ହେଡଲାଇନସ୍:

ସରେଇକେଲା ପଞ୍ଚାୟତରେ କରୋନା ପାଇଁ ଭୟ ବଢୁଛି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଞ୍ଚାୟତସ୍ତରୀୟ କରୋନା ମୁକାବିଲା ଆଲୋଚନା

ଝାରବନ୍ଧ-ମନୋହର ଦାଶ :କରୋନା ମହାମାରୀ ରୋଗ ଏବେ ଗାଁ ମୁହାଁ ହୋଇଛି ଫଳରେ ଗ୍ରାମାଞ୍ଚଳରେ ଲୋକ ମାନେ ଭୟ ର ବାତାବରଣ ଭିତରେ ରହୁଛନ୍ତି।ବରଗଡ ଜିଲ୍ଲା ର ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସରେଇକେଲା ପଞ୍ଚାୟତରେ ସରେଇକେଲା ଗ୍ରାମ ଠାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରେଇକେଲା ଗ୍ରାମଠାରେ ଅଳ୍ପ ଦୂରତା ଥିବା ଲଖମରା ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି।ଏହି ନିର୍ଦ୍ଧେଶ ନାମା ଖିଲାପ ହେଲେ ସମ୍ପୃକ୍ତ ବ୍ୟକ୍ତି ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସତର୍କ କରାଇ ଦେଇଛନ୍ତି । ବିଡ଼ିଓ ସୁରେନ୍ଦ୍ର ମେହେର ,ଏ ବିଡ଼ିଓ ଭୀଷ୍ମଦେବ ମାଝି ଜଗଦଲପୁର ଥାନା ଅଧିକାରି ଲିଲିମା ଲଳିତା ବାର୍ଲା ,ସରପଞ୍ଚ ଭୀଷ୍ମଦେଵ ଡ଼ନସନା ପ୍ୟାକ୍ସ ସମ୍ପାଦକ ରୋହିତ ପ୍ରଧାନ ଗୋଷ୍ଟି ସ୍ୱାସ୍ଥ୍ୟ ଅଧିକାରୀ ଡା.ସୁଦୀପ୍ତ ସାହୁ ପ୍ରମୁଖ ଅଧିକାରୀ ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ କୋଭିଡ ସ୍ବେଚ୍ଛା ସେବି , ଅଙ୍ଗନବାଡି ଓ ଆଶାକର୍ମୀ ଙ୍କ ମିଳିତ ନିସ୍ପତି କ୍ରମେ ପଞ୍ଚାୟତ କୁ ସଟଡାଉନ ଘୋଷଣା କରିଛନ୍ତି ବୋଲି ସରପଞ୍ଚ ଭୀଷ୍ମଦେଵ ଡ଼ନସନା ସୂଚନା ଦେଇଛନ୍ତି। ସଧାରଣ ଲୋକଙ୍କୁ ସଚେତନ କରାଯାଇଛି । ସମାଜିକ ଦୂରତା ରକ୍ଷା ମାସ୍କ ପରିଧାନ ଓ ବାରମ୍ବାର ହାତଧୁଆ କରୋନା ମହାମାରୀ ର ଚିକିତ୍ସା ନଥିବାରୁ ସତର୍କତା ତଥା ଜନସାଧରଣ ଙ୍କ ସହଯୋଗ ସଂଯମ ଓ ସତର୍କତା ଅବଲମ୍ବନ କରିବାକୁ ଥାନାଅଧିକାରୀ ଶ୍ରୀମତୀ ବାର୍ଲା ପରାମର୍ଶ ଦେଇଥିଲେ ।

0
0
0
s2sdefault