ହେଡଲାଇନସ୍:

ଚାଲଛପର ଘରେ ବିତୁଛି ଜୀବନ, କାହାପାଇଁ ଆବାସ ଯୋଜନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ମିଳିଲାନି ବାଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା ମିଳିବ ତ! 

କୁଚିଣ୍ଡା/ଜମନକିରା- ଉପଖଣ୍ଡ ପ୍ରତିନିଧି ଅଜୟ କୁମାର ବାଘ : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଗରିବ ଅସହାୟଙ୍କ ପାଇଁ ଭତ୍ତା ଠାରୁ ଆରମ୍ଭ କରି ଆବାସ ଗୃହ ଯୋଗାଇ ଦେଉଛନ୍ତି l ମାତ୍ର ବିଭାଗୀୟ ଅଧିକାରୀ ଓ ସରପଞ୍ଚଙ୍କ ଖାମଖିଅଲି ମନୋଭାବ ଯୋଗୁଁ ଅନେକ ଯୋଗ୍ୟ ଓ ଗରିବ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି l ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି l ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଲ ଗ୍ରାମ ପଞ୍ଚାୟତ ଘନଘୋଷା ଗାଁରେ ଏହି ଗାଁର ଗୁରୁବାରୀ ମୁଣ୍ଡା(୬୫) ଜଣେ ଅତ୍ୟନ୍ତ ଗରିବ ବିଧବା ମହିଳା ଅଟନ୍ତି l ସ୍ୱାମୀ ନୀଳ ମୁଣ୍ଡା ଙ୍କ ମୃତ୍ୟୁକୁ ୬ବର୍ଷ ବିତିଗଲାଣି ହେଲେ ବିଧବା ଭତ୍ତା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଟିଏ ମିଳିପାରିନାହିଁ l ତାଙ୍କ ପରିବାର କହିଲେ ଗୁରୁବାରୀ ମୁଣ୍ଡା ଓ ପୁଅ,ବୋହୁ ଏକ କୁଡ଼ିଆ ପାଳଛପର ଘରେ ରହୁଛନ୍ତି l ସରକାରୀ ଯୋଜନା କହିଲେ କେବଳ ସରକାରଙ୍କ ଟଙ୍କିକିଆ ଚାଉଳ ବ୍ୟତୀତ ଆଉ କିଛି ସୁବିଧା ତାଙ୍କୁ ମିଳୁନାହିଁ l ସରକାର ଗୃହହୀନ ତଥା ଗରିବ ଲୋକଙ୍କୁ ଆବାସ ଯୋଜନା ଯୋଗାଇଦେଉଛନ୍ତି l ଘର ଖଣ୍ଡେ ପାଇଁ ଗୁରୁବାରୀ ଅନେକଥର ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନ ପାଖରେ ନିବେଦନ କରିଛନ୍ତି l ହେଲେ କେହି ବି ତାଙ୍କ ପ୍ରତି ଦୃଷ୍ଟି ଦେଇ ନଥିବା କହିଛନ୍ତି l ଅପର ପକ୍ଷେ ତାଙ୍କ ଠୁ ସ୍ୱଚ୍ଛଳ ବ୍ୟକ୍ତିମାନେ ଆବାସ ଘର ପାଇସାରିଲେଣି l ଏଣୁ ଏହି ସରକାରୀ ଯୋଜନା କାହା ପାଇଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ଗୁରୁବାରୀ ମୁଣ୍ଡା ଆବାସ ଯୋଜନା ଓ ବିଧବା ଭତ୍ତା ରୁ ବଞ୍ଚିତ ଅଛନ୍ତି l ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଗୁରୁବାରୀଙ୍କୁ ବିଧବା ଭତ୍ତା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବୀ ହେଉଛି l

0
0
0
s2sdefault