ଲା ଖିଣ୍ଡା ତଲାବିରା ଠାରେ କୋଇଲା ଉତ୍ତୋଳନ ପାଇଁ କାର୍ଯ୍ୟରତ ଏନଏଲସି ଇଣ୍ଡିଆ କମ୍ପାନୀରେ ଜମିହରାଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ କର୍ମଜୀବି ଏକତା ସଂଗଠନ ପକ୍ଷରୁ ଚାଲିଥିବା ରିଲେ ଅନଶନ ଆଜି ୫୨ ଦିନରେ ପହଞ୍ଚି ଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଏ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ନିଆଁ କୋହଲିବା ଆରମ୍ଭ ହେଲାଣି।କର୍ମଜୀବି ଏକତା ସଂଗଠନର ପ୍ରତିଷ୍ଠାତା ଯୁବ ସ୍ବେଚ୍ଛାସେବୀ ହେମନ୍ତ ପାଣ୍ଡେ , ସଭାପତି ପିତାମ୍ବର ବିଶ୍ବାଳ ଏବଂ ଅଞ୍ଚଳର ଯୁବକ ଓ ମହିଳା ମାନେ କରୋନା ପାଇଁ ସାମାଜିକ ଦୂରତ୍ବକୁ ରକ୍ଷା କରି ଗତ ଅଗଷ୍ଟ ୧୦ ତାରିଖରୁ ତଲାବିରା ଠାରେ ଥିବା ଏହି ପ୍ରକଳ୍ପର ଗେଟ ସମ୍ମୁଖରେ ରିଲେ ଅନଶନ ଆରମ୍ଭ କରିଥିଲେ। ପରେ ଲୋକଙ୍କ ହକ ଓ ସମ୍ମାନର ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କୋଭିଡ-୧୯ର ଅବମାନନା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ଆଲ ଦେଖାଇ ପ୍ରଶାସନକୁ ମିଥ୍ଯା ତଥ୍ୟ ପ୍ରଦାନ କରିବା ଫଲରେ ଗତ ୧୫ ତାରିଖ ଦିନ ଆନ୍ଦୋଳନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା।ସଂଗଠନ ପକ୍ଷରୁ ଏହାକୁ ସମ୍ମାନ ଜଣାଇ ଏହି ଆନ୍ଦୋଳନକୁ ତଲାବିରା ଗ୍ରାମ ନିକଟ ଜଟିଆପିପଲକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ଏହି ଆନ୍ଦୋଳନ ଚାଲୁ ରହିଛି। ଏହି ଆନ୍ଦୋଳନକୁ ଆହୁରି ବ୍ଯାପକ କରିବା ପାଇଁ ୨୯ ତାରିଖ ଠାରୁ ଜିଲ୍ଲାର ୫ଟି ସ୍ଥାନରେ କରାଯାଉଛି।ତଲାବିରା ଜଟିଆପିପଲ,ଖିଣ୍ଡା ସ୍ଥିତ(ଟମପେଲ) ଆଦାନି କମ୍ପାନୀ ସମ୍ମୁଖରେ, ରେଙ୍ଗାଲି ତହସିଲର କାର୍ଯ୍ୟାଳୟ ସମ୍ମୁଖରେ,ଜିଲ୍ଲା ପାଳ ଓ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବଂ  ସମ୍ବଲପୁର ଏନଏଲସି ଇଣ୍ଡିଆ କମ୍ପାନୀ ସମ୍ମୁଖରେ ଏହା ଚାଲୁ ରହିଛି।  

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ତଲାବିରା ୨ ଏବଂ ୩ କୋଇଲା ଖଣିରୁ କୋଇଲା ଉତ୍ପାଦନ ପାଇଁ  ଏନଏଲସି ଇଣ୍ଡିଆ କମ୍ପାନୀକୁ ୩୭ ବର୍ଷ ପାଇଁ ଲିଜରେ ଦିଆଯାଇଛି। ଏନଏଲସି ଇଣ୍ଡିଆ କମ୍ପାନୀ କୋଇଲା ଉତ୍ତୋଳନ ପାଇଁ ଆଦାନି ଠିକା ସଂସ୍ଥାକୁ ଠିକାରେ ଦେଇଛି। ଏହି ପ୍ରକଳ୍ପ ପାଇଁ ସମ୍ବଲପୁର ଏବଂ ସିମାନ୍ତ ଝାରସୁଗୁଡା ଜିଲ୍ଲାର ସରକାରୀ ଏବଂ ବେସରକାରୀ ଜମି ଅଧିଗ୍ରହଣ କରାଯାଇଛି। ସମ୍ବଲପୁର ଜିଲ୍ଲାର ଖିଣ୍ଡା ତଲାବିରା ମୌଜାର ସରକାରୀ ଏବଂ ବେସରକାରୀ ଜମି ଅଧିଗ୍ରହଣ କରାଯାଇଛି। ଏଥିରେ ଉଭୟ ମୌଜାର ପ୍ରାୟ ୧୫୦୦ ପରିବାର ବିସ୍ଥାପିତ ହେବେ।ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିସ୍ଥାପିତ ପରିବାରର ଥଇଥାନ ହୋଇ ନାହିଁ। ଅନ୍ୟ ପକ୍ଷରେ ଜମି ଅଧିଗ୍ରହଣ କରିବା ସହ ତଲାବିରା ଗ୍ରାମ୍ଯ ଜଙ୍ଗଲରୁ ହଜାର ହଜାର ସଂଖ୍ୟକ ବହୁମୂଲ୍ଯ ଗଛଗୁଡିକ କାଟି କମ୍ପାନୀ ସେଠାରେ କୋଇଲା ଉତ୍ତୋଳନ ଆରମ୍ଭ କଲାଣି। କମ୍ପାନୀ ପକ୍ଷରୁ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଅନୁସାରେ କୌଣସି କାର୍ଯ୍ୟ ଆରମ୍ଭ ନ କରି କୋଇଲା ଉତ୍ତୋଳନ ଆରମ୍ଭ କରି ଥିବାରୁ ଅଞ୍ଚଳରେ ତ୍ରିବ ଉତ୍ତେଜନା ପ୍ରକାଶ ପାଇ ଏହା ଆନ୍ଦୋଳନ ରୂପ ନେଉଛି। 

0
0
0
s2sdefault