ହେଡଲାଇନସ୍:

ବାରିପଦା ମେଡ଼ିକାଲ କଲେଜକୁ ମିଳିଲା ନାମଲେଖା ଅନୁମତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ମୟୁରଭଞ୍ଜରେ ଖୁସିର ଲହରୀ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ବିଜେଡି 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟକୁ ୨୦୧୯ ଶିକ୍ଷା ବର୍ଷରେ ପ୍ରଥମ ଓ ଦ୍ୱିତୀୟ ଦ୍ୱିତୀୟ ବର୍ଷ ନାମ ଲେଖା ନିମନ୍ତେ ଶେଷରେ ମିଳିଲା ସବୁଜ ସଙ୍କେତ । ଚଳିତ ଅପ୍ରେଲ ୧୩ରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଓ ଏମସିଆଇକୁ ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପତ୍ର ଲେଖି ବାରିପଦା, ବଲାଙ୍ଗୀର ଓ ବାଲେଶ୍ୱର ମେଡ଼ିକାଲ କଲେଜ ପରିଦର୍ଶନ କରିବା ନିମନ୍ତେ ଅନୁରୋଧ ଜଣାଇବା ପରେ ଏମସିଆଇର ଦୁଇଟି ଟିମ ଚଳତମାସ ୨୩ ସୋମବାର ବାଲେଶ୍ୱର ଓ ବଲାଙ୍ଗୀର ଗସ୍ତରେ ଆସି ଫେରିଯାଇ ଥିବା ସମୟରେ ବାରିପଦା ଆସି ନ ଥିଲେ । ଯାହାଫଳରେ ୨୦୧୭-୧୮ ଶିକ୍ଷା ବର୍ଷରେ ପ୍ରତିଷ୍ଠା  ହୋଇଥିବା ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟରେ ଶହେ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ଦ୍ୱିତୀୟ ଶିକ୍ଷା ବର୍ଷ ୨୦୧୮-୧୯ରେ ଛାତ୍ରଛାତ୍ରୀମାନଙ୍କ ନାମ ଲେଖା ସହିତ ଦ୍ୱିତୀୟ ବର୍ଷର ନବୀକରଣରେ କ୍ଷେତ୍ରରେ ଅନିଶ୍ଚିତତା ଦେଖା ଦେଇଥିଲା । ପ୍ରକାଶ ଥାଉକି, ଗତ ୨୦୧୭-୧୮ ଶିକ୍ଷା ବର୍ଷରେ ଏମସିଆଇ ଟିମ ବାରିପଦା ମେଡ଼ିକାଲ କଲେଜକୁ ଏଲଓପି ପ୍ରଦାନ ନିମନ୍ତେ ଟାଳଟୁଳ ନୀତି ଆପଣେଇ ନେବାରୁ ରାଜ୍ୟ ସରକାର ଉଚ୍ଚତମ ନ୍ୟାୟାଳୟର ଓଭରସାଇଟ କମିଟିଙ୍କ ଦ୍ୱାରସ୍ଥ ହେବାରୁ ଗତ ୨୦୧୭ ମେଇ ୧୪ରେ ଶହେ ଛାତ୍ରଛାତ୍ରୀମାନଙ୍କ ନାମ ଲେଖା ନିମନ୍ତେ ସର୍ତ୍ତମୂଳକ ଭାବେ ଅନୁମତି ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ୨୦୧୮-୧୯ ଶିକ୍ଷାବର୍ଷ ନିମନ୍ତେ ମଇ ୬ରେ ପ୍ରବେଶିକା ପରୀକ୍ଷା ଓ  ଜୁନ ୬ରେ ଫଳ ପ୍ରକାଶ ହେବା ପରେ ଜୁନ ୨୫ରୁ ପ୍ରଥମ ପର୍ଯ୍ୟାୟ କାଉନସେଲିଂ ଆରମ୍ଭ ହେବାକୁ ଯାଉଥିବା ବେଳେ ଏମସିଆଇ ଟିମ ବାରିପଦା ଗସ୍ତରେ ନ ଆସିବା ପରେ ଏକ ଅନିଶ୍ଚିତତା ମଧ୍ୟରେ ପିଆରଏମ ମେଡ଼ିକାଲ କଲେଜର ଭବିଷ୍ୟତ ଗତିକରୁଥିଲା । ମେଡ଼ିକାଲ କଲେଜ ଜିଲ୍ଲାବାସୀଙ୍କ ଭାବେଗ ସହିତ ସ୍ୱାଭିମାନର ପ୍ରଶ୍ନ ହୋଇଥିବାରୁ ଏଥି ନିମନ୍ତେ ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ମୁଖ୍ୟମନ୍ତ୍ରୀଙ୍କୁ ସହିତ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉପରେ ଗୁରୋତ୍ୱାରୋପ କରି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀପଠାଇ ଥିଲେ । ଫଳରେ ବାରିପଦା ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟର ନାମ ଲେଖା କ୍ଷେତ୍ରରେ ଦେଖାଦେଇଥିବା ଅନିଶ୍ଚିତତା ଦୂର ହେବା ସଂଗେସଂଗେ ଏମସିଆଇଙ୍କ ଅନୁମତି ମିଳିଲା । ଏହି ଖବର ପ୍ରଚାରିତ ହେବା ପରେ ମୟୂରଭଞ୍ଜବାସୀଙ୍କ ସହିତ ବିଜଦ ମହଲରେ ଆନ୍ଦ ଖେଳାଇ ଦେଇଥିଲା । ଜିଲ୍ଲା ଯୁବ ବିଜଦ ସଭାପତି ଜିତେନ୍ଦ୍ର ମହାନ୍ତି, ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଛାତ୍ର ସଭାପତି ଅଭୟ ସିଂ , ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତିର୍ମୟୀ କବାଟ ପ୍ରମୁଖ ବିଜଦର ସମସ୍ତ ନେତୃମଣ୍ଡଳୀ ଓ କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଞ୍ଜ୍ତା ଜଣାଇଛନ୍ତି । 

0
0
0
s2sdefault