ହେଡଲାଇନସ୍:

ବେଦାନ୍ତ  ଜନଶୁଣାଣି ଉପରେ ହାଇକୋର୍ଟ ଲଗାଇଲେ ରୋକ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଚଳିତ ମାସ ୩୦ ତାରିଖ ଦିନ ବେଦାନ୍ତ କାରଖାନା ସମ୍ପ୍ରସାରଣ ଲାଗି ହେବାକୁ ଥିବା ଜନଶୁଣାଣି ଉପରେ ଓଡିଶା ହାଇକୋର୍ଟ ଆଜି ସ୍ଥଗିତାଦେଶ ଜାରି କରିଛନ୍ତି । ସୁନ୍ଦରଗଡ ବିଜେପି ବିଧାୟିକା କୁସୁମ ଟେଟେ ଓ ବିଜେପି ରାଜ୍ୟ ସମ୍ପାଦକ  ଟଙ୍କଧର ତ୍ରିପାଠୀ ଅଦାଲତରୁ ଏହି ସ୍ଥଗିତାଦେଶ ଆଣିବାରେ ସକ୍ଷମ ହୋଇଛନ୍ତି । 

ଆବେଦନକାରୀଙ୍କ ପ୍ରାର୍ଥନାର ବିଚାରକରି ବିଚାରପତି ଜଷ୍ଟିସ କେ.ଆର.ମହାପାତ୍ର ତାଙ୍କ ରାୟରେ ଦର୍ଶାଇଛନ୍ତି ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୭.୦୮.୨୦୨୦ ରେ ଦେଇଥିବା ବିଜ୍ଞାପନରେ ୩୦.୦୯.୨୦୨୦ ତାରିଖ ଦିନ ୧୧ଟା ସମୟରେ ଝାରସୁଗୁଡା ଜିଲ୍ଲାର ଡାଲକି କୁରେବଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନଶୁଣାଣି ପାଇଁ ଯାହା ଧାର୍ଯ୍ୟ କରିଥିଲେ ତାହା ହୋଇପାରିବ ନାହିଁ।

ସୂଚନାଯୋଗ୍ୟ ଯେ ବିଧାୟିକା ଶ୍ରୀମତୀ ଟେଟେ କରୋନା ମହାମାରୀ ସମୟରେ ଏହି ଜନଶୁଣାଣି ବାତିଲ ପାଇଁ ମୁଖ୍ୟ ଶାସନ ସଚିବ ତଥା ଓଡିଶା ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ, ବୋର୍ଡର ସଦସ୍ୟ ସମ୍ପାଦକ, ଗୃହ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବଙ୍କୁ ପତ୍ରଲେଖି ଅନୁରୋଧ କରିଥିଲେ। ସରକାରୀ ସ୍ତରରେ ନିଷ୍ପତ୍ତିରେ ବିଳମ୍ବ ଯୋଗୁଁ ଶ୍ରୀମତୀ ଟେଟେ ଓ ଶ୍ରୀ ତ୍ରିପାଠୀ ବାଧ୍ୟ ହୋଇ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।

0
0
0
s2sdefault