ହେଡଲାଇନସ୍:

ଶିଶୁକୁ ମାଡ ମାରିଲେ ଡାକ୍ତର, ଅଭିଯୋଗ କଲେ  ଶିଶୁ ର ମା।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ (ଗୌରବ ଦରଜୀ)-ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଡାକ୍ତର ଅମାନବିକତା ରେ ଚିକିତ୍ସାଧୀନ ଜଣେ ନିଷ୍ପାପ ଶିଶୁଙ୍କୁ ଚାପୁଡ଼ା ମାରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସମଗ୍ର ଟିଟିଲିଗଡ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସିନ୍ଧେକେଲା ଥାନା ଅଧିନସ୍ଥ ପୁତୁଲାତଲେଇ ଗାଁର ଶୋଭନାଥ ଘିଭେଲାଙ୍କ ଦେଢ ବର୍ଷର ଶିଶୁ ପୁତ୍ର ରାଘବଙ୍କ ନିଶ୍ୱାସ ପ୍ରଶ୍ୱାସରେ ବାଧା ହେବାରୁ ଅସୁସ୍ଥ ପୁଅକୁ ଧରି ବାପା ଶୋଭନାଥ ଓ ମାଁ ଅଏଁଲି ଟିଟିଲାଗଡ଼ ଡାକ୍ତରଖାନାକୁ ଡାକ୍ତରଙ୍କୁ ଦେଖାଇବା ସମୟ ରେ  ଶିଶୁ ର ସାସ୍ଥ୍ୟବସ୍ଥା ଦେଖି ଡାକ୍ତର ତାଙ୍କୁ ଭର୍ତ୍ତି କରି ଚିକିତ୍ସା କରୁଥିଲେ । ଶିଶୁଟିର ସ୍ଵାସ୍ଥ୍ୟରେ ଉନ୍ନତି ଘଟିଥିବା ବେଳେ ୨୬.୦୭.୨୦୨୦  ରାତ୍ରି ପ୍ରାୟ ୯ଟାରେ ଶିଶୁ ବିଶେଷଜ୍ଞ ଡା . ସତ୍ୟରଞ୍ଜନ ମଲ୍ଲିକ ରାଉଣ୍ଡରେ ଯାଇ ଉକ୍ତ ଶିଶୁର ପରୀକ୍ଷା କରୁଥିବା ସମୟରେ ଉକ୍ତ ନିରୀହ ଶିଶୁ ଡାକ୍ତରଙ୍କ ସ୍ତେଥସ୍କୋପ ଯନ୍ତ୍ରକୁ ଟାଣି ଦେଇଥିଲା । ଏଥିରେ ଡାକ୍ତର ଉଭ୍ୟକ୍ତ ହୋଇ ଶିଶୁର  ହାତକୁ ଧରି ତା ଗାଲରେ ଚାରି ଚାପୁଡ଼ା ମାଡ଼ ଦେଇଥିବା ଶିଶୁର ମାଁ ଅଏଁଲି ଅଭିଯୋଗ କରିଛନ୍ତି । ଘଟଣା ଘଟିବା ପରେ ଶିଶୁପୁତ୍ରକୁ ଧରି ଭୟରେ ଦମ୍ପତି ଡାକ୍ତରଖାନାରୁ ଡିସ୍‌ଚାର୍ଜ ନେଇ ନିଜ ଗ୍ରାମ ଫେରିଯାଇଥିଲେ । ଘଟଣା ଘଟିବା ପରେ କିଛି ସମୟ ପାଇଁ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏସମ୍ପର୍କରେ ଉପଖଣ୍ଡ ଚିକିତ୍ସାଧୁକାରୀ ଦାୟିତ୍ଵରେ ରହିଥିବା ଡା.କୃଷ୍ଣଚନ୍ଦ୍ର ପାଲକୁ ପଚାରିବାରୁ ଘଟଣା ଘଟିବା ସମୟରେ ମୁଁ ଉପସ୍ଥିତ ନଥିଲି । ଡାକ୍ତରଖାନା ପରିସରରେ ଉତ୍ତେଜନା କୁ ବିଳମ୍ବରେ ଖବର ପାଇ ପୁଲିସକୁ ଜଣାଇଥିଲେ । ସେ କହିଥିଲେ ଘଟଣା ସମ୍ପର୍କରେ ତଦନ୍ତ କରାଯାଉଛି । ଦୋଷୀ ସାବ୍ୟସ୍ତ ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ସୋସିଆଲ ମିଡିଆ ଭିଡିଓ ଫୁଟେଜ ଘୂରି ବୁଲୁଥିବା ନେଇ ଡାକ୍ତର ମଲ୍ଲିକଙ୍କୁ ପଚାରିବାରୁ ସେ ପ୍ରଥମେ କହିଲେ ଯେ ଶିଶୁଟିକୁ ମାଡ଼ ମାରିବା ଭିଡିଓ କେହି କରିନାହାନ୍ତି । ଅବଶ୍ୟ ଶିଶୁର ମାଁ ହୋହାଲ୍ଲା କରିବାରୁ ଘଟଣାଟି ଚାରିଆଡ଼େ ବ୍ୟାପିଛି ।  ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଡାକ୍ତର ମଲ୍ଲିକ ଙ୍କ ବିରୋଧରେ ବିଭାଗ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନା ନାହିଁ ତାହା ବିଭାଗୀୟ ଅଧିକାରୀ ଜାଣିବେ । ହେଲେ ଜଣେ ନିଷ୍ପାପ ଶିଶୁକୁ ମାଡ଼ ମାରିବା ସାଂଘାତିକ ଅପରାଧ ବୋଲି ଗରିବ ସେନା ସଭାପତି ବୀରେନ୍ଦ୍ର ବାଗ କହିଛନ୍ତି ।  ବିଭାଗୀୟ ଉଚ୍ଚ କତୃପକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

0
0
0
s2sdefault