ହେଡଲାଇନସ୍:

ଏମିତିକା ରାସ୍ତା : ଦେଖିଲେ ଛାତି କୁଂଢ଼େ ମୋଟ ହୋଇଯିବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରୁ ଆଇଓସିଏଲ ବଢେଇମୁଣ୍ଡା ରାସ୍ତା

ବେଦାନ୍ତ ଓ ସ୍ପଞ୍ଜ ଆଇରନ କାରଖାନାର ଶହଶହ ଟ୍ରକ ଗଡୁଛି ,ଲୋକେ ହୀନସ୍ତା

ଝାରସୁଗୁଡା/ ସୁବାଷ ସାହାରେ: ଝାରସୁଗୁଡ଼ା ଆଇଓସିଏଲ ଠାରୁ ସାରସମାଳ ଧୁତରା ରାସ୍ତା ଅତି ଦୁର୍ଗମପୂର୍ଣ୍ଣ ସହ ଶୋଚନୀୟ ହୋଇ ପଡିଥିବା ବେଳେ ପଥଚାରିଙ୍କ ପାଇଁ ମରଣଯନ୍ତା ପାଲଟିଯାଇଛି । ବଢ଼େଇମୁଣ୍ଡାରୁ ବାଇପାସ ରାସ୍ତା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିବା ରାସ୍ତା ଏବଂ ସେହି ରାସ୍ତା ଦେଇ ଧୁତୁରାକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଜନ୍ତା ପାଲଟିଛି ।  ଆଖପାଖ ଅଞ୍ଚଳବାସୀଙ୍କୁ ନାହିଁ ନ ଥିବା ଅବସ୍ଥା ଭୋଗିବାକୁ ପଡୁଛି । ମା ମାଉସୀ ଗୁରୁଜନ ରୋଗୀ ତଥା ଗର୍ଭବତୀ ମହିଳାଙ୍କୁ ସେହି ରାସ୍ତା ଦେଇ ଯିବାକୁ ପଡୁଥିବା ବେଳେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ବିପଦପୁର୍ଣ୍ଣ ରାସ୍ତାରେ ଆମ୍ବୁଲାନ୍ସ ଯୋଗେ ନେବା ମଧ୍ୟ ଅସମ୍ବବ ହୋଇପଡୁଛି । ଏହା ସତ୍ତ୍ବେ ଏବେ ଏହି ରାସ୍ତାରେ ବେଦାନ୍ତ ଓ ସ୍ପଞ୍ଜ ଆଇରନ କାରଖାନା ମାନଙ୍କର କୋଇଲା ଓ ଆଇରନ ବୋଝେଇ ଶହଶହ ଟ୍ରକଗୁଡିକ ଯାତାୟତ କରୁଛି । ଯାହା ଫଳରେ ଏ ରାସ୍ତାର ଅବସ୍ଥା ଅତି ଦୟନୀୟ ହେବା ସହ ଯାତ୍ରୀ ପଥଚାରୀ ଦୈନିକ ଯାତାୟାତ କରୁଥିବା କର୍ମଚାରୀ ଆଖପାଖ ଅଞ୍ଚଳବାସୀଙ୍କ ବଡ ଚିନ୍ତାର କାରଣ ହୋଇଛି । ଏହାର ପ୍ରତିକାର ପାଇଁ ରାସ୍ତାକୁ ଓସାରିଆ ସହ ଅତିଶୀଘ୍ର ମରାମତିର ବ୍ୟବସ୍ଥା ନ କଲେ ଆସନ୍ତା ଦିନରେ ମର୍ମନ୍ତୁଦ ଦୁର୍ଘଟଣା ଘଟିବାରେ କିଛି ସନ୍ଦେହ ନାହିଁ ବୋଳି ଜନସାଧାରଣରେ ଶୁଣିବାକୁ ମିଳୁଛି । ଏଥିପ୍ରତି ଉଚ୍ଚ ପ୍ରଶାସନିକ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।

0
0
0
s2sdefault