ହେଡଲାଇନସ୍:

ପ୍ରଚୁର ମାତ୍ରାରେ କଫ ସିରଫ , ନିଶା ଇଂଜେକସନ ଓ ନିଶା ବଟିକା ଜବତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ଯୁବପିଢୀକୁ ନିଶା ଶକ୍ତ କରାଇ ବେଆଇନ ଭାବରେ ପ୍ରଚୁର ଅର୍ଥ ରୋଜଗାର କରିବା ସହିତ ନିଜର ରୁବାଵ ଜାହିର କରି ଲୋକଙ୍କୁ ଭୟଭୀତ କରାଇବା କିଛି ଅସାମାଜିକ ବ୍ୟକ୍ତି ମାନଙ୍କର ନିତିଦିନିଆ କାମ । ଏହିଭଳି ଅସାମାଜିକ ବ୍ୟକ୍ତି ମାନଙ୍କର ପାଇଁ ଯୁବ ସମାଜ ଭିତରେ ଅପରାଧିକ ମନୋବୃତି ସୃଷ୍ଟି ହେଉଛି । ଏହି ଭଳି ଗ୍ରୁଣ୍ୟ ନିଶା ବ୍ୟବସାୟୀ ଙ୍କୁ ଜବତ କରିବା ପାଇଁ ପୋଲିସ ସଜାଗ ରହିଛି । ପଦ୍ମପୁର ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ପଦ୍ମପୁର ନିକଟସ୍ଥ ମହୁଳପାଲି ଗ୍ରାମ ର ବ୍ରିଜ ନିକଟରେ ଏକ ବୁଲେରୋ ଓ  ଏକ ଇଣ୍ଡିକା କାର ରୁ ବିପୁଳ ପରିମାଣରେ କଫ ସିରଫ , ନିଶା ଟାଵଲେଟ ଓ ନିଶା 8ଇଂଜେକସନ ଜବତ କରିବାରେ ସଫଳ ହୋଇଛି । ଏହା ସହିତ ଏହି ବେଆଇନ କାରବାରରେ ଲିପ୍ତ ଥିବା ଆଠ ଜଣ ଅପରାଧୀ ଙ୍କୁ ଧରିବାରେ ସଫଳ ହୋଇଛି । ବରଗଡ଼ SP ପଦ୍ମିନୀ ସାହୁ ଆଜି ସନ୍ଧ୍ୟା ସମୟରେ ପଦ୍ମପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିଥିଲେ । SP ଙ୍କର କହିବା ମୁତାବକ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ପୋଲିସ ତରଫରୁ ଅପରାଧୀ ମାନଙ୍କୁ ଧରିବା ପାଇଁ ପୋଲିସ ଜଗି ବସିଥିଲା । ଆଜି ଧାରା ପଡିଥିବା ଅପରାଧୀ ମାନେ ହେଲେ ପଦ୍ମପୁର ନେହରୁ ଗଲିର ରାକେଶ କୁମାର ନାୟକ , ପଦ୍ମପୁର ନିକଟସ୍ଥ ସିଂହନପୁର ଗ୍ରାମର ଅନନ୍ତ କୁମାର ସାହୁ , ଭେଉରିଆ ଗ୍ରାମର ଅମରେଶ ପଟେଲ ଓରଫ ପିଣ୍ଟୁ , ହନୁମାନ ପଡାର ସୋମନାଥ ପାତ୍ର , କୁସୁନାପଡାର ଶ୍ୟାମ ଲାଲ ଟାଙ୍ଗି , ସେହି କୁସୁନା ପଡାର ଶିବ ଛତର, ଶକ୍ତି ବିହାରର ଗୁଣନିଧି ସାହୁ ଓରଫ ବିକି , ଓ ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଡାଙ୍ଗବାହାଲ ଗ୍ରାମର ରମେଶ ସେଠ । ଅଭିଯୁକ୍ତ ମାନଙ୍କର ନିକଟରୁ ଦୁଇ ହଜାର (୨୦୦୦) ଗୋଟି ନିଶା ଇଂଜେକସନ , ଚାରି ହଜାର (୪୦୦୦) ନିଶା ବଟିକା , ପାଞ୍ଚ ଶହ ପଚାଶ ବୋତଲ କଫ ସିରଫ ,ଶହେ ଲିଟର ଅପମିଶ୍ରିତ କଫ ସିରଫ , ଗୋଟିଏ OD17D 2786 ନମ୍ବର ବିଶିଷ୍ଟ ବୁଲେରୋ ଓ OR02AG 8135 ବିଶିଷ୍ଟ ଇଣ୍ଡିକା କାର , ଓ ଛଅ ଗୋଟି ମୋବାଇଲ ଫୋନ ଜବତ କରିଥିବା SP ସୂଚନା ପ୍ରଦାନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ SDPO ଶ୍ରୀ ପ୍ରଦୀପ ସାହୁ ଓ ପଦ୍ମପୁର ଥାନା ଅଧିକାରୀ ଶ୍ରୀ ମାନସ ରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ ।

0
0
0
s2sdefault