ଝାରସୁଗୁଡ଼ା :(ସୁଭାଷ ସହାରେ) ; ଗତକାଲି ଅଖିଳ ଭାରତୀୟ ଗୋଣ୍ଡୱାନା ସମାଜ ଓ ସମ୍ମିଳିତ ଆଦିବାସୀ ସମାଜ ମିଳିତ ଭାବରେ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଶ୍ୱ ଆଦିବାସୀ ଦିବସ ପାଳନ କରିଥିଲେ। ରାଜ୍ୟର ୨୦ଟି ଜିଲ୍ଲାରୁ ବହୁ ତୁଙ୍ଗ ଆଦିବାସୀ ନେତା ଯୋଗଦାନ କରି ବିଶ୍ବ ଆଦିବାସୀ ଦିବସ ବାବଦରେ ତଥା ଆଦିବାସୀମାନଙ୍କ ଶିକ୍ଷା,ସାମାଜିକ ଓ ଆର୍ଥିକ ଦିଗ ଉପରେ ଆଲୋଚନା କରିଥିଲେ।
ବର୍ତ୍ତମାନ କୋରୋନା ମହାମାରୀ ସମୟରେ ଅନଲାଇନ ଶିକ୍ଷାକୁ ନେଇ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନକୁ ନେଇ ଉପୁଜୁଥିବା ସମସ୍ୟା ବିଷୟରେ ସମସ୍ତେ ଚିନ୍ତା ପ୍ରକଟ କରିଥିଲେ। ଅନଲାଇନ ଶିକ୍ଷା ବ୍ୟବସ୍ଥାର ଲାଭ ଗରିବ ଓ ଅନଗ୍ରସର ଅଞ୍ଚଳର ଆଦିବାସୀମାନଙ୍କ ପହଞ୍ଚର ବାହାରେ ବୋଲି ସମାଜର ସମସ୍ତ ନେତା ମତପ୍ରକାଶ କରିଥିଲେ। ତେଣୁ ଗରିବ ପିଲାମାନଙ୍କ ପାଇଁ ଭିତ୍ତିଭୂମି ତିଆରି କରି ସରକାର ଏକ ପ୍ରକାର ଶିକ୍ଷା ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ସେମାନେ ଦାବି ରଖିଛନ୍ତି। ଏହା ବ୍ୟତୀତ ଆଦିବାସୀ ସମାଜ ପ୍ରତ୍ୟେକ ୨୦୦ ପରିବାର ପାଇଁ କମ୍ପୁଟର ସଂଚାଳିତ ଏକ 'ଗୁଡ଼ି' ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଝାରସୁଗୁଡ଼ା ଓ ଭୁବନେଶ୍ବରରୁ ସଂଚାଳିତ ହେଉଥିବା "ଏହି ବଡ଼ଦେଓ ପାଠାଗାର" ଗୁଡ଼ିକ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏହିପରି ଆଦିବାସୀ ସମାଜର ଜମିଜମା ବିକ୍ରୟ ନେଇ ହେଉଥିବା ଜାଲିଆତି ଓ ଦୁର୍ନୀତି ବିଷୟରେ ମଧ୍ୟ ସରକାରଙ୍କୁ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି। ବିଭିନ୍ନ ଶଠତା ଅବଲମ୍ବନ କରି ଆଦିବାସୀମାନଙ୍କ ଜମିକୁ ଅଣ ଆଦିବାସୀଙ୍କ ନାମରେ କରି ନିଆଯାଉଛି। ଏଣୁ ସରକାରଙ୍କୁ ଆଦିବାସୀ ଜମି କିଣାବିକା ନେଇ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଆଦିବାସୀ ସମାଜ। ଉପରୋକ୍ତ ସମସ୍ତ ସମସ୍ୟାକୁ ରାଜ୍ୟପାଳଙ୍କ ସମ୍ମୁଖରେ ରଖି ପାଞ୍ଚ ଦଫା ଦାବି ସହ ଏକ ପତ୍ର ଲେଖିଛନ୍ତି