ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍ତରପ୍ରଦେଶ ବିଧାନପରିଷଦ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଧୀରମାନ ଧର୍ମବୀରସିଂ ଅଶୋକ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ଅତିଥିଭବନ ରେ ପହଞ୍ଚି ଗଜପତି ଜିଲ୍ଲା ବହୁଜନ ସମାଜ ପାର୍ଟି ର ସମସ୍ତ ସଦସ୍ୟ ସହ ମିଶି କିଭଳି ଗଜପତି ଜିଲ୍ଲାରେ ରେ ପାର୍ଟି ସୁଦୃଢ ହେବ ସେ ବିଷୟରେ ଆଲୋଚନା କରିଥିଲେ ।
ଯେହେତୁ ଗଜପତି ଜିଲ୍ଲା ଆଦିବାସୀ, ହରିଜନ ,ମାଇନେରେଟିସ ଲୋକ ରୁହନ୍ତି ତେଣୁ ଏଠି ପାର୍ଟି ସୁଦୃଡ଼ ହୋଇପାରିବ ବୋଲି ପାର୍ଟି ର ମୁଖ୍ୟ ମାୟାବତୀ ପ୍ରଭୁଦାସ ସୂଚନା ଦେଇଛନ୍ତି ବୋଲି ଜଣାଇଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବହୁଜନ ସମାଜ ପାର୍ଟି ର ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ବାଗ , ରାଜ୍ୟ ସଂଯୋଜକ ସୁବ୍ରତ କୁମାର ସାମଲ , ଗଞ୍ଜାମ ଜିଲ୍ଲା ସଭାପତି ରାମହରି ବେହେରା , କେ. ତିରୁପତି ରାଓ ପ୍ରମୁଖ ଉପସ୍ଥିତ ଥିଲେ।











