ବରଗଡ :- ନିଷ୍ଠା ପରିବାର ବରଗଡ , ଏହି ସ୍ବେଛାସେବୀ ଅନୁଷ୍ଠାନ ଆରମ୍ଭ ହେବା ପରଠାରୁ କ୍ରମାଗତ ଭାବରେ ଏହାର ସଭ୍ୟ ମାନେ ଏକତ୍ରିତ ହୋଇ ଜନସେବା କାର୍ଯ୍ୟ ରେ ସମ୍ପୂର୍ଣ୍ଣ ଭାବରେ ନିଜକୁ ନିୟୋଜିତ କରିଛନ୍ତି । ଜନସେବା ର ଯେ କୋଣସି କାର୍ଯ ହେଉ ଏହି ଅନୁଷ୍ଠାନ ର ସଭ୍ୟ ମାନେ କେଭାବି ପଛଘୁଞ୍ଚା ଦେଇ ନାହାନ୍ତି । ସେଥିପାଇଁ ଆଜି ସମଗ୍ର ବରଗଡ଼ ଜିଲ୍ଲାରେ ନିଷ୍ଠା ପରିବାର ପ୍ରଶଂସିତ । କୋବିଡ଼ କଟକଣା ଲାଗୁ ହେବା ପରଠାରୁ ନିଷ୍ଠା ପରିବାରର ସଭ୍ୟ ମାନେ ରାଜରାସ୍ତାକୁ ଓଲ୍ହାଇ ଗରିବ , ରୋଗୀ ଅସହାୟ , ମାନଙ୍କୁ କ୍ରମାଗତ ଭାବରେ ଖାଦ୍ୟ ଯୋଗାଇ ଅସୁଛି । ବର୍ତମାନ କରୋନା ମହାମାରୀ ପାଇଁ ବରଗଡ ଜିଲ୍ଳାପ୍ରଶାସନ ତରଫରୁ ବରଗଡ କୁ ସଟଡାଉନ ଘୋଷଣା କରାଯାଇଛି ।ଏହି ସମୟରେ ପ୍ରତିଦିନ ବରଗଡ ପୁରୁଣା ଡାକ୍ତର ଖାନା କୁ ଆସୁଥିବା ରୋଗୀ ମାନଙ୍କ ସହାୟକ ମାନେ ବରଗଡ଼ରେ ହୋଟେଲ ବନ୍ଦ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଲକ୍ଷ କରି ନିଷ୍ଠା ପରିବାର ତରଫରୁ ପୁରଣା ଡାକ୍ତରଖାନାରେ ରୋଗିଙ୍କ ସହାୟକ ଙ୍କ ସମେତ ସହର ବିଭିନ୍ନ ସ୍ଥାନରେ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ମାଗଣାରେ ବଣ୍ଟନ କରିବାର ବ୍ୟବସ୍ଥା କରାଯାଇଛି । ଏହା ସହିତ କିଛି ମାନସିକ ବିକୃତ କିଛି ବୁଲା ଭିକିରି ଙ୍କୁ ମଧ୍ୟ ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ସଟ୍ ଡାଉନ ଶେଷ ପର୍ଯନ୍ତ କରାଯିବ। ଏହି କାର୍ଯ୍ୟକ୍ରମ ରେ ନିଷ୍ଠା ପରିବାର ର ସଭାପତି ରକ୍ଷପାଲ ସାହୁ,ସଂପାଦକ ଅଶ୍ବିନୀ ତ୍ରିପାଠୀ,କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ ,ଙ୍କ ସମେତ ଅନୁଷ୍ଠାନ ର ଅନ୍ୟ ସଦସ୍ୟ ମାନେ ବକ୍ତିଗତ ଭାବରେ ଉପସ୍ଥିତ ରହୁଥିବା ଦେଖାଯାଉଛି ।
ରାଜ୍ୟ
କରୋନା କଟକଣା ବେଳେ ନିଷ୍ଠା ପରିବାର ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ
- Hits: 474