-
ଗାଁକୁ ସାନିଟାଇଜ କରିବା ପାଇଁ ଦାବୀ କଲେ ଯୁବ ସଙ୍ଗଠନ
-
.ଟ୍ରାନ୍ସଫର୍ମର ପୋଡିଯାଇଥିବାରୁ ପାନୀୟ ଜଳଯୋଗାଣ ଠପ
ବରଗଡ଼ : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଗ୍ରାମକୁ ଆସନ୍ତା କାଲିଠାରୁ ଅଗାମୀ ୧୫ ତାରିଖ ପର୍ଯ୍ୟନ୍ତ ଶଟ ଡାଉନ ଘୋଷଣା କଲେ ଜୋଖିପାଲି ଗ୍ରାମର ସରପଞ୍ଚ ତୀର୍ଥବାସୀ ବରିହା. ଏନେଇ ବିଧିବଦ୍ଧ ଭାବେ ପତ୍ର ମାଧ୍ୟମରେ ଜନସାଧାରଣ ଙ୍କୁ ଅବଗତ କରେଇଛନ୍ତି ସରପଞ୍ଚ.ଗ୍ରାମରେ ଗତ ୬ ତାରିଖରେ ସ୍ଥାନୀୟ ସଂକ୍ରମଣ ଯୋଗୁଁ ତିନୋଟି ବ୍ୟକ୍ତି କରୋନା ଆକ୍ରାନ୍ତ ହେବା ପରେ ଗାଁରେ ଆକ୍ରାନ୍ତ ଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗୁଥିବା ଯୋଗୁଁ ଉକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି. ଅପରପକ୍ଷରେ ଏହି ଘଟଣାକୁ ଗୁରୁତ୍ୱ ଦେଇ ଜୋଖିପାଲି ଗାଁକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରିବା ସହ ଆକ୍ରାନ୍ତଙ୍କ ମିଶିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାବ ପରୀକ୍ଷଣ କରିବା ନିମନ୍ତେ ଟ୍ୱିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅନୁରୋଧ କରିଛନ୍ତି ଗ୍ରାମର ଅଗ୍ରଣୀ ଦୁର୍ନୀତି ବିରୋଧୀ ଯୁବ ସଙ୍ଗଠନ ୟୁଥ ଆଗେନଷ୍ଟ କରପସନ ଜୋଖିପାଲି.ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ସଂକ୍ରମଣ ରୋକିବା ନିମନ୍ତେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି.ଏହାଛଡ଼ା କିଛିଦିନ ପୂର୍ବରୁ ଗାଁରେ ଥିବା ଜଳଯୋଗାଣ ବିଭାଗ ଟ୍ରାନ୍ସଫର୍ମର ମଧ୍ୟ ପୋଡିଯାଇଥିବାରୁ ଲୋକେ ପାନୀୟ ଜଳ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି |











