ଚୋରି ଜିନିଷ ଜବତ କରିବା ସହ ଚୋରଙ୍କୁ ଧରିଲା ପୋଲିସ
ଟିଟିଲାଗଡ ରୁ ଗୌରବ ଦରଜୀ: ସଇଁନ୍ତଲା ବ୍ଲକର ସ୍ଥାନୀୟ ନବୀନ ଛକ ନିକଟରେ ଥିବା ଡେଲିଭରି ଅଫିସ ପ୍ରାଇଭେଟ ଲିମିଟେଡ଼ରୁ ଅନେକ ଅନଲାଇନ ସାମାନ ଚୋରିହୋଇଥିବା ଘଟଣାକୁ ନେଇ ସଇଁନ୍ତଲା ପୋଲିସକୁ ବଡ଼ ସଫଳତା ମିଳିଛି। ସୂଚନାଯୋଗ୍ୟ ଯେ ଡ୍ୟାଲିଭରି ବଏ ମ୍ୟାନେଜର ଆଶୁତୋଷ ଦାଶ ଗତ ୨୯:୦୨:୨୦୨୦ ରେ ଅନଲାଇନ ସାମାନ ଚୋରି ହୋଇଥିବା ଘଟଣାକୁ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। case no 53 US 457/380 IPC ରେ କେସ ରୁଜୁ କରି ଉକ୍ତ ଘଟଣାକୁ ତଦାରଖ କରିବାପାଇଁ ସଇଁନ୍ତଲା ଥାନା ଆଇଆଇସି ବାରିଣୀ ଦାଶଙ୍କ ଦ୍ୱାରା ଏକ ସ୍ପେଶାଲ ଟିମ ଗଠନ କରାଯାଇଥିଲା । ଡେଲିଭରି ଅଫିସ ର ଝରକା ଭଙ୍ଗା ହୋଇଥିବାରୁ ସ୍ଥାନୀୟ ଲୋକ ଏହିଘଟଣାରେ ଲିପ୍ତ ଥିବେ ବୋଲି ସନ୍ଦେହ କରୁଥିଲା।ଚୋରି ହୋଇଥିବା ଜିନିଷ ମଧ୍ୟରୁ ଏକ ମୋବାଇଲକୁ ଅତାବିରାରେ ବିକ୍ରିକରିଥିଲେ। ମୋବାଇଲ ଟ୍ରେକ୍ ମାଧ୍ୟମରେ ମୋବାଇଲ ଫୋନକୁ ବ୍ୟବହାର କରୁଥିବା ବ୍ୟକ୍ତି ପାଖକୁ ପୋଲିସ ଟିମ ପହଁଚି ଥିଲା ଓ ତାକୁ ପଚରାଉଚରା କରିଥିବାବେଳେ ଘଟଣା ସମ୍ପର୍କରେ ଅଧିକ ସୂଚନା ପାଇ ଚୋରିକରିଥିବା ବ୍ୟକ୍ତି ମାନଙ୍କୁ ପୋଲିସ ଗିରଫ କରିଥିଲା। ଚୋରି କରିଥିବା ବ୍ୟକ୍ତି ଜଣକ ଅଜିତ ଦୀପ (୨୦), ଫିରୋଜ ଦୀପ( 21) , ତରଣୀସେନ ସୁନା ( ୨୧ ) କୁ ଗିରଫ କରି ଚୋରି କରିଥିବା ସାମାନ ଲେନେଭୋ ଲାପଟପ, ହାତ ଘଣ୍ଟା, ମୋବାଇଲ ସେଟ, ଚପଲ, ସାରି, ହେଆର ଡ୍ରାୟର ,ଟି ସାର୍ଟ ଓ ଭେନିଟି ବ୍ୟାଗ୍ କୁ ଜବତ କରିଥିଲା। ଆଜି ଟିଟିଲାଗଡ଼ ଏସଡିପିଓ ଏସ. ଏନ ଶତପଥୀ ସଇଁନ୍ତଲା ଥାନାରେ ଥାନା ଆଇଆଇସି ବାରିଣୀ ଦାଶ ଓ ଏଆଇସି ଏମ.ଡି ସୁନାନୀ ସଦଲ ବଲ ପୋଲିସ ସହ ଉପସ୍ଥିତ ରହି ପ୍ରେସ ବିଜ୍ଞପ୍ତି ମଧ୍ୟମରେ ଜଣାଇବା ସହ ଦୋଷୀକୁ କୋର୍ଟ ଚାଲଣ କରିଥିଲେ।