ହେଡଲାଇନସ୍:

ମୟୂରଭଞ୍ଜ :  ଆଜି ନୂଆ ୧୨ ପଜିଟିଭ ଚିହ୍ନଟ. ପଜିଟିଭ ସଂଖ୍ୟା ୪୬୮କୁ ବୃଦ୍ଧି  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜି ମୟୂରଭଞ୍ଜ ଜିଲ୍ଲାର ଯଶୀପୁର-୨, ବାରିପଦା ପୌରପରିଷଦ-୨, କରଞ୍ଜିଆ-୧, ରାଇରଙ୍ଗପୁର-୧ ଓ ଶୁକୃଳି ବ୍ଲକ ଅଞ୍ଚଳରୁ ୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ କରୋନା ପଜିଟିଭ ସଂଖ୍ୟା ୪୬୮କୁ ବୃଦ୍ଧି ପାଇଛି ।  ଏମାନଙ୍କ ମଧ୍ୟରେ କରଞ୍ଜିଆ(୧) ଓ ଶୁକୃଳି(୧) ବ୍ଲକ ସଙ୍ଗରୋଧ କେନ୍ଦ୍ରରୁ ୨ ଜଣ ତେଲେଙ୍ଗାନା(୧) ଓ କର୍ଣ୍ଣାଟକ(୧) ରାଜ୍ୟ ଫେରନ୍ତା ଅନ୍ତେବାସୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଶୁକୃଳି ବ୍ଲକ ଅଞ୍ଚଳରୁ ୫ ଜଣ, ବାରିପଦା ପୌରପରିଷଦରୁ ୨ ଜଣ ଏବଂ ଅନ୍ୟ ଜଣେ ରାଇରଙ୍ଗପୁର ବ୍ଲକ ଅଞ୍ଚଳ ବ୍ୟକ୍ତି କଟକରେ ଲୋକାଲ କଣ୍ଟାକ୍ଟରୁ  କୋଭିଡ଼-୧୯ ଭୂତାଣୁ ସଂକ୍ରମିତ ହୋଇଥିବାର ଚିହ୍ନଟ ହୋଇଛନ୍ତି ଏବଂ  ଯଶୀପୁର ବ୍ଲକ ଅଞ୍ଚଳରୁ ୨ ଜଣ କର୍ତ୍ତବ୍ୟରତ କରୋନା ଯୁଦ୍ଧାଙ୍କ ରିପୋର୍ଟ ପଜିଟିଭ ଆସିଛି । ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତମାନଙ୍କୁ କୋଭିଡ଼ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହିପରି ଜୁଲାଇ ୧୮ ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୩୨୨ଏବଂ ଆଜି ପର୍ଯ୍ୟନ୍ତ  ସକ୍ରିୟ ସଂଖ୍ୟା ୧୪୪  ଏବଂ  ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମୃତୁ୍ୟ ସଂଖ୍ୟା ୨ ଥିବାର ଜଣାପଡ଼ିଛି । 

 

0
0
0
s2sdefault