ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ର ଡୁଙ୍ଗୁରିପାଲି TMC ରୁ ଜଣେ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଡୁଙ୍ଗୁରିପାଲି ପହଂଛି ଥିଲେ । ଝାରବନ୍ଧ BDO ଶ୍ରୀ ରୁନୁ ଲାକ୍ରା ସ୍ଥାନୀୟ ସରପଞ୍ଚ ଶ୍ରୀ ବଳରାମ ଖମାରି ଙ୍କର ସହିତ ସମସ୍ତ ପ୍ରକାର ଆଲୋଚନା କଲାପରେ ଉପଜିଲ୍ଲାପାଳ ଏହି TMC ର 100ମିଟର ଅଂଚଳକୁ କଣ୍ଟେନମେଣ୍ଟ ଯୋନ ଭାବରେ ଘୋଷଣା କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି TMC ରୁ ଜଣେ ବିଦେଶ ଫେରନ୍ତା ଙ୍କୁ କୋରୋନା ସଂକ୍ରମଣ ହେବା ପରେ ଉକ୍ତ ସଂକ୍ରମିତ ବ୍ୟକ୍ତି ଙ୍କୁ କୋବିଡ଼ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି । ଏହି TMC କୁ ଅତି ସୁନ୍ଦର ଓ ବ୍ୟବସ୍ଥିତ ଭାବରେ ସୁରୁଖୁରୁରେ ପରିଚାଳନା କରିଥିବା ସମସ୍ତ କର୍ମଚାରୀ ମାନଙ୍କର ଉପଜିଲ୍ଲାପାଳ ପ୍ରଶଂସା କରିଥିଲେ । କଣ୍ଟେନମେଣ୍ଟ ଯୋନ ପାଇଁ କିଛି ସମସ୍ୟା ହେଇପାରେ କିନ୍ତୁ ବୃହତ୍ତର ସ୍ୱାର୍ଥକୁ ଆଖି ଆଗରେ ରଖି ଉକ୍ତ କଣ୍ଟେନମେଣ୍ଟ ଯୋନ ଅଞ୍ଚଳରେ ଲୋକେ ସରକାର ଙ୍କର ସମସ୍ତ ନିୟମ ପାଳନ କରି ନିଜ ଘରେ ସୁରକ୍ଷିତ ଭାବରେ ରହିବା ପାଇଁ BDO ଶ୍ରୀ ଲାକ୍ରା ଡୁଙ୍ଗୁରିପାଲି ଗ୍ରାମବାସୀ ଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ଜଗଦଲପୁର ଥାନା ଅଧିକାରୀ ଲିଲିମା ଲଳିତା ବାର୍ଳା ଙ୍କର ନେତୃତ୍ୱରେ ଜଗଦଲପୁର ପୋଲିସ କଣ୍ଟେନମେଣ୍ଟ ଯୋନ ଉପରେ କଡା ନଜର ରଖିଛନ୍ତି ।












