ଭୁବନେଶ୍ୱର(ଶାସକ ପ୍ରଶାସକ) : ଓଡ଼ିଶାରେ ସେସୁର ଦାୟିତ୍ୱ ନେଇଥିବା ଟାଟା ପାୱାର ଅନେକ ଗ୍ରାହକଙ୍କୁ ଭୁଲ ଭାଲ ବିଲ ବା ଅଧିକ ଟଙ୍କାର ବିଲ ପଠାଇଥିବା ଅଭିଯୋଗ ଆସିଛି | ଏଇ ନିକଟରେ ସୁନ୍ଦରପଦାର ଜଣେ ଗ୍ରାହକ ଆଣିଥିଲେ ଅଭିଯୋଗ ଯୋଉଥିରେ ତାଙ୍କ ବିଲ ପରିମାଣ ପ୍ରାୟ ୧୦୦ ଗୁଣ ଅଧିକ ଆସିଛି | ମନଇଛା ବିଲ ଏବେ ପଠାଉଛି ଟାଟା ପାୱାର | ଟାଟା ହାତରେ ସ୍ୱେସୁକୁ ଟେକିଦେଇ ବି ଅପାରଗ ଶକ୍ତି ବିଭାଗ ବି ନିର୍ବିକାର | ଆଉ ସବୁଠାରୁ ବଡ଼କଥା ହେଲା ଲକଡାଉନର ଫାଇଦା ଉଠାଇଚାଲିଛି ଏହି କମ୍ପାନୀ ବୋଲି ଅଭିଯୋଗ କରଛନ୍ତି ବିଦ୍ୟୁତ ଉପଭୋକ୍ତାମାନେ | କେତେଜଣ ଆପତ୍ତି କରିବେ ଏଇ ଲକ ଡାଉନ କଟକଣା ବେଳେ !!!
ମନାମାନୀ ଚଳାଇଛି କମ୍ପାନୀ | ହେଲେ ଏହା କମ୍ପାନୀ ପାଇଁ ଏହା ନୂଆ ନୁହେ ବୋଲି ଜଣାପଡିଛି | ମୁମ୍ବାଇରେ ବି କମ୍ପାନୀ ସେମିତି କରିଥିବା ଅଭିଯୋଗ ଆସିଛି | ଆଉ ବଲିଉଡ ଅଭିନେତ୍ରୀ ଦିବ୍ୟା ଦତ୍ତା ଆଣିଛନ୍ତି ଏଭଳି ଅଭିଯୋଗ | ଗତମାସରେ ମାସିକ ବିଦ୍ୟୁତ୍ ବିଲ୍ ଦେଖିବା ପରେ ଅଭିନେତ୍ରୀ ଦିବ୍ୟା ଦତ୍ତା ପୁରା ଫାୟାର ହୋଇଯାଇଥିଲେ । ସେ ଅଂଚଳର ବଣ୍ଟନ କମ୍ପାନୀ
ଟାଟା ପାୱାର ତାଙ୍କୁ 51,000 ଟଙ୍କାର ଗୋଟାଏ ମାସିକିଆ ବିଲ ପଠାଇଛି | ରବିବାରଦିନ ଟାଟା ପାୱାରକୁ ଟୁଇଟ କରି ଏଥିରେ ଚାର୍ଜ କରିଥିବା ବିଲ ତୁରନ୍ତ ସର୍ଟ ଆଉଟ କରିବା ପାଇଁ ଟାଟା ପାୱାର କୁ ଟୁଇଟ କରିଛନ୍ତି
ଅଭିନେତ୍ରୀ ଦିବ୍ୟା ଦତ୍ତ ତାଙ୍କ ଟୁଇଟରେ କହିଛନ୍ତି " ପ୍ରିୟ ଟାଟା ପାୱାର… ଇଏ କଣ … ଗୋଟିଏ ମାସର ବିଲ୍ 51000 ଟଙ୍କା ?? ଲକଡାଉନ୍ ସଗୁନ ଦେବାକୁ ଚାହୁଁଛନ୍ତି କି? ଦୟାକରି ଏହାକୁ ଯଥାଶୀଘ୍ର ଠିକ କରନ୍ତୁ |"