ହେଡଲାଇନସ୍:

ଖରାଦିନ ସରିଗଲା କିନ୍ତୁ କାମରେ ଆସିଲାନି ପାଣି ଟାଙ୍କି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ଗ୍ରାମପଞ୍ଚାୟତ ପରିସରରେ ଥିବା ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ଲୋକଙ୍କ କୌଣସି କାମରେ ଆସିଲାନାହିଁ । ଖରାଦିନ ସରିଗଲା ହେଲେ ପାଣିପାଇଁ ଡହଳବିକଳ ହେଉଥିବା କଦଳୀଗଡ ବାସୀଙ୍କ କଥା ପ୍ରଶାସନର କାନରେ ପଶିଲା ନାହିଁ । ୨୦୧୨-୧୩ ମସିହାରୁ ଏହି ପ୍ରକଳ୍ପ ଆରମ୍ଭ ହୋଇସାରିଥିଲେ ମଧ୍ୟ ଲୋକଙ୍କ ଜଳକଷ୍ଟ ଦୂର କରିବାକୁ ସକ୍ଷମ ହୋଇପାରିନାହିଁ । ପ୍ରତିବର୍ଷ ମରାମତି ନାମରେ ଅନେକ ଅର୍ଥ ବ୍ୟୟ ହୋଇ ମଧ୍ୟ ସଚଳ ହେଉନଥିବାରୁ ଗ୍ରାମରେ ଜନଅସନ୍ତୋଷ ଦେଖାଦେଉଛି ।ଏହି ପ୍ରକଳ୍ପରୁ କୌଣସି ଘରକୁ ଗତ ୮ବର୍ଷ ମଧ୍ୟରେ ପାନୀୟଜଳ ସଂଯୋଗ ମଧ୍ୟ ଦିଆଯାଇପାରିନାହିଁ । ନିମ୍ନମାନର ପାଇପ ବ୍ୟବହାର ଯୋଗୁଁ ଅନେକ ସ୍ଥାନରେ ପାଇପ ଫାଟି ସାରିଲାଣି । ଗ୍ରାମରେ ଦିଆଯାଇଥିବା ପବ୍ଲିକ ଷ୍ଟାଣ୍ଡପୋଷ୍ଟ ଗୁଡିକ ନିମ୍ନମାନର ସରଞ୍ଜାମ ବ୍ୟବହାର ଯୋଗୁଁ ଭାଙ୍ଗିବସିଲାଣି । ଗ୍ରାମ ପଞ୍ଚାୟତ ଓ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗ ଉକ୍ତ ପ୍ରକଳ୍ପ ସଂପର୍କରେ ଦୃଷ୍ଟିଦେବାକୁ ଜନସାଧାରଣରେ ଦାବି ହେଉଛି ।

0
0
0
s2sdefault