ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଗପତି କାର୍ଯୀ ଯିଏକି ପ୍ରାୟ ୪୦ ବର୍ଷ ତଳେ ପେଟ ପାଇଁ ଗ୍ରାମର ଅନ୍ୟ ୩ ଜଣ ବନ୍ଧୁଙ୍କ ସହିତ କାମ କରିବାକୁ ଅରୁଣାଞ୍ଚଳ ପ୍ରଦେଶ ଯାଇଥିଲେ। କିନ୍ତୁ କିଛି ଦିନ କାର୍ଯ୍ୟ କଲାପରେ କୌଣସି କାରଣବସତଃ କାର୍ଯ୍ୟ କରୁଥିବା କମ୍ପାନୀ ବନ୍ଦ ହୋଇଯିବା ପରେ ତିନିବନ୍ଧୁ ଅରୁଣାଞ୍ଚଳରୁ ଫେରିଆସିଲେ କିନ୍ତୁ ଜଗପତି କାର୍ଯୀ ଆସିଲେ ନାହିଁ।
ଜଗପତି କାର୍ଯୀଙ୍କ ପ୍ରକୃତ ନାମ ହେଉଛି ଦୟା ଭୂୟାଁ , ଯିଏ କି ସ୍ବର୍ଗତଃ ମାଗତା ଭୂୟାଁଙ୍କର ପ୍ରଥମ ପୁଅ ଏବଂ ଘର ହେଉଛି ଅବାସିଂ ଗ୍ରାମ ତାଳମଣ୍ଡା ପଞ୍ଚାୟତରେ। ଏହା ଗଜପତି ଜିଲ୍ଲାର ରାୟଗଡ ପଞ୍ଚାୟତ ସମିତିରେ ଅବସ୍ଥିତ।
ଜଗପତି କାର୍ଯୀଙ୍କର ବାପା ମାଆ ବର୍ତ୍ତମାନ ନାହାନ୍ତି , କିନ୍ତୁ ତାଙ୍କର ଭାଇ ସୁକୁ ଭୂୟାଁ ଏବଂ ଭଉଣୀ ମଙ୍ଗଳୁ ଭୂୟାଁ ଅବାସିଂ ଗ୍ରାମରେ ବସବାସ କରନ୍ତି।କିନ୍ତୁ ଜଗପତି କାର୍ଯୀ ବର୍ତ୍ତମାନ ଅରୁଣାଞ୍ଚଳ ପ୍ରଦେଶର ଲୱେର ସୁବନସିନୀ(lower subansini) ଜିଲ୍ଲାର zero market ଅଞ୍ଚଳରେ ଥିବା ଜଙ୍ଗଲରେ ଏକାକୀ ବାସ କରନ୍ତି। ଏହି ଲକ୍ ଡାଉନ୍ ସମୟରେ ଏବଂ ବୃଦ୍ଧାବସ୍ଥା ଯୋଗୁଁ ଜଗପତି କାର୍ଯୀଙ୍କୁ ସେଠାକାର ଜଣେ ଶିକ୍ଷକ ଶ୍ରୀ ରୁଗୁଆମା ନିୟମିତ ଖାଇବାକୁ ଦେବା ସମୟରେ ଜାଣିବାକୁ ପାଇଥିଲେ ଜଗପତି କାର୍ଯୀଙ୍କର ଅସଲି ପରିଚିୟ।
ଆଉ ତାପରେ ଶିକ୍ଷକ ଜଣକ ତାକୁ ଭିଡିଓ ବନାଇ ସୋସିଆଲ୍ ମିଡିଆରେ ଭାଇରଲ୍ କରିଥିଲେ। ସେଥିରେ ଶିକ୍ଷକଙ୍କ କହିବା ଅନୁସାରେ ଜଗପତି କାର୍ଯୀ ଜଙ୍ଗଲରୁ କାଠ ସଂଗ୍ରହ କରି ଏବଂ ଜଙ୍ଗଲରେ ଏକ ଛୋଟିଆ ପାହାଡ ଉପରେ ଏକ କାଠରେ ଘର କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ ଏବଂ ସେ ସେଠାକାର ଥିବା ପ୍ରକୃତି ଯଥା:- ଜଙ୍ଗଲ , ପାହାଡ ଏବଂ ଝରଣାକୁ ବହୁତ ଭଲ ପାଉଥିଲେ।
ସେହି ଭାଇରଲ୍ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ସହ ପୂର୍ବତନ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ତାଙ୍କ jnu alumni group ମାଧ୍ୟମରେ ଖବର ପାଇ ଗଜପତି ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲେ।
ତାପରେ ଗଜପତି ଜିଲ୍ଲା ପ୍ରଶାସନ, ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ସହ ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳଙ୍କ ମାଧ୍ୟମରେ ଜଗପତି କାର୍ଯୀଙ୍କର ଠିକଣା ଏବଂ ତାଙ୍କର ଘରକୁ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଜଗପତି କାର୍ଯୀଙ୍କୁ ନିଜ ଗଜପତି ଜିଲ୍ଲାକୁ ଫେରାଇ ଆଣିବା ପାଇଁ ଜିଲ୍ଲା ସହ ଶ୍ରମ ଅଧିକାରୀ ଏବଂ ଜଗପତି କାର୍ଯୀଙ୍କର ପୁତୁରା ମକୁନ୍ଦି ଭୂୟାଁ ଅରୁଣାଞ୍ଚଳ ପ୍ରଦେଶ ଅଭିମୁଖେ ରବିବାର ଦିନ ଯାତ୍ରା ଆରମ୍ଭ କରିଛନ୍ତି।
ଜିଲ୍ଲା ସହ ଶ୍ରମ ଅଧିକାରୀ କହିବା ଅନୁସାରେ , ସେମାନେ ଅରୁଣାଞ୍ଚଳ ପ୍ରଦେଶର ସୀମାରେ ଥିବା ଆସାମର ଶୀଲାପୁର airport ରେ ପହଞ୍ଚି ଅରୁଣାଞ୍ଚଳ ପ୍ରଦେଶର ସୀମାରୁ ଲୱେର ସୁବନସିନୀ ଜିଲ୍ଲା ପ୍ରଶାସନ ଠାରୁ ଜଗପତି କାର୍ଯୀଙ୍କୁ ଗ୍ରହଣ କରି ୨୬-୦୮-୨୦୨୦ ତାରିଖରେ ଗଜପତି ଫେରିବେ। ଅନ୍ୟ ପଟେ ତାଙ୍କ ଭାଇ ସୁକା ଭୂୟାଁଙ୍କ କହିବା ଅନୁସାରେ ଜଗପତି କାର୍ଯୀ ଗାଁକୁ ଫେରିଲେ ଆମେ ତାକୁ ଆଦରର ସହ ଗ୍ରହଣ କରି ଘରେ ମିଶି ରହିବୁ।