ହେଡଲାଇନସ୍:

ପଥର ମାଫିଆଙ୍କ କବଳରୁ ମୁକୁଳିବକି ପଥରଖଣି !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ତହସିଲ ଅନ୍ତର୍ଗତ କୋମଣ୍ଡ କଣ୍ଟନମେଣ୍ଟ ଜୋନ ଅଞ୍ଚଳରେ ଚାଲିଥିବା ବେଆଇନ ମାଙ୍କଡା ଖଣିରେ ଚଢ଼ାଉ କରି 90 ହଜାର ଟଙ୍କାର ଜୋରିମାନା ଆଦାୟ କରିଛନ୍ତି ଓଡଗାଁ ତହସିଲଦାର । ଉକ୍ତ ଅଞ୍ଚଳରେ କରୋନା  ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା ବେଳେ ପଥର ମାଫିଆମାନେ ଆଇନ ଅମାନ୍ୟ କରି ପ୍ରଶାସନକୁ ଚାଲେଞ୍ଜ ଦେଇ ବେଆଇନ ମାଙ୍କଡ଼ା ପଥର ଚାଲାଣ ଅବ୍ୟାହତ ରଖିଥିବା ଅଭିଯୋଗ ହେଉଛି | ଏପରିସ୍ଥଳେ ବୁଧବାର ତହସିଲଦାର ବିଜୟିତା ସାମନ୍ତସିଂହାର ଏକ ବେଆଇନ ପଥର ଖଣିରେ ଚଢ଼ାଉ କରି  ଓଆର 02 ବିଡି 1791 ନମ୍ବର ମିନି ଟ୍ରକ , ଓଡି 25କେ 5800 ନମ୍ବର ଜେସିବି ଓ ଗୋଟିଏ ପାୱାର ଟ୍ରିଲର ଜବତ କରିଥିଲେ |  ସମ୍ପୃକ୍ତ ଗାଡ଼ି ଓ ପାଓ୍ବାର ଟ୍ରିଲର ମାଲିକମାନଙ୍କ ଠାରୁ  25000, 45000 ଓ 20000 ମୋଟ 90 ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାଯାଇଛି ।  ନିକଟରେ ବେଆଇନ ମାଙ୍କଡା ଚାଲାଣ ଗାଡ଼ି ମାନଙ୍କୁ ତହସିଲ ଅଫିସ ଓ ସ୍ଥାନୀୟ ଆଦର୍ଶ ଥାନା ଦ୍ବାରା ଚଢାଉ କରି ଜୋରିମାନା ଆଦାୟ ହୋଇଥିଲା ।  ବେଆଇନ ମାଙ୍କଡା ପଥର ଖଣି ଓ ଚୋରାରେ ଚାଲାଣ ହେଉଥିବା ମାଙ୍କଡା, ମୋରମ ଓ ମେଟାଲ ଆଦି ଗାଡ଼ି ଗୁଡିକ ଉପରେ ପ୍ରଶାସନର ବାରମ୍ବାର ଚଢାଉ ଜାରି ରହିଲେ ହୁଏତ ମାଫିଆ କବଳରୁ ମୁକୁଳି ପାରନ୍ତା ପଥରଖଣି। ଅନାୟାସରେ କ୍ଷତି ହେଉଥିବା ରାଜସ୍ବର ରକ୍ଷା ହୋଇପାରନ୍ତା ବୋଲି  ସାଧାରଣରେ ଆଲୋଚନା ହେଉଛି |

0
0
0
s2sdefault