ହେଡଲାଇନସ୍:

ଦାୟିତ୍ବହୀନତା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲା ସ୍ୱାସ୍ଥ୍ୟ ବିଭାଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଜରୁରୀକାଳୀନ ମେଡିକାଲ ଟେକ୍ନିସିଆନଙ୍କୁ  ସେବାରୁ ତୁରନ୍ତ କରାଗଲା ଅନ୍ତର 

  • କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନକୁ ଦିଆଗଲା ନିର୍ଦ୍ଦେଶ 

ବାରିପଦା (ଦିଲ୍ଲୀପ ମହାନ୍ତି) : ଗତକାଲି ଜଣେ ଗୁରୁତର ଶିଶୁକୁ ଡାକ୍ତରଖାନା ନେବା ପାଇଁ ୧ ଘଣ୍ଟା ବିଳମ୍ବରେ ପହଂଚିବା ଆଇ ଶିଶୁଟି ଗୁରୁତର ଅଛି ବୋଲି ଜାଣି ବି ରାସ୍ତାରେ ଗାଡି ଅଟକାଇ ଢାବାରେ ଖାଇବା ଫଳରେ ଡାକ୍ତରଖାନାରେ ପହଞ୍ଚିନପାରି ଶିଶୁଟିର ମୃତ୍ୟୁ ହେବା ଅଭିଯୋଗ ଆସିବା ପରେ କଠୋର ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ବିଭାଗ | ସଂପୃକ୍ତ ଜରୁରୀକାଳୀନ ମେଡିକାଲ ଟେକ୍ନିସିଆନ ସେବାରୁ ତୁରନ୍ତ କାର୍ଯ୍ୟରୁ ଅନ୍ତର କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ । ସମ୍ପୃକ୍ତ ଜରୁରୀକାଳୀନ ମେଡିକାଲ ଟେକ୍ନିସିଆନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜକୁ ନିର୍ଦ୍ଦେଶ ଦିଆଯାଇଛି | 

ସୂଚନାଯୋଗ୍ୟ ଯେ  ବେତନଟୀ ନିକଟସ୍ଥ ଆମ୍ବଯୋଡ଼ା ଗ୍ରାମର ନିଶାରଞ୍ଜନ ବେହେରାଙ୍କ  ଏକ ବର୍ଷର ପୁଅକୁ ଝାଡା ବାନ୍ତି ହେବାରୁ ଗତ ଅଗଷ୍ଟ ୯ ରେ ବାରିପଦା ପି ଆର ଏମ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । ପିଲାର ଅବସ୍ଥା ସଂକଟାପନ୍ନ ହେବାରୁ କଟକ  ମେଡିକାଲକୁ ସ୍ଥାନାନ୍ତର କରିବାରୁ ଡାକ୍ତର ପରାମର୍ଶ ଦେଇଥିଲେ । ଫଳରେ ୧୦୮ ଆମ୍ବୁଲାନ୍ସ ସହିତ ଯୋଗା ଯୋଗ କରିଥିଲେ । ହେଲେ ଆମ୍ବୁଲାନ୍ସ ପହଞ୍ଚିବାକୁ ଏକ ଘଣ୍ଟା ବିଳମ୍ବ  କରିଥିଲା । ବିଳମ୍ବ ହେଲେ ମଧ୍ୟ ପିଲାକୁ ଧରି କଟକ ବଡ଼ ମେଡିକାଲ ଅଭିମୁଖେ ବାହାରି ଥିଲେ ନିଶାରଞ୍ଜନ । ଆମ୍ବୁଲାନ୍ସର ବାରିପଦା ସହର ଉପକଣ୍ଠ  ମଞ୍ଚାବନ୍ଧା ନିକଟରେ ପହଂଚିବା ପରେ ୧୦୮ର କର୍ମଚାରୀ ସେଠାରେ ଗାଡିକୁ ଛିଡା କରାଇ ଖାଇବା ପାଇଁ ଯାଇ ଫେରିବାରେ ବିଳମ୍ବ କରିଥିଲେ । ଏହି ସମୟରେ ଗାଡି ଭିତରେ ପିଲାର ମୃତ୍ୟୁ ହୋଇ ଯାଇଥିଲା । ଛୁଆ ର ଅବସ୍ଥା ଗୁରୁତର ଥିଲେ ମଧ୍ୟ ଗାଡ଼ିରେ ଥିବା ଅକ୍ସୀଜେନ କିମ୍ବା ସେଲାଇନ ଲଗେଇ ନ ଥିଲେ । ସେଠାରୁ ଅଳ୍ପ ଦୂର ଆସିବା ପରେ କେସିପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପିଲାଟିର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅଟକି ଥିଲେ । ଉପସ୍ଥିତ ଥିବା ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ । ଏହାପୂର୍ବରୁ ୧୦୮ର କର୍ମଚାରୀ ଫେରାର ହୋଇ ଯାଇଥିଲେ । ଘଟଣାକୁ ନେଇ ମୃତ ଶିଶୁର  ମା ବେତନଟୀ ଥାନାରେ ୧୦୮ କର୍ମଚାରୀଙ୍କ ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ହୋଇଛି ବୋଲି  ଲିଖିତ ଆଭିଯୋଗ କରିଥିବାର ଜଣାପଥିଲେ | 

 

 

0
0
0
s2sdefault