ହେଡଲାଇନସ୍:

କାହିଁକି ଫାଡ଼ିଲେ ତାରା ବିଶ୍ୱବିଦ୍ୟାଳୟ ଅଧିନିୟମ ସଂଶୋଧନ ବିଲ !!!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଣ କହିବା ପରେ ଫାଡ଼ିଥିଲେ ବିଲ, କଣ ଥିଲା ତାଙ୍କ ଅସନ୍ତୋଷ 

 " ସମୟ ଅନୁସାରେ ନିୟମରେ ପରିବର୍ତ୍ତନ ହେବା ଜରୁରୀ | ଶିକ୍ଷାନୁଷ୍ଠାନକୁ ରାଜନୀତିରୁ ମୁକ୍ତ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ବିଶ୍ୱବିଦ୍ୟାଳୟ ଅଧିନିୟମ ସଂଶୋଧନ ବିଲ ଏକ ବଳିଷ୍ଠ ପଦକ୍ଷେପ । ଏହା ବିଶ୍ୱ ବିଦ୍ୟାଳୟରେ ଶୈକ୍ଷିକ ଓ ବୌଦ୍ଧିକ ବାତାବରଣ ପ୍ରତିଷ୍ଠା କରିବାରେ ସହାୟକ ହେବ ବୋଲି ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ, ଅବସରପ୍ରାପ୍ତ ଶିକ୍ଷା ପ୍ରଶାସକ ଓ ପୁରାତନ ଛାତ୍ର ଓ ଛାତ୍ରନେତା ମତ ଦେଇଛନ୍ତି |" 

ଭୁବନେଶ୍ୱର (ଶାସକ ପ୍ରଶାସକ ) ଶିକ୍ଷାନୁଷ୍ଠାନକୁ ରାଜନୀତିରୁ ମୁକ୍ତ ରଖିବା ପାଇଁ ବିଶ୍ୱବିଦ୍ୟାଳୟ ଅଧିନିୟମ ସଂଶୋଧନ ବିଲ ଏକ ବଳିଷ୍ଠ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ଓ ଶିକ୍ଷାବିତ ମହଲରେ ମତ ପ୍ରକାଶ  ପାଇଛି | ରାଜନୈତିକ ଦୃଷ୍ଟିକୋଣରୁ ବା ରାଜନୈତିକ ପତିଆରା ଜାହିର କରିବା ପାଇଁ ରାଜନୈତିକ ବାଦ ବିବାଦ ଲାଗି ରାହିଥିବା ବେଳେ ଗତକାଲି ରାଜ୍ୟ ବିଧାନସଭାରେ ଏହି ବିଲ ଆଗତ ବେଳେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ତାହାକୁ କିଛି ବୁଦ୍ଧିଜୀବୀ ସହଜରେ ଗ୍ରହଣ କରିପାରି ନାହାନ୍ତି |  କଣ ମତ ରଖି ଶ୍ରୀ ବାହିନୀପତି ବିଲକୁ ଫାଡ଼ିଲେ ତାହାକୁ ନେଇ ସମସ୍ତେ ଅସ୍ପଷ୍ଟ | ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୦ ଆଗତ ହୋଇଥିବା ବିଷୟରେ ବିଭିନ୍ନ ଗଣମାଧ୍ୟମରେ ବିଧାନସଭାର ଆଲୋଚନା ସମ୍ପର୍କରେ  ପ୍ରକାଶ ପାଇଛି । ହେଲେ ପ୍ରମୁଖତା ପାଇଛି ଯେ ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି ବିଲଟିକୁ ଚିରି ଦେଲେ । ତେବେ ଶ୍ରୀ ବାହିନୀପତି ବିଧାନ ସଭା ଭିତରେ ଏ ବିଲ ଉପରେ କଣ କହିଲେ ଏବଂ କଅଣ ମନ୍ତବ୍ୟ ଦେଇସାରି ବିଲଟିକୁ ଚିରି ଦେଲେ, ଏ କଥା ସ୍ପଷ୍ଟ ଭାବେ ପ୍ରାୟତଃ କୌଣସି ସ୍ଥାନରେ ଉଲ୍ଲେଖ ହୋଇନାହିଁ | 

