ହେଡଲାଇନସ୍:

ଆଦୃତ ହେବାରେ ଲାଗିଛି ସବାଇ ଘାସରେ ପ୍ରସ୍ତୁତ ରାକ୍ଷୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି)-  ମୟୂରଭଞ୍ଜ ଜିଲ୍ଲାରେ ସବାଇଘାସରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀଗୁଡ଼ିକର ଚାହିଦା କେବଳ ଓଡ଼ିଶାରେ ନୁହେଁ  ଦେଶ ବିଦେଶରେ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି । ଏହି ସମୟରେ ଅନୁସୂଚିତ ଜନଜାତି ମହିଳା ଗ୍ରୁପ ଦ୍ୱାରା ସବାଇ ଘାସରେ ପ୍ରସ୍ତୁତ ରାକ୍ଷୀ ଜନସାଧାରଣରେ ଆଦୃତ ହେବା ଆରମ୍ଭ କରିଛି । ବାରିପଦା ଓ ଭୂବନେଶ୍ୱର ସହିତ ଅନ ଲାଇନରେ ଏହି ରାକ୍ଷୀର ବିକ୍ରି ଆରମ୍ଭ ହୋଇଛି ।  ରାକ୍ଷୀଗୁଡ଼ିକର ମୂଲ୍ୟ ସର୍ବନିମ୍ନ ୨୦ ଟଙ୍କାରୁ ଆରମ୍ଭ ହୋଇଛି । ସବାଇ ଘାସରୁ ବିଭିନ୍ନ ପ୍ରକାର ଡିଜାଇନର ରଙ୍ଗବେରଙ୍ଗ ସୌଖୀନ ରାକ୍ଷୀ ପ୍ରସ୍ତୁତ ହୋଇଅଛି । ଯାହାକୁ କିଣିବା ଓ ଦେଖିବା ନିମନ୍ତେ ସମସ୍ତଙ୍କ ମନରେ ଏକ ଆଗ୍ରହ ପରିଲକ୍ଷିତ ହୋଇଛି । ଓରମାସ ପକ୍ଷରୁ ଏକ୍ଷେତ୍ରରେ ମହିଳାମାନଙ୍କୁ ସମସ୍ତ ପ୍ରକାରର ଜ୍ଞାନ କୌଶଳ ଓ ତାଲିମ ପ୍ରଦାନ କରାଯିବା ସାଙ୍ଗକୁ ଏହାର ମାର୍କେଟିଂର ବ୍ୟବସ୍ଥା କରାଯାଇଛି ।  ବାରିପଦା ସହରର ଷ୍ଟିଲ ଗୋଲେଇ ପାଶ୍ୱର୍ ମୟୂରଶିଳ୍ପ ପରିସରରେ ଏହି ରାକ୍ଷୀ ବିକ୍ରି ଆରମ୍ଭ ହୋଇଥିବାର ଜଣାପଡ଼ିଛି । 

0
0
0
s2sdefault