ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ପିପୁଲ ଏଗେନେଷ୍ଟ ପୋଲାଭରମ ପ୍ରୋଜେକ୍ଟ ର ଜାତୀୟ କମିଟି ଅଧ୍ୟକ୍ଷ ପ୍ରଭାକର ହନ୍ତାଳଙ୍କ ନେତୃତ୍ୱରେ ନୀତି ନିୟମକୁ ଉଲ୍ଲଂଘନ କରି ଆନ୍ଧ୍ର ସରକାର ନିର୍ମାଣ କରି ଆସୁଥିବା ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ବିରୋଧ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆଜି ଓଡିଶା ସୀମାନ୍ତ ମୋଟୁ ର ମୁରାଲିଗୁଡା ଠାରେ ବୈଠକ ହୋଇଛି। ସିଲେରୁ ଏବଂ ସାବେରୀ ନଦୀର ଉଭୟ କୂଳରେ ଆଡିବନ୍ଧ ତିଆରି କରି ପୋଲାଭରମର ପଛୁଆ ଜଳକୁ ଓଡିଶା ଓ ଛତିଶଗଡ଼ ସୀମାରେ ନ ପହଞ୍ଚାଇବା ସାଙ୍ଗକୁ କ୍ଷତିଗ୍ରସ୍ତଙ୍କୁ ଥଇଥାନ କିମ୍ବା କ୍ଷତିପୂରଣ ନ ଦେବାକୁ କେନ୍ଦ୍ର ସରକାର ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଏକ ସତ୍ୟପାଠ ଜରିଆରେ ଗତବର୍ଷ ଦାଖଲ କରିଛନ୍ତି। ଆଡ଼ିବନ୍ଧ ନିର୍ମାଣକଲେ ବର୍ଷାଦିନେ ଜିଲ୍ଲାର ବିଭିନ୍ନ ନଦୀନାଳ ର ବନ୍ୟପାଣି ନିଷ୍କାସନ ନହେବାଦ୍ୱାରା ଆଉ ଅଧିକ ଗ୍ରାମ ବୁଡ଼ିଅଞ୍ଚଳ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଆନ୍ଧ୍ର ସରକାର ଓଡିଶା ସରକାରଙ୍କ ସହ ଆଲୋଚନା କରି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ "ପାପ" ଅଧ୍ୟକ୍ଷ ଶ୍ରୀ ହନ୍ତାଳ ଦାବି କରିଛନ୍ତି। ଆଜିର ଏହି ପ୍ରାରମ୍ଭିକ ସଚେତନତା କାର୍ଯ୍ୟକ୍ରମରେ "ପାପ୍" ଅଧ୍ୟକ୍ଷ ପ୍ରଭାକର ହନ୍ତାଳଙ୍କ ସମେତ ସଂଗଠନର ସମସ୍ତ କର୍ମକର୍ତ୍ତା ଏବଂ ମୋଟୁ, ପୁସୁଗୁଡ଼ା, ମାଲବରମ ପଂଚାୟତ ର ଗ୍ରାମବାସୀ ସହ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜୋରଦାର କରିବାକୁ ଏହି ଅଞ୍ଚଳ ବାସୀ ର ଜନସାଧାରଣ ମାନେ ଦାବି କରିଛନ୍ତି ।
ରାଜ୍ୟ
ବୁଡି ଅଞ୍ଚଳର ସୁରକ୍ଷା ପାଇଁ ପୋଲାଭରମ ପ୍ରକଳ୍ପ ବିରୋଧରେ "ପାପ" ପକ୍ଷରୁ ସଚେତନା କାର୍ଯ୍ୟକ୍ରମ।
- Hits: 257