ଗୁଣୁପୁର/ ସିଦ୍ଧାର୍ଥ ଦାଶ: ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟ ରକ୍ତ ପରୀକ୍ଷଣ କେନ୍ଦ୍ରରେ ଦେଖିବାକୁ ମିଳିଛି କର୍ମଚାରୀ ମାନଙ୍କ ର ଅବହେଳା ।ସରକାରୀ ଚିକିତ୍ସାଳୟ ରେ ସମସ୍ତ ସୁବିଧା ଥାଇ ମଧ୍ୟ ରୋଗୀମାନେ ବହୁତ ପ୍ରକାର ଅସୁଭିଧା ରେ ସମ୍ମୁଖୀନ ହେଉଛନ୍ତି ।ସେପରି ଗୁଣପୁର ଜଣେ ଯୁବ ସମାଜ ସେବୀ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ପଣ୍ଡା ତାଙ୍କ ବନ୍ଧୁ କୁ ଧରି ସରକାରୀ ଚିକିତ୍ସାଲୟ କୁ ଯାଇଥିଲେ ଏବଂ ଡାକ୍ତର ଙ୍କ ପରାମର୍ଶ କ୍ରମେ ରକ୍ତ ପରୀକ୍ଷା କରିବା ପାଇଁ ଦେଇଥିଲେ।କିନ୍ତୁ ରକ୍ତ ପରୀକ୍ଷା କରିବା ପଦ୍ଧତି ଯୁବକଙ୍କୁ ସନ୍ଦେହ ସୃଷ୍ଟି କରିଥିଲା ତେଣୁ କରୁଥିବା କର୍ମଚାରୀ ଙ୍କୁ ରକ୍ତ ପରୀକ୍ଷା କିପରି କରାଯାଏ ତାହା ପ୍ରଶ୍ନ କରିଥିଲେ।କିନ୍ତୁ ରକ୍ତ ପରୀକ୍ଷା କରୁଥିବା କର୍ମଚାରୀ ମାନେ ଆମେ ଠିକ ଭାବରେ କରିଛୁ ବୋଲି ନିଜ ମତ ପ୍ରକାଶ କରିଥିଲେ।ସେଥିରେ ସେହି ଯୁବକ ଅସନ୍ତୋଷ ପ୍ରକାଶ କରି sdmo ଙ୍କୁ ସେହି କର୍ମଚାରୀ ଙ୍କ ନାମରେ ଅଭିଯୋଗ କରିଥିଲେ।ତାଙ୍କର କହିବାର ଅଭିପ୍ରାୟ ଥିଲା ଯଦି ଶିକ୍ଷିତ ଲୋକ ଚିକିତ୍ସାଳୟ କୁ ଆସି ଅସୁବିଧାର ସମ୍ମୁଖିନ ହୁଅନ୍ତି ତେବେ ଅଶିକ୍ଷିତ ଏବଂ ଗରିବ ଲୋକ ମାନେ କିପରି ଭାବରେ ସରକାରୀ ସୁବିଧା ପାଉଥିବେ ତାହା ସାମ୍ବାଦିକ ସାମ୍ନାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ ତାପରେ ଏହାଭି କହିଥିଲେ ଯେ ଆଗାମୀ ଦିନରେ ଯଦି ଦୃଷ୍ଟି
ନ ଦିଆଯାଏ ତେବେ ଗୁଣପୁର ଯୁବ ଗୋଷ୍ଠି ଆନ୍ଦୋଳନ ଜରିଆରେ ଜବାବ ଦେବେ ବୋଲି କହିଥିଲେ। ଏନେଇ ଉପଖଣ୍ଡ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଉପଖଣ୍ଡ ଚିକିତ୍ସା ଅଧିକାରୀ ନିଜେ ତାଙ୍କ ତତ୍ୱାବଧାନ ରେ ଏହି ପରୀକ୍ଷଣ କରାଯାଇଥିଲା ଏବଂ ଏହି ପରୀକ୍ଷଣ ଠିକ ବୋଲି କହିଛନ୍ତୁ । ତେବେ ସଧାରଣ ଜନତା ଏବଂ ଚିକିତ୍ସା ଅଧିକାରୀ ଙ୍କ ମଧ୍ୟରେ ରହିଥିବା ମତଭେଦକୁ ନେଇ ଏକ ଉଚ୍ଚ ସ୍ତସରୀୟ ତଦନ୍ତ କରାଗଲେ କିଏ କ୍ଷୀର କିଏ ନୀର ଜଣାଯିବା ବୋଲି ବୁଦ୍ଧିଜୀବି ମନେ ମତ ପ୍ରକାଶ କରିଛନ୍ତି ।