ହେଡଲାଇନସ୍:

ବନ୍ୟା ବିପନ୍ନଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ନିକଟରେ ରାଜ୍ୟରେ ସଂଘଟିତ ହୋଇଥିବା ବନ୍ୟାରେ ପ୍ରଭାବିତ ଚାଷୀମାନଙ୍କ ପାଇଁ ୩୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ୟାକେଜ  ସେମାନଙ୍କର ଜୀବିକା ନିର୍ବାହ ଲାଗି ପ୍ରଦାନ କରାଯିବ ବୋଲି ଜଣାପଡିଛି | 

ଆଜି ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ  ୩୩% ରୁ ଅଧିକ ଚାଷଜମି କ୍ଷତି ପାଇଁ ଅଣଜଳସେଚିତ ଜମିର ଚାଷୀଙ୍କୁ ହେକ୍ଟର ପିଛା ୬,୮୦୦ ଟଙ୍କା, ଜଳସେଚିତ ଅଞ୍ଚଳର ଚାଷୀଙ୍କୁ ୧୩,୫୦୦ ଟଙ୍କା ଏବଂ ବାରମାସୀ ଫସଲ ପାଇଁ ହେକ୍ଟରପିଛା ୧୮,୦୦୦ ଟଙ୍କା ଇନପୁଟ୍ ସବସିଡି ଆକାରରେ ମିଳିବ । ପ୍ରକୃତ ଚାଷୀମାନଙ୍କୁ ଏହି ସହାୟତା ଦିଆଯିବ । ବାରମାସୀ ଫସଲ ପାଇଁ ଚାଷୀଙ୍କୁ ସର୍ବନିମ୍ନ ୨ହଜାର ଏବଂ ଅନ୍ୟାନ୍ୟ ଫସଲ ପାଇଁ ସର୍ବନିମ୍ନ ୧ହଜାର ଟଙ୍କା ଇନପୁଟ୍ ସବସିଡି ମିଳିବ ।ରବି ଚାଷ ପାଇଁ ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୨୦ ହଜାର ଡାଲିଜାତୀୟ ଶସ୍ୟ ମଂଜି ଥିବା ମିନିକିଟ୍ ଦିଆଯିବ । ରବି ଶସ୍ୟ ଉତ୍ପାଦନ ପାଇଁ ୬୦ ହଜାର ଏକର ଜମିକୁ ଡେମୋନଷ୍ଟ୍ରେସନ୍ ପ୍ରୋଗ୍ରାମ ଭାବେ ନିଆଯିବ । ବିହନ  ଅମଳ କାର୍ଯ୍ୟକ୍ରମରେ ୧ ଲକ୍ଷ ଚାଷୀଙ୍କୁ ଟ୍ରେନିଂ ଦିଆଯିବ । ୧ ଲକ୍ଷ ଏକର ଜମିରେ ରବି ଫସଲ ପାଇଁ ସେମାନଙ୍କୁ ମାଗଣାରେ ସାର/ ପିଡିଆ ଯୋଗାଇ ଦିଆଯିବ । ରବି ଫସଲ ପାଇଁ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଗୁଣାତ୍ମକ ମଂଜି(କ୍ୱାଲିଟି ସାର୍ଟିଫାଏଡ ସିଡସ୍) ଯୋଗାଇ ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ସହାୟତା ବାବଦରେ ୭୫% ସବସିଡି ପ୍ରଦାନ କରାଯିବ । ପ୍ରଭାବିତ ଅଞ୍ଚଳରେ ୧୦ କୋଟି ଟଙ୍କା ଫାର୍ମ ମେକାନାଇଜେସନ୍ ସବସିଡି ବଣ୍ଟନ କରାଯିବ ।

ବନ୍ୟା ବିପନ୍ନ ଚାଷୀଙ୍କୁ ୫୦% ସବସିଡିରେ ୨ ହଜାର ପମ୍ପସେଟ୍ ଯୋଗାଇ ଦିଆଯିବ । ଏଥିପାଇଁ ସର୍ବାଧିକ ୧୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିଭଳି ୫୦% ସବସିଡିରେ ୫ ହଜାର ପାୱାର୍ ସ୍ପ୍ରେୟର୍ ଯୋଗାଇ ଦିଆଯିବ । ବ୍ୟାଟ୍ରି ଦ୍ୱାରା ପରିଚାଳିତ ସ୍ପ୍ରେୟାର୍ ପାଇଁ ସର୍ବାଧିକ ୩ହଜାର ଏବଂ ହାତ ସ୍ପ୍ରେୟାର୍ ପାଇଁ ସର୍ବାଧିକ ୬୦୦ ଟଙ୍କା ଦିଆଯିବ । ଚାଷୀଙ୍କୁ ଶସ୍ୟ ବୀମା ସ୍କିମ୍ ର ସୁବିଧା ପ୍ରଦାନ ପାଇଁ ଶସ୍ୟ କ୍ଷୟକ୍ଷତି ଆକଳନ ଯଥାଶୀଘ୍ର କରିବାକୁ ପଦକ୍ଷେପ ନିଆଯିବ । ୧ ଲକ୍ଷ ଚାଷୀଙ୍କୁ କିଟ୍ ପିଛା ୧୩୦ ଟଙ୍କାରେ ପରିବା ପାଳଙ୍ଗ, ବିନସ୍, ଟମାଟୋ, ଲଙ୍କା ଏବଂ ମୂଳା  କିଟ ଯୋଗାଇ ଦିଆଯିବ ।  ୭୫ ହଜାର ଚାଷୀଙ୍କୁ ପ୍ରତ୍ୟେକେ ୧୬୦ ଟଙ୍କାରେ ୧୦ଟି ଲେଖାଏଁ ଅମୃତଭଣ୍ଡା, କଦଳୀ ଏବଂ ଛୁଇଁଗଛ ବାଡିରେ ଲଗାଇବା ପାଇଁ ଦିଆଯିବ |

