ହେଡଲାଇନସ୍:

ମୟୂରଭଞ୍ଜରୁ ୩ କୋଭିଡ଼-୧୯ ଯୋଦ୍ଧା ଓ ଜଣେ କରୋନା ମୁକ୍ତ ନିଜର ପ୍ଲାଜମା ଦାନ କଲେ , ଅପେକ୍ଷାରେ ଅନ୍ୟମାନେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ କୋଭିଡ଼-୧୯ ସଂକ୍ରମଣରୁ ମୁକ୍ତ ହୋଇଥିବା କୋଭିଡ଼ ଯୋଦ୍ଧାଙ୍କ ସହ ୧୧ ଜଣ କରୋନା ସୁସ୍ଥ ବ୍ୟକ୍ତି ନିଜର ପ୍ଲାଜମା ଦାନ କରିବା ନିମନ୍ତେ କଟକ ଏସସିବି ମେଡ଼ିକାଲ କଲେଜ ଓ ହସପିଟାଲରେ ପହଁଞ୍ଚିଥିବା ବେଳେ ଏମାନଙ୍କ ମଧ୍ୟରୁ  ଡ଼ା ସିଦ୍ଧାର୍ଥ ଦାସ, ଡ଼ା. ସଞ୍ଜୀବ ବୋଇତାଇ ଓ ଡ଼ା ଜୟନ୍ତ କୁମାର ଶିଅଳ ପ୍ରମୁଖଙ୍କ ସହିତ ରାସଗୋବିନ୍ଦପୁର ଅଞ୍ଚଳର ହରେକୃଷ୍ଣ ଦଳେଇ ପ୍ଲାଜମା ଦାନ କରିଥିବା ବେଳେ ଅନ୍ୟମାନଙ୍କର ପରୀକ୍ଷା ନିରୀକ୍ଷା ଜାରି ରହିଛି । ତେବେ ପ୍ଲାଜମା ଦାନ କରିଥିବା କୋଭିଡ଼ ଯୁଦ୍ଧା ଏବଂ ଅନ୍ୟମାନଙ୍କୁ ମୟୂରଭଞ୍ଜ ଜିଲ୍ଲା ସହିତ ବିଭିନ୍ନ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସୂଚନା ଯୋଗ୍ୟ ଯେ, ଓଡ଼ିଶାବାସୀ କରୋନା ମହାମାରୀ ସହିତ ସଂଗ୍ରାମ ଚଳାଇଥିବା ବେଳେ କୋଭିଡ଼ ସଂକ୍ରମିତମାନଙ୍କ ଚିକିତ୍ସା ନିମନ୍ତେ ପ୍ଲାଜମା ଥେରାପି ଆଶାର କିରଣ ପାଲଟିବା ସାଙ୍ଗକୁ ଏକ ସଫଳ ଚିକିତ୍ସା ପଦ୍ଧତି ରୂପେ ବିଶ୍ୱାସ ସୃଷ୍ଟି ହୋଇଛି । ଭାରତରେ ଓଡ଼ିଶା ତୃତୀୟ ରାଜ୍ୟ ଭାବେ ପ୍ଲାଜମା ଥେରାପି ମାଧ୍ୟମରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତମାନଙ୍କର ଚିକିତ୍ସା ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟରେ ସୁସ୍ଥ ହୋଇ ଫେରୁଥିବା ବ୍ୟକ୍ତିମାନଙ୍କୁ ନିଜର ପ୍ଲାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହେବା ନିମନ୍ତେ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ  । ଏଥି ନିମନ୍ତେ ବାଲେଶ୍ୱର ଓ ମୟୂରଭଞ୍ଜ କୋଭିଡ଼ ପରିଚାଳନା ଦାୟିତ୍ୱରେ ଥିବା ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅଗଷ୍ଟ ୩ରେ ଉତ୍ତର ଓଡ଼ିଶା ଗସ୍ତରେ ଆସି ବାଲେଶ୍ୱରରୁ ବାରିପଦାଠାରେ ପହଁଞ୍ଚି ଅଗଷ୍ଟ ୪ ମୟୂରଭଞ୍ଜ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରି ଜିଲ୍ଲାରୁ ସୁସ୍ଥ ହୋଇ ଫେରିଥିବା ୫୧୧ ଜଣ ବ୍ୟକ୍ତିମାନଙ୍କ ମଧ୍ୟରେ ନିଜର ପ୍ଲାଜମା ଦାନ ନିମନ୍ତେ ସଚେତନ କରାଯାଇ ପାରିଲେ ଏହା କରୋନା ସଂକ୍ରମିତମାନଙ୍କ ଚିକିତ୍ସା କ୍ଷେତ୍ରରେ ବିଶେଷ ଭାବେ ସହାୟକ ହୋଇ ପାରିବ  ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଥିଲେ । ଏହି ସମୟରେ ଜିଲ୍ଲାରୁ ୧୫୦ରୁ ଅଧିକ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ନିଜର ପ୍ଲାଜମା ଦାନ କରାଇବା ନିମନ୍ତେ ଆଗେଇ ଆସିଥିବା ସମୟରେ ପ୍ଲଜାମା ଦାନ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ଭାବେ ମେଡ଼ିକାଲ ପକ୍ଷରୁ ଜିଲ୍ଲା ପରିବାର ମଙ୍ଗଳ ଅଧିକାରିଣୀ ଡ଼ା. ସୁନନ୍ଦା ମିଶ୍ର, ଓ ବାରିପଦା ପିଏ ଆଇଟିଡ଼ିଏ ବସନ୍ତ ସେଠୀ ଦାୟିତ୍ୱରେ ରହିଛନ୍ତି । ଅଗଷ୍ଟ ୨୨ ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା  ୧୧୨୬  ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ପ୍ଲାଜମା ଦାନ ନିମନ୍ତେ ଉପଯୁକ୍ତ ସୁସ୍ଥ ବ୍ୟକ୍ତିମାନେ ଆଗେଇ ଆସି ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହେବାକୁ ମନ୍ତ୍ରୀ ଶ୍ରୀଜେନା ଆହ୍ୱାନ ଦେଇଛନ୍ତି । 

 

 

 

 

 

0
0
0
s2sdefault