ଏଠି ପାଠକ ମାନଙ୍କୁ ଆମେ ଜଣାଇ ଦେବାକୁ ଚାହିଁବୁ ମାନ୍ୟବର ବିଧାୟକ ତାରା ପ୍ରସାଦ ବାହିନୀପତି ମହୋଦୟ କଅଣ କହିଲେ ଏବଂ କଅଣ କହି ବିଲଟିକୁ ଚିରି ଦେଲେ । ଶ୍ରୀ ବାହିନୀପତି ତାଙ୍କ ବକ୍ତବ୍ୟରେ କହିଲେ ଯେ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟଗୁଡିକ ନିମନ୍ତେ ଏମ.ଏଲ୍‌.ଏ. ଲ୍ୟାଡରୁ ୫୦ଲକ୍ଷ ଟଙ୍କା ଦେବା ନିମନ୍ତେ ସ୍ଥିରିକୃତ ହୋଇଛି । କିନ୍ତୁ ଆମକୁ ମହାବିଦ୍ୟାଳୟଗୁଡିକର ଗର୍ଭଣ୍ଣିଂ ବଡିର ସଭାପତି ଏପରିକି ସଦସ୍ୟ ଭାବରେ ରଖାଯିବ ନାହିଁ ବୋଲି ସରକାରଙ୍କ ଦ୍ୱାରା ଆଗରୁ ନିଷ୍ପତ୍ତି ହୋଇଛି । ଏହା କହି ଶ୍ରୀ ବାହିନୀପାଟି ବିଲ ଟିକୁ ଚିରି ଦେଇଥିଲେ | ବିଲଟି ଚିରିବା ପୂର୍ବରୁ ସେ ଏଇଆ କହିଥିଲେ ଆଉ ଯଦି ବିଧାୟକ ମାନେ ଗର୍ଭଣ୍ଣିଂ ବଡିର ସଭାପତି ଏପରିକି ସଦସ୍ୟ ଭାବରେ ରଖାଯିବ ନାହିଁ, ତେବେ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ କାହିଁକି ଦେବେ !! ଆପାତତଃ ଏଇଆ ବୋଧେ ତାଙ୍କ ଅସନ୍ତୋଷର କାରଣ ଥିଲା ବୋଲି ଯେ କେହି ଅନୁମାନ କରିବ  | ସେହିପରି ଔପଚାରିକତା ବା ଆଳଙ୍କରିକ ବ୍ୟବସ୍ଥା ଭାବେ ଗତାନୁଗତିକ ରୀତିରେ ରହି ଆସିଥିବା  ସିନେଟ ବ୍ୟବସ୍ଥା ଉଛେଦ ହେବା ଦ୍ୱାରା ଏମ୍‌.ଏଲ୍‌.ଏ ମାନେ ଆଉ ବିଶ୍ୱବିଦ୍ୟାଳୟକୁ ଯାଇପାରିବେ ନାହିଁ | ତାହା ବି ତାଙ୍କର ବି ଅନ୍ୟ ଏକ ଉଦବେଗ ହୋଇଥାଇପାରେ | ଏସବୁକୁ  ବିରୋଧ କରି ଶ୍ରୀ ବାହିନୀପତି ବିଲଟିକୁ ଚିରି ଦେଲେ । ମାନ୍ୟବର ବିଧାୟକଙ୍କ ବାସ୍ତବ ଅସନ୍ତୋଷର କାରଣ ନିହାତି ଭାବେ ଏହି ଦୁଇଟି ହୋଇଥାଇପାରେ ବୋଲି ଆଲୋଚନା ହେଉଛି |

