(ଶାସକ ପ୍ରଶାସକ)/ ଗୁଣପୁର ରୁ ମାଧବ ବିଡିକା - ରାୟଗଡ ଜିଲ୍ଲାରେ ମହାମାରୀ କରୋନାର କାୟା ବିସ୍ତାର କରୁଥିବାରୁ ଏହାକୁ ରୋକିବାରେ କଡା ପଦକ୍ଷେପ ନେବାପାଇଁ ରାୟଗଡ ଜିଲ୍ଲାପାଳ ସମ୍ପୂର୍ଣ୍ଣ ଜିଲ୍ଲାକୁ ସଟ ଡାଉନ କରାଯିବ ବୋଲି ଗଣମାଧ୍ୟମ ସମ୍ମୁଖରେ ବାର୍ତ୍ତା ଦେଇଛନ୍ତି । ଏହାକୁ ଆଧାରକରି ଅନେକ ଗଣମାଧ୍ୟମରେ ରାୟଗଡ ଜିଲ୍ଲା ଆଜିଠାରୁ ସାତ ଦିନ ପର୍ଯ୍ୟନ୍ତ ରାୟଗଡ ଜିଲ୍ଲା ସଟ ଡାଉନ କରାଯାଇଛି ବୋଲି ଖବର ପ୍ରକାଶ କରିଛନ୍ତି । ପରନ୍ତୁ ବର୍ତ୍ତମାନ ହସ୍ତଗତ ହୋଇଥିବା ଗୁଣପୁର ଉପଜିଲ୍ଲାପାଳଙ୍କ ବାର୍ତ୍ତା ଏହା ସ୍ପଷ୍ଟ କରୁଛିକି ଗୁଣପୁର ଉପଖଣ୍ଡକୁ ସାତ ଦିନ ଯାଏଁ ଲକ ଡାଉନର ଘୋଷଣା କରାଯାଇଛି । ତେବେ ଏହି ଦୁଇଟି ଭନ୍ନ ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିଛି । ଏଠାରେ ପ୍ରଶ୍ନ ଉଠେ ଗୁଣୁପୁର ଉପଖଣ୍ଡ ଜନସାଧାରଣ ଏହି ସାତ ଦିନକୁ ସାଟ ଡାଉନ ଭାବେ ଗ୍ରହଣ କରିବେ ନା ଲକ ଡାଉନ ଭାବେ ପାଳନ କରିବେ । ଏହି ଦୁଇ ବାର୍ତ୍ତାର ସଠିକତା ଜନସାଧାରଣ ଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ସ୍ୱରୂପ ଜନସାଧାରଣ ଙ୍କୁ ଡ଼ାକବାଜି ମାଧ୍ୟମରେ ସୂଚନା ପ୍ରଦାନ କରିବା ଜରୁରୀ ହୋଇପଡିଛି ।