ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମହାମାରୀ ଜନସାଧାରଣଙ୍କୁ ରକ୍ଷା କରିବା ନିମନ୍ତେ ସଂଗ୍ରାମ ଚଳାଇ ଆସୁଥିବା କୋଭିଡ଼-୧୯ ଯୁଦ୍ଧାମାନଙ୍କୁ ସହଯୋଗ କରିବା, ସେମାନଙ୍କ କାର୍ଯ୍ୟକୁ ସମର୍ଥନ ଦେବା ଏବଂ ତ୍ୟାଗକୁ ସମ୍ମାନ ଜଣାଇ ଆଜି ସନ୍ଧ୍ୟା ୬ଟା ସମୟରେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର ଓ ଆରକ୍ଷୀବାହିନୀ ବାରିପଦାଠାରେ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏଥି ସହିତ ମୁଁ ଜଣେ ଓଡ଼ିଶାବାସୀ ଭାବରେ ଶପଥ କରୁଛି ଯେ କୋଭିଡ଼ଦ୍ଧାମାନଙ୍କୁ ପୁରା ସହଯୋଗ ଓ ସମ୍ମାନ ଦେବି, କୋଭିଡ଼ ଲଢେ଼ଇ ଆମ ସମସ୍ତଙ୍କର ଲଢେ଼ଇ, ପ୍ରତିଟି ଲୋକର ଲଢେ଼ଇ, ଏ ଲଢେ଼ଇରେ ମୁଁ ବି ସାମିଲ , କୋଭିଡ଼ ଯୁଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ଉତ୍ସର୍ଗୀକୃତ ସେବାକୁ ମୁଁ ଉତ୍ସାହିତ କରିବି ଓ ସେମାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବି ନାହିଁ, ମୁଁ ନିଜେ କୋଭିଡ଼ ନିୟମାବଳୀ ପାଳନ କରିବି ଏବଂ ଅନ୍ୟମାନଙ୍କୁ ଏଥି ପାଇଁ ସଚେତନ କରିବି, କରୋନା ବିରୋଦ୍ଧରେ ଲଢେ଼ଇକୁ ମଜବୁତ କରିବି ଏବଂ ମୁଁ ନିଜେ ଜିତିବି, ମୋ ଓଡ଼ିଶା ଜିତିବ ଓ ମାନବ ଜାତି ବି ଜିତିବ ବୋଲି ନିଜେ ଶପଥ ନେବା ସଙ୍ଗେ ସଙ୍ଗେ ସମସ୍ତ ଆରକ୍ଷୀ ବାହିନୀକୁ ଶପଥ ଗହଣ କରାଇଥିଲେ । ଏହି ନୀରବ ପ୍ରାର୍ଥନା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଏସପି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ବାରିପଦା ସଦର ଏସଡ଼ିପିଓଙ୍କ କାର୍ଯ୍ୟାଳୟର କର୍ମଚାରୀ, ବାରିପଦା ଟାଉନ ଓ ସଦର ଥାନା ପୁଲିସ, ରିଜର୍ଭ ପଲିସ ପ୍ରମୁଖ ସମସ୍ତ ଆରକ୍ଷୀବାହିନୀ ଯୋଗ ଦେଇଥିଲେ ।
ରାଜ୍ୟ
କୋଭିଡ଼ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏସପି ଓ ଆରକ୍ଷୀ ବାହିନୀ ପକ୍ଷରୁ ନୀରବ ପ୍ରାର୍ଥନା ଓ ଶପଥ
- Hits: 225