ହେଲେ କିଛି ଶିକ୍ଷାବିତ ଓ ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ  ଚିରାଚରିତ ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ଥିଲା |  ରାଜ୍ୟ ସରକାର ଏକ ସମୟୋଚିତ ବଳିଷ୍ଠ ପଦକ୍ଷେପ ନେଇ ସବୁ ଶିକ୍ଷାନୁଷ୍ଠାନ ଗୁଡିକ ରାଜନୀତି କରଣରୁ ମୁକ୍ତ ରଖି ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟରେ ବିଶ୍ୱବିଦ୍ୟାଳୟ ଅଧିନିୟମ ସଂଶୋଧନ ବିଲ ଆଣିଛନ୍ତି ।  ଏହି ବିଲରେ ଥିବା ବ୍ୟବସ୍ଥାକୁ ସମସ୍ତ ଶିକ୍ଷାବିତ ଅଭିଭାବକ ଓ ଛାତ୍ର ଛାତ୍ରୀମାନେ ପ୍ରାୟତଃ  ସ୍ୱାଗତ କରିଛନ୍ତି । ଯଦିବା ଶ୍ରୀ ବାହିନୀପତି ଯାହା କହିଛନ୍ତି  ସେଥିରେ ଏ ବିଲ ସହିତ କୌଣସି ସଂପର୍କ ନାହିଁ, ତେବେ ସେ କଥା ଅବତାରଣା କରିଛନ୍ତି । ଏହା ସହିତ ସିନେଟକୁ ନେଇ ଶ୍ରୀ ବାହିନୀପତିଙ୍କ ଅସନ୍ତୋଷର କାରଣ ହେଲା ଯେଉଁ ତିନି ଜଣ ବିଧାୟକ ଗୋଟିଏ ଗୋଟିଏ ବିଶ୍ୱବିଦ୍ୟାଳୟର ସିନେଟକୁ ଯାଉଥିଲେ ସେମାନେ ସିନେଟ ବ୍ୟବସ୍ଥାର ଉଚ୍ଛେଦ ହେବା ପରେ ଆଉ ଯାଇ ପାରିବେ ନାହିଁ । ତେବେ ବର୍ଷ ବର୍ଷ ଧରି ବିଶ୍ୱବିଦ୍ୟାଳୟରେ ସିନେଟରେ କୈଣସି ବୈଠକ ବସୁ ନଥିବା ଫଳରେ ସିନେଟ କେବଳ ଏକ ଆଳଙ୍କାରିକ ବ୍ୟବସ୍ଥା ବା ଔପଚାରିକତା ହୋଇ ରହିଥିଲା । ବିଶ୍ୱବିଦ୍ୟାଳୟ ପରିଚାଳନାରେ ସିନେଟର ଆପାତତଃ କୌଣସି ଅବଦାନ ନଥିଲା । ସବୁ କ୍ଷମତା ପ୍ରକୃତରେ ସିଣ୍ଡିକେଟ ବ୍ୟବସ୍ଥାରେ ରହିଥିଲା । ଯେତେବେଳେ ତର୍ଜମା କରି ଦେଖାଗଲା ଯେ ବର୍ଷ ବର୍ଷ ଧରି ସିନେଟର ବୈଠକ ବସୁନାହିଁ, ଏବଂ ସିନେଟ ଦ୍ୱାରା କୌଣସି ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ,  ସେତେବେଳେ ଏହି ଆଳଙ୍କାରିକ ବ୍ୟବସ୍ଥା ବା ଔପଚାରିକତାକୁ ଉଚ୍ଛେଦ କରିବା ପାଇଁ ସରକାର ସମୟୋପଜୋଗୀ ପଦକ୍ଷେପ ନେଇଛନ୍ତି ବୋଲି କିଛି ଶିକ୍ଷାବିତ କହିଛନ୍ତି |  ସେହିପରି ଔପଚାରିକତା ବା ଆଳଙ୍କରିକ ବ୍ୟବସ୍ଥା ଭାବେ ଗତାନୁଗତିକ ରୀତିରେ ରହି ଆସିଥିବା  ସିନେଟ ବ୍ୟବସ୍ଥା ଉଚ୍ଚେଦ ହେବା ଦ୍ୱାରା ଏମ୍‌.ଏଲ୍‌.ଏ ମାନେ ଆଉ ବିଶ୍ୱବିଦ୍ୟାଳୟକୁ ଯାଇପାରିବେ ନାହିଁ କହି ଏହାକୁ ବିରୋଧ କରି ଶ୍ରୀ ବାହିନୀପତି ବିଲଟିକୁ ଚିରି ଦେଲେ। ତେବେ ଗଣମାଧ୍ୟମରେ  ମାନ୍ୟବର ଶ୍ରୀ ବାହିନୀପତିଙ୍କ ବିଲ ଫାଡ଼ିବା ପ୍ରମୁଖତା ବା ଶିରୋନାମା ପାଲଟିଥିବା ବେଳେ ସେ ଆଲୋଚନାରେ କଅଣ କହିଲେ ବା କଅଣ ମହତ୍ଵପୁର୍ଣ କଥା କହି ବିଲକୁ ଫାଡ଼ିଲେ  ତାହା ସ୍ପଷ୍ଟ ଭାବେ କୌଣସି ଗଣମାଧ୍ୟମରେ ପ୍ରକାଶ ପାଇଲା ନାହିଁ । ହେଲେ ଗୋଟିଏ କଥା , ଯେଉଁ ବ୍ୟବସ୍ଥା  ସରକାର କରିଛନ୍ତି ତାହା ଦ୍ୱାରା କେବଳ ବିରୋଧୀ ଦଳ ନୁହେ,  ସରକାରୀ ଦଳର ବିଧାୟକମାନେ ମଧ୍ୟ ନୂତନ ବ୍ୟବସ୍ଥାରେ ସିନେଟ ଉଚ୍ଛେଦ ଯୋଗୁ ଆଉ ବିଶ୍ୱବିଦ୍ୟାଳୟକୁ ଯାଇପାରିବେ ନାହିଁ | ଯାହାକି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟକୁ ରାଜନୀତି ମୁକ୍ତ ରଖିବା ଏକ ବଳିଷ୍ଠ  ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି | ଏହା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥାରେ ପ୍ରଭୁତ ଉନ୍ନତି ଆଣିପାରିବ ବୋଲି ବହୁ ବୁଦ୍ଧିଜୀବି,  ଅଭିଭାବକ ତଥା ପୂର୍ବତନ ଛାତ୍ରାନେତା ମତ ଦେଇଛନ୍ତି |  ।

 

0
0
0
s2sdefault