ନୂଆପଡା (ଅମିତ ପୁରୋହିତ) ; ରାଷ୍ଟ୍ରସେବା ଓ ଜନସେବାକୁ ନିଜର ମୁଖ୍ୟ ଧର୍ମ ମାନୁଥିବା ଅଖିଳ ଭାରତୀୟ ସମାଜ ସେବୀ ସଂଗଠନ ହିନ୍ଦ୍ ସେନାରେ ଦେବେନ୍ଦ୍ରନାଥ ମହାରଣା ପ୍ରଦେଶ ଅଧ୍ୟକ୍ଷ ଭାବରେ ଯୋଗ ଦେଇଛନ୍ତି । ଏହା ସେ ଏକ ଆହୁତ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏଥି ପୂର୍ବରୁ ଶ୍ରୀ ମହାରଣା ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ହିସାବରେ କାମ କରି ଅବସର ଗ୍ରହଣ କରିଥିଲେ । ନିଜର ଚାକିରୀ କ୍ଷେତ୍ରରେ ପ୍ରଶଂସନିୟ କାର୍ଯ୍ୟ କରି ସେ ଅଞ୍ଚଳବାସୀ ଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ତେଣୁ ମାନବସେବା ହିଁ ମାଧବସେବା ଉକ୍ତିକୁ ଗ୍ରହଣ କରି ସେ ହିନ୍ଦ୍ ସେନାରେ ଯୋଗ ଦେଇଛନ୍ତି । ଶ୍ରୀ ମହାରଣାଙ୍କ କହିବାନୁସାରେ ହିନ୍ଦସେନା ଏକ ନିରପେକ୍ଷ ବିଶୁ୍ଦ୍ଧ ରାଜନୈତିକ ସମାଜ ସେବୀ ସଂଗଠନ ଅଟେ । ଉକ୍ତ ସଂଗଠନ ଜନସେବା ଓ ରାଷ୍ଟ୍ରହିତ ପାଇଁ ଜନ ହିତକର କାର୍ଯ୍ୟକ୍ରମ ଯଥା ରକ୍ତଦାନ ଶିବିର ଆୟୋଜନ କରିବା, ଗରିବ ଅସହାୟ ମାନଙ୍କୁ ଖାଦ୍ୟ ସାମଗ୍ରୀ ଫଳ, ବସ୍ତ୍ର, କମ୍ବଳ, ଔଷଧ ଆଦି ମାଗଣାରେ ବଣ୍ଟନ କରିବା ସହିତ ବୃକ୍ଷରୋପଣ ଆଦି କରି ଆସୁଅଛି । ଏହି ସଂଗଠନ ଜରିଆରେ ୬୩ ହଜାର ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏଣୁ ଏହି ସଂଗଠନରେ ଯୋଗ ଦେଇ ମୁଁ ନିଜକୁ ଗର୍ବିତ ମନେ କରୁଛି ଓ ଜିଲ୍ଲାସାରା ଏହି ଜନହିତକାର କାର୍ଯ୍ୟକ୍ରମ ଅନୁଷ୍ଠିତ କରିବି ବୋଲି ଶ୍ରୀ ମହାରଣା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।
ରାଜ୍ୟ
ଦେବେନ୍ଦ୍ରନାଥ ମହାରଣା ହେଲେ ହିନ୍ଦ୍ ସେନାର ପ୍ରଦେଶ ଅଧ୍ୟକ୍ଷ
- Hits: 208