୧୦ ହଜାର ଛତୁ ୟୁନିଟ୍ ର ପୁନରୁଦ୍ଧାର ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ୫୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ । ୩୩% ରୁ ଅଧିକ ଶସ୍ୟ କ୍ଷତି ହୋଇଥିଲେ ଚାଷୀଙ୍କୁ ମିଳିଥିବା ଅଗ୍ରୀମ କ୍ଷୁଦ୍ର ଖରିଫ୍ ଋଣ ମଧ୍ୟମ ଋଣକୁ ପରିବର୍ତ୍ତନ କରାଯିବ । ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଗ୍ରୀମ ଖରିଫ୍ କ୍ଷୁଦ୍ର ଋଣ ର ଆଦାୟ ସମୟସୀମା ୧ ବର୍ଷ ବୃଦ୍ଧି କରାଯାଇଛି । ଏଥିପାଇଁ ସର୍ବୋଚ୍ଚ ସମୟ ସୀମା ୨୦୨୨ ସେପ୍ଟେମ୍ବର ୩୦ ରଖାଯାଇଛି । ଆସନ୍ତା ଅକ୍ଟୋବର ୧ ରୁ ଆରମ୍ଭ ହେଉଥିବା ରବି ଋତୁ ପାଇଁ ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ନଗଦ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ସର୍ବାଧିକ ୩ଟି ଦୁଧିଆଳୀ ଗାଈ ଏବଂ ବଳଦ ହରାଇଥିବା ଚାଷୀଙ୍କୁ ଗୋଟିଏ ପଶୁ ପିଛା ୩୦ ହଜାର ଟଙ୍କା, ଅଣଦୁଧିଆଳୀ ପଶୁ ଗୋଟା ପିଛା ୨୫ ହଜାର ଟଙ୍କା, ସର୍ବାଧିକ ୬ ଟି ବାଛୁରୀ ପର୍ଯ୍ୟନ୍ତ ଗୋଟା ମିଛା ୧୬ ହଜାର ଟଙ୍କା, ୩୦ ଟି ଛେଳି ପର୍ଯ୍ୟନ୍ତ ଛେଳିପିଛା ୩ ହଜାର ଏବଂ ପାଉଟ୍ରି ବାର୍ଡ ପିଛା ସର୍ବାଧିକ ୫ ହଜାର ଟଙ୍କା ସହାୟତା ଦିଆଯିବ । ସେହିପରି  କ୍ଷତିଗ୍ରସ୍ତ ମାଛଚାଷୀଙ୍କୁ ପୋଖରୀ ମରାମତି ବାବଦରେ ହେକ୍ଟର ପିଛା ୧୨,୨୦୦ ଟଙ୍କା ସହାୟତା ଦିଆଯିବ । ସେହିଭଳି କ୍ଷତିଗ୍ରସ୍ତ ମାଛ ମଂଜି ଉତ୍ପାଦନ ଫାର୍ମର ପୁନରୁଦ୍ଧାର ପାଇଁ ହେକ୍ଟର ପିଛା ୮,୨୦୦ ଟଙ୍କା ଇନପୁଟ୍ ସବସିଡି ପ୍ରଦାନ କରାଯିବ ।

ହସ୍ତତନ୍ତ ବୁଣାକାରଙ୍କ କ୍ଷତି ଭରଣା ପାଇଁ ମୁଣ୍ଡପିଛା ମିଳିବ ୪,୧୦୦ ଟଙ୍କା । ମନରେଗା କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରାଯିବ । ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମପଞ୍ଚାୟତ ରାସ୍ତା, ପଡଇଆ, କେନାଲ୍ ଇତ୍ୟାଦିର ମରାମତି କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ।

0
0
0
s2sdefault