ହେଡଲାଇନସ୍:

ଯୁବ ଇଞ୍ଜିନିୟର ଆଶିଷ ମହାଣା ଆବିଷ୍କାର କଲେ କରୋନା ଯୋଦ୍ଧା "ରୋବୋଟିକ୍ ନର୍ସ "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର(Ramakanta Biswal):  ସମ୍ବଲପୁର ଜିଲ୍ଲା ହୀରାକୁଦ ସ୍ଥିତ ହିଣ୍ଡାଲକେ କମ୍ପାନୀରେ କାର୍ଯ୍ୟରତ ରେଙ୍ଗାଲି ନୂଆଁ ରମ୍ପେଲା ଗ୍ରାମର ଯୁବ ଇଞ୍ଜିନିୟର ଆଶିଷ ମହାଣା କରୋନା ମହାମାରିରେ ଆକ୍ରାନ୍ତ ରୋଗୀଙ୍କ ସେବା ଓ ସହାୟତା ପାଇଁ ନିଜେ ଗବେଷଣା କରି ରୋବୋଟିକ୍ ନର୍ସ ତିଆରି କରିବାରେ ସଫଳ ହୋଇଛନ୍ତି। ଆଶିଷଙ୍କ ଦ୍ବାରା ଆବିଷ୍କୃତ ରୋବୋଟିକ୍ ନର୍ସ ହିଣ୍ଡାଲକେ ସମ୍ବଲପୁର କ୍ଲଷ୍ଟର ମୁଖ୍ୟ ରାଜେଶ ଗୁପ୍ତାଙ୍କ ଦ୍ବାରା ପ୍ରଶଂସିତ ହୋଇଛି। ଏହି ରୋବୋଟିକ୍ ନର୍ସ ତିଆରିରେ କରୋନାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତାର ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ବତ୍ତର୍ମାନ ସମୟରେ କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଓ  ସେବା ପାଇଁ ଡାକ୍ତର, ନର୍ସ ତଥା ସ୍ବାସ୍ଥ୍ୟ କର୍ମଚାରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଲେ ରୋବୋଟିକ୍ ନର୍ସ ଏଥିରେ ସହାୟକ ହେବ ବୋଲି ଆଶିଷ କହିଛନ୍ତି। ରୋବୋଟିକ୍ ନର୍ସ ସ୍ବଚ୍ଛନ୍ଦରେ  ୧୫ କେଜି ଓଜନର ଜିନିଷ ବୋହି ଚଳପ୍ରଚଳ କରି ରୋଗୀଙ୍କୁ ଔଷଧ, ସାଲାଇନ, ଖାଦ୍ୟ ଜିନିଷ ଦେଇପାରିବ।ରୋବୋଟିକ୍ ନିକେ ସ୍ବତଃପ୍ରବୃତ୍ତ ଭାବେ ସାନିଟାଇଜ୍ ହେବା ସହିତ ଯେକୌଣସି ସ୍ଥାନକୁ ସାନିଟାଇଜ୍ କରିପାରିବ।ରୋବୋଟିକ୍ ରୋଗୀମାନଙ୍କ ପାଖରେଥିବା ଅଳିଆ, ଆବର୍ଜନାକୁ ସଂଗ୍ରହ କରି ଡଷ୍ଟବିନରେ ପକାକବାର କ୍ଷମତା ରହିଛି। ଏଥିରେ ୩୬୦ ଡିଗ୍ରୀ କ୍ୟାମେରା ଲାଗିଥିବାରୁ ରୋଗୀଠାରୁ ଡାକ୍ତର ଏବଂ ନର୍ସଙ୍କ ପ୍ରକୋଷ୍ଠ ସହିତ ସମ୍ପର୍କ ସ୍ଥାପନ ପାଇଁ ସୁବିଧା ହେବ। ଡାକ୍ତର ଏବଂ ନର୍ସ ରୋଗୀଙ୍କ ପାଖକୁ ନ ଆସି କ୍ୟାମେରାରେ ରେଗୀର ସ୍ଥିତି ଦେଖି ପାରିବା ସହିତ ରୋଗୀ ସହିତ କଥାବାର୍ତ୍ତା କରି ସ୍ବାସ୍ଥ୍ୟ ଅବସ୍ଥା ବୁଝାସୁଝା କରିପାରିବେ ବୋଲି ରୋବାଟିକ୍ ନିର୍ମାତା ଆଶିଷ ମାହାଣା କହିଛନ୍ତି। 

ରୋବୋଟିକ୍ ଡାକ୍ତରଖାନା ବ୍ଯତୀତ ଅଗ୍ନି ନିର୍ବାପବନକାରୀ ସଂସ୍ଥା, ସେନାବାହିନୀ, ପୋଲିସ ବିଭାଗ,ଷ୍ଟୋର ଆଦି ସଂସ୍ଥା ମାନଙ୍କରେ ସୂଚାରୁରୂପେ କାର୍ଯ୍ୟ ସଂପାଦନ କରି ପାରିବ ବୋଲି ଆଶିଷ କହିଛନ୍ତି। ଏଥିରେ ରିମୋଟ୍ ସଂଯୋଗ କଲେ ରୋବୋଟିକ୍ ୩ କିଲୋମିଟର ଦୂରତାକୁ ଯାଇ କାର୍ଯ୍ୟ ସଂପାଦନ କରିବାର କ୍ଷମତା ରହିଛି ବୋଲି ସେ କହିଛନ୍ତି। 

        ଏହି ରୋବୋଟିକ୍ କୁ ମୁଁ ଏକ ମୋଡେଲ ଭାବେ ପ୍ରସ୍ତୁତ କରିଛି।ସରକାରୀ ପ୍ରୋତ୍ସାହନ ମିଲିଲେ ବ୍ୟବସାୟୀକ ଭିର୍ତ୍ତିରେ କମ ଖର୍ଚ୍ଚରେ ଏହା ନିର୍ମାଣ କରାଯାଇ ପାରିବ। ମେକ ଇନ ଇଣ୍ଡିଆରେ ଏହା ରୋଜଗାର ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ। ୧୫ହଜାରୁ ୨୫ହଜାର ଟଙ୍କା ରେ ଏହା ନିର୍ମାଣ କରାଯାଇ ପାରିବ ବୋଲି ଆଶିଷ କହିଛନ୍ତି। 

 

0
0
0
s2sdefault