ମ. ରାମପୁରରୁ ଜଗତ ରାମ ସାହୁ : ଲୋକଙ୍କ ପାଇଁ ସରକାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି । ହେଲେ ପ୍ରଶାସନ ର ଅବାହେଲା ଯୋଗୁଁ ଏହାର ସଫଳ ରୂପାୟନ ହୋଇପାରୁ ନାହିଁ। ବାରମ୍ବାର ପ୍ରଶାସନ ର ଦ୍ବାରସ୍ଥ ହୋଇଥିଲେ ସୁଦ୍ଧା ନା ମିଲୁଛି ବିଧବା ଭତ୍ତା, ନା ଆର୍ଥିକ ସାହାଯ୍ୟ। ଫଳରେ ଭଙ୍ଗା କୁଡିଆ ରେ ବିତୁଛି ଜୀବନ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅନ୍ତର୍ଗତ ସାଇ ଦଳଙ୍ଗା ସ୍ତିତ ଅଁଲାପାଳି ଗ୍ରାମ ର ବିଧବା ମହିଳା ଶକୁନ୍ତଳା ସାହୁ ଙ୍କ ଜୀବନରେ । ଶକୁନ୍ତଳା ଙ୍କ ସ୍ବାମୀ ଦୀର୍ଘ ୨ ବର୍ଷ ପୂର୍ବେ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲି ଯିବା ପରେ ଶକୁନ୍ତଳା ଙ୍କ ଏପରି ଅବସ୍ଥା। ପରିବାର କହିଲେ ସେ ଆଉ ତାଙ୍କ ଦୁଇ ଝିଅ ବୟସ (୭) (୮)ଓ ଗୋଟିଏ ଛୋଟ ପୁଅ ବୟସ (୩) ୟାଙ୍କୁ ନେଇ ଚାଲେ ତାଙ୍କ ସଂସାର।
ଏ ଖବର ପାଇ ଆମ ପ୍ରତିନିଧି ଫୋନ୍ ଯୋଗେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଉଜ୍ଜୟିନୀ ସାହୁ ଏବଂ ମ.ରାମପୁର ବିଡ଼ିଓ ମୋହାଦୟା ରୁମାନ ଜାଫ୍ରି ଙ୍କ ସହ ଆଲୋଚନା କରିଥିଲେ। ପରିଶେଷରେ ବିଡ଼ିଓ ଘଟଣା ର ତଦନ୍ତ କରି ଉଚିତ୍ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦେଖିବାକୁ ରହିଲା କେବେ ମହିଳା ଜଣକ ନ୍ୟାୟ ପାଉଛନ୍ତି ।








