ହେଡଲାଇନସ୍:

ଓଡ଼ଗାଁ ବ୍ଲକ ଅଂଚଳରୁ ୨୦୩ ସ୍ୱାବ ସଂଗ୍ରହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଲକର ଅଂଚଳରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଆଜି ୩ୟ ଦଫାରେ ୨୦୩ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଛି । ସୁନାମୁହିଁ ଓ କୁରାଳ ଅଂଚଳରୁ ବାହ୍ୟ ସଂକ୍ରମଣ ବୃଦ୍ଧି ପାଇବା ପରେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ୍ନ ପ୍ରତିଶେଧକ ପଦକ୍ଷେପମାନ ଗ୍ରହଣ କରାଯାଇଛି ।  ହେଲେ ଓଡ଼ଗାଁ ବ୍ଲକ ସୀମାନ୍ତ ପଡୋଶୀ ଗଞ୍ଜାମ ଜିଲ୍ଲାକୁ ଲାଗିଥିବା ବେଳେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସ୍ଥିଥି ସଂଗୀନ ହୋଇ ପଡିଥିବା କାରଣରୁ ନୟାଗଡ଼ ଜିଲ୍ଲା ପ୍ରଶାସନ ସଂକ୍ରମଣକୁ ରୋକିବା ପାଇଁ ପଦେକ୍ଷପ ସ୍ୱରୁପ ଜିଲ୍ଲା ସୀମାନ୍ତ ଅଂଚଳକୁ ସିଲ କରିଛନ୍ତି । ସୀମାନ୍ତ ଅଂଚଳରେ ପୋଲିସ ପ୍ରହରା ବ୍ୟବସ୍ଥା କରାଯାଇଛିି । ଗତକାଲି ଓଡ଼ଗାଁ ଆଦର୍ଶ ଥାନା ପୋଲିସ ତରଫରୁ ମଧ୍ୟ ସଚେତନ କରାଯାଇଥିଲା । ତଥାପି କିଛି ଅମାନିଆ ବିଭିନ୍ନ ଗଳାବାଟ ଦେଇ ଉଭୟ ଜିଲ୍ଲାକୁ ଯିବାଆସିବା କରୁଥିବାରୁ ଆଗାମୀ ଦିନରେ ଏହାର ଭୟାବହତା ଦେଖାଦେବାର ଆଶଙ୍କା  ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଜି ଡାକ୍ତର ରାକେଶ କୁମାର ସାହୁ, ଏନଏସିର କନିଷ୍ଠ  ଯନ୍ତ୍ରୀ ସୁବ୍ରତ କୁମାର ମହାପାତ୍ର ଏବଂ ଟିମ ସହାୟତାରେ ଓଡ଼ଗାଁ ଏନଏସି ସହିତ କୁରାଳ, ସୁନାମୁହିଁ, କୋମଣ୍ଡ, ରଙ୍ଗଣୀପାଟଣା, ପନ୍ତିଖାରୀ, ନନ୍ଦିଘୋର , ଗୈାଡପୁଟ ଅଂଚଳରୁ ମୋଟ ୨୦୩ ଜଣଙ୍କର ସ୍ୱାବ ସଂଗ୍ରହ କରିଥିଲେ । 

0
0
0
s2sdefault