ହେଡଲାଇନସ୍:

ପାଟିଲ ସିନା ମୁଖ୍ୟସ୍ରୋତକୁ ଆଣିଥିଲେ, ଏବେ ଆକାକୁ ହାତ ଧରି ବାଟ କାଢି ନେବ କିଏ !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମ୍ୟାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଉଦ୍ଧାର ୧୧ ଶିଶୁ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ ଭରଦ୍ୱାଜ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ପୂର୍ବତନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ମୟୂରଭଞ୍ଜ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲାରେ ପରିଣତ କରାଇବା ସହ ଜିଲ୍ଲାର ସମସ୍ତ ୬ରୁ ୧୪ ବର୍ଷର ବାଳକ ବାଳିକାମାନଙ୍କୁ ନିଜସ୍ୱ ମୁଁ ବି ପଢ଼ିବି କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁଲ ମୁହାଁ କରାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଇଥିଲେ । ଏଥି ସହିତ ଜିଲ୍ଲାର ବିଭିନ୍ନ ହୋଟେଲ, ଢ଼ାବା, ରେଷ୍ଟୋରେଣ୍ଟ ଆଦିରେ ଚଢ଼ାଉ କରି ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ମାଗଣାରେ ରହିବା ଖାଇବା ଯୋଗାଇ ସ୍ୱତନ୍ତ୍ର ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ୱାରା ପାଠ ପଢ଼ାର ବ୍ୟବସ୍ଥା କରାଇଥିଲେ । ପୂର୍ବତନ ଜିଲ୍ଲାପାଳ ଶ୍ରୀ ପାଟିଲ ଉଦ୍ଧାର କରିଥିବା ଶିଶୁ ଶ୍ରମିକମାନଙ୍କ ମଧ୍ୟରୁ ଚଳିତ ବର୍ଷ ୧୧ ଜଣ ପିଲା ମ୍ୟାଟ୍ରିକ ପରୀକ୍ଷା ଦେଇ ଶତପ୍ରତିଶତ ପାଶ କରିଥିଲେ । ଏମାନଙ୍କ ମଧ୍ୟରୁ ୨ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ । 

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସମସ୍ତଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବର୍ଦ୍ଧିତ କରାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ବିବେକାନନ୍ଦ ସାହୁ ନିଜ ବକ୍ତବ୍ୟରେ ମୁଁ ବି ପଢ଼ିବି ଯୋଜନାରେ କିପରି ଭାବେ ସେମାନଙ୍କୁ ଉଦ୍ଧାର କରାଯାଇ ମୁଖ୍ୟ ସ୍ରୋତରେ ସାମିଲ କରାଯାଇଥିଲା ସେ ସମ୍ପର୍କରେ ଆଲୋକପାତ କରାଇଥିଲେ । ଅନ୍ୟମାନଙ୍କ ମଧ୍ରେ ଡେପୁଟୀ କଲେକ୍ଟର ସୁଜୟ କୁମାର ପତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ, ଆଦିବାସୀ ଓ ଜନଜାତି ସଂଯୋଜକ ସପନ ପୃଷ୍ଟି ପ୍ରମୁଖ ପିଲାମାନଙ୍କର ଉତ୍ତରୋତ୍ତର ଉନ୍ନତି ଓ ଭବିଷ୍ୟତ କାମନା କରିବା ସହ ଉଚ୍ଚ ଶିକ୍ଷାରେ ସେମାନଙ୍କୁ ସଦା ସର୍ବଦା ଦିଗଦର୍ଶନ ପ୍ରଦାନ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ତତପୁର ଆଇଟିଆଇର ଅଧ୍ୟକ୍ଷ ଡ଼ଃ ଶୁଭାଙ୍ଗ କିଶୋର ଦାସ ବୈଷୟିକ ଜ୍ଞାନ ଆହରଣ ଉପରେ ଆଲୋକପାତ କରାଇବା ସହ ଏହି ଶିକ୍ଷା ନିମନ୍ତେ ସମସ୍ତ ସାହାର୍ଯ୍ୟ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୋମନାଥ ସିଂ, ଶିକ୍ଷକ ମନୋରଞ୍ଜନ ଗିରି, ଗଣେଶ ବେହେରା, ବଳରାମ ଦାସ, ସୁନୀଲ ଦେଓ, ୱାର୍ଡନ  ସୁବାଷ ଚନ୍ଦ୍ର ଘୋଷ ପିଲାମାନଙ୍କୁ ଗଢ଼ି ତୋଳିବା ନିିିିିିିିିିିିିିିିିିିମନ୍ତେ ମୁଖ୍ୟ ଭୂମିକା ଲିଭାଇ ଥିବାରୁ ସମସ୍ତ ଅତିଥି ବୃନ୍ଦ ସେମାନଙ୍କର ଭୁୟସୀ  ପ୍ରସଂଶା କରିଥିଲେ । ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ ।  

ହେଲେ ପୂର୍ବତନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ଏମାନଙ୍କୁ ସିନା ଶିଶୁ ଶ୍ରମିକ ଯନ୍ତାରୁ ଉଦ୍ଧାର କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କର୍ଣ୍ଣଧାର ସାଜିଲେ, ତେବେ ଏବେ ଅଧାରାସ୍ତାରେ ଥିବା ଏହି ଗରିବ ପିଲାମାନଙ୍କୁ ଆଗକୁ ନେବା ପାଇଁ କିଏ ହାତ ଧରି ବାଟ କାଢିନେବ ବା କିଏ ସେମାନଙ୍କୁ ଲକ୍ଷ୍ୟ ସ୍ଥଳରେ ପହଂଚାଇବା ତାହା ଏବେ ପ୍ରଶ୍ନବାଚୀ | ନା ଏମିତି ଅଧାବାଟରେ ସେମାନଙ୍କ ଏ ମୁଖ୍ୟ ସ୍ରୋତର ଯାତ୍ରା ସରିଯିବ ଓ ସେମାନେ ପୁଣି ଧସେଇ ପସିବେ ଅନିଶ୍ଚିତତାର ଅଂଧାର ଭିତରକୁ !!!

 

0
0
0
s2sdefault