-
ପାଣି ବି ପାଲଟିବାକୁ ବସିଛି ଜହର, ଆଶଙ୍କା ଭିତରେ ଝାରସୁଗୁଡା ସହର |
-
ସହର ପ୍ରଦୂଷିତ ହେଉଥିଲା, ଏବେ ଜଳ ଉତ୍ସ ବି ହେଉଛି ବିଷାକ୍ତ
-
ଆସ ପଣ୍ଡ ବିଷାକ୍ତ ପାଉଁଶ ପାଣି ମିଶୁଛି ପଞ୍ଚପଡ଼ାରେ ଇବ୍ ନଦୀ ଘାଟରେ
-
ଏହି ଘାଟରୁ ହିଁ ହୋଇଥାଏ ଝାରସୁଗୁଡ଼ା ସହରକୁ ପିଏଚଡି ପାଣିର ଯୋଗାଣ
-
ସହର ବାସୀଙ୍କ ନିବେଦନ , ଦୟାକରି ଏବଠୁ ଯତ୍ନବାନ ହେଉ ପ୍ରଶାସନ |
ଝାରସୁଗୁଡ଼ା (ସୁଭାଷ ସହାରେ): ଲୋକମାନଙ୍କ ଜୀବନ ଓ ପରିବେଶକୁ ଖୀନଭିନ କରି ଚାଲିଥିବା ବେଦାନ୍ତର ଅପକର୍ମ ପରିପ୍ରେକ୍ଷୀରେ ଝାରସୁଗୁଡା ଜିଲା ପ୍ରଶାସନର ନିରବତାକୁକୁ ନେଇ ବ୍ୟଥିତ ସହରବାସୀ | ପ୍ରଶାସନ ଓ ସରକାର ଲୋକଙ୍କ ସ୍ୱାର୍ଥରେ ନା ଜନସାଧାରଣଙ୍କ ସ୍ୱାର୍ଥରେ ତାକୁ ନେଇ ଦ୍ବନ୍ଦ୍ବ ଲୋକଙ୍କ ମନରେ | କୋଟି କୋଟି ତାଙ୍କ ମୁନାଫା ପାଇବା ବେଦାନ୍ତ , ଆଉ ବିଶାର ପ୍ରଭାବରେ ସନ୍ତୁଳି ହେବେ ଜଣ ସାଧାରଣ ! ଇଏ କି ପ୍ରକାର ନ୍ୟାୟ ବୋଲି ଲୋକଙ୍କ ମନରେ ପ୍ରଶ୍ନ | ବାରମ୍ବାର ଅଭିଯୋଗ ହେବ ପରେ ବି ପ୍ରଶାସନ ଚୁପ ବସିବା ପଛର ରହସ୍ୟ କଣ ବୋଲି ଲୋକ ଏବେ ପ୍ରଶ୍ନ ଆରମ୍ଭ କରିବା ଆରମ୍ଭ କଲେଣି | ପରିବେଶ ଯାହା ନଷ୍ଟ ହେଉଥିଲା, ଏବେ ସହର ବାସୀଙ୍କ ସର୍ବନିମ୍ନ ଆବଶ୍ୟକତା ଜଳର ଉତ୍ସ ବି ପ୍ରଦୂଷିତ ହେବାକୁ ବସିଲାଣି | ନିଶ୍ୱାସ ପ୍ରଶ୍ୱାସରେ ବିଷ ନେଉଥିବା ସହରବାସୀଙ୍କ ପାଇଁ ଏବେ ପାଣି ବି ପାଲଟିବାକୁ ବସିଛି ଜହର | ଏବେ ଆଶଙ୍କା ଭିତରେ ଝାରସୁଗୁଡା ସହର |
ବେଦାନ୍ତ କମ୍ପାନୀର ଚରମ ଅବହେଳାର ନିଦର୍ଶନ ବର୍ତ୍ତମାନ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲାରେ। ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରି ଶହ ଶହ କୋଟି ଟଙ୍କା ଲାଭ କରିବାର ଏକ ବ୍ୟବସାୟୀ ମନୋଭାବ ବର୍ତ୍ତମାନ ଉଦାହରଣ ଦେଉଛି ଏହି କମ୍ପାନୀ। ଜିଲ୍ଲପାଳ ଅଫିସ ପଛପଟେ ଥିବା ବେଦାନ୍ତର ପାଉଁଶ ପୋଖରୀ ଭୁଷୁଡ଼ି ଯାଇ ନିକଟସ୍ଥ ନାଳରେ ମିଶି ଇବ୍ ନଦୀରେ ମିଶୁଛି। ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ପଛରେ ଅବସ୍ଥିତ ବେଦାନ୍ତ କମ୍ପାନୀର ପାଉଁଶ ପୋଖରୀ ଗତ କିଛିଦିନ ହେଲା ଭୁଷୁଡ଼ି ଯାଇଥିବାରୁ ବର୍ତ୍ତମାନ ଏହାର ପାଉଁଶ ବହିଯାଇ ନିକଟସ୍ଥ ଏକ ନାଳରେ ପଡ଼ୁଛି। ଏହି ନାଳର ପାଣି ନିକଟସ୍ଥ ପଞ୍ଚପଡ଼ାରେ ଇବ୍ ନଦୀରେ ଯାଇ ମିଶିଥାଏ। ଆହୁରି ଉଦବେଗଜନକ କଥା ହେଉଛି ଯେ ଝାରସୁଗୁଡ଼ା ପିଏଚଡି ପାଣିର ଯୋଗାଣ ସହରକୁ ଏହି ଘାଟରୁ ହିଁ ହୋଇଥାଏ। ଏହାର ଅର୍ଥ ଯେ ସମଗ୍ର ଝାରସୁଗୁଡ଼ା ବର୍ତ୍ତମାନ ବେଦାନ୍ତର ପାଉଁଶ ମିଶା ପାଣି ହିଁ ପାନ କରୁଥିବେ। ଇବ ନଦୀ ଯାହାକି ହୀରାକୁଦ ବନ୍ଧରେ ମିଶେ,ଏହି ପାଉଁଶ ମିଶ୍ରିତ ପାଣି ହୀରାକୁଦ ଜଳକୁ ଦୂଷିତ କରିବା ସଙ୍ଗେ ସଙ୍ଗେ ଏହାର ଜଳଜୀବ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇବ।
ସୂଚନାଯୋଗ୍ୟ ଯେ ଦୈନିକ ପ୍ରାୟ ୨୩ ହଜାର ଟନ ପାଉଁଶ ନିଷ୍କାସିତ କରୁଥିବା ଏହି କମ୍ପାନୀକୁ ଡମ୍ପିଂ ପାଇଁ ଜିଲ୍ଲାପାଳ ଅଫିସର ପଛପଟେ ଥିବା ୱାର୍ଡ଼ ନମ୍ବର ୯ ପଞ୍ଚପଡ଼ାର ଖାତା ନମ୍ବର ୮୭୬ର ପ୍ଲଟ ନମ୍ବର ୨୪୦୮ ର ୫୧଼.୮୭ ଏକର ଜମିରେ ୧୪ ଲକ୍ଷ ଟନ୍ ପାଉଁଶ ପକାଇବାର ଅନୁମତି ଥିଲେ ମଧ୍ୟ ଏଯାବତ ପ୍ରାୟ ୫୦ ଲକ୍ଷ ଟନ ପାଉଁଶ ଗଦା ହୋଇ ସାରିଛି। କମ୍ପାନୀର ନିଜର ପାଉଁଶ ନିଷ୍କାସନ ନିମନ୍ତେ ପୋଖରୀ ନ ଥିବାରୁ ଏହା ସରକାରୀ ଜମିକୁ ବ୍ୟବହାର କରୁଛି। କିନ୍ତୁ ଏହି ପାଉଁଶ ନିଷ୍କାସନର ସୁଚିନ୍ତିତ ଯୋଜନା ନ ଥିବାରୁ ଏହି ଅଞ୍ଚଳରେ ଜମି,ଜଳ ଓ ବାୟୁ ପ୍ରଦୂଷଣ ହେବା ସହିତ ଏହା ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଏହିପରି ଘଟଣାର ସମ୍ଭାବନା ଉପରେ ଆଗରୁ ଆଶଙ୍କା ପ୍ରକାଶ କରିଥିଲେ ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘର ସଭାପତି ଶ୍ରୀ ସତ୍ୟନାରାୟଣ ରାଓ।
ଏ ନେଇ ବର୍ତ୍ତମାନ ସୁଦ୍ଧା ଜିଲ୍ଲାପାଳ କୌଣସି ପଦକ୍ଷେପ ନେଇ ନ ଥିବା ସୂଚନା ମିଳିଛି। ଯଦି ଏହି ଧାରା ବଜାୟ ରହେ ତେବେ ଏଠାରେ ଜମା ହୋଇଥିବା ପାଉଁଶର ଏକ ଦଶମାଂଶ ମଧ୍ୟ ସମଗ୍ର ଝାରସୁଗୁଡ଼ା, ଇବ ନଦୀ ଓ ହୀରାକୁଦ ଉପରେ ଭୟଙ୍କର ପ୍ରଭାବ ପକାଇବ। ସହର ବାସୀଙ୍କ ନିବେଦନ , ଦୟାକରି ଏବଠୁ ଯତ୍ନବାନ ହେଉ ପ୍ରଶାସନ |