୧୦ ଟି ଦଫାରେ ବିଧାୟକ ଗିରଫ ହେଲେ, ଏସଡିଜେଏମ କୋର୍ଟରୁ ଜାମିନ ପାଇଲେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା (ଦିଲ୍ଲୀପ ମହାନ୍ତି ) : ଆଇଟିଡିଏ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ ଅଭିଯୋଗରେ ୧୦ ଟି ଦଫାରେ ଗିରଫ ହେବା ପରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଏସଡିଜେଏମ କୋର୍ଟରୁ ଜାମିନ ପାଇଛନ୍ତି |  ଜାମିନରେ ମୁକୁଳିବା ପରେ  ବିଧାୟକ ପ୍ରକାଶଙ୍କୁ  ଫୁଲମାଳ ପକାଇ ସ୍ୱାଗତ ଜଣାଇଥିଲେ ଦଳୀୟ କର୍ମୀ ଓ ସମର୍ଥକ | ଏହା ପୂର୍ବରୁ ବିଧାୟକଙ୍କ ଗିରଫଦାରୀ ପ୍ରତିବାଦରେ ବିଜେପି କର୍ମୀମାନେ ଥାନା ଘେରାଉ କରିବା ସହ ରାସ୍ତା ଅବରୋଧ କରିଥିଲେ | 

 

0
0
0
s2sdefault