ହେଡଲାଇନସ୍:

ମରଣଯନ୍ତା ପାଲଟିଛି ବଡଯୋର ପାର୍ଶ୍ୱ ରାସ୍ତା, କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟ୍ରାଫିକ ପୋଷ୍ଟ ଓ ଗାଡ ୱାଲ ନିର୍ମାଣ ସହ ବିଦ୍ୟୁତ ଖୁଣ୍ଟ  ସ୍ଥାନାନ୍ତର ଦାବୀ ।

ପଦ୍ମପୁର– ବରଗଡ ଜିଲ୍ଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ଟ୍ରେର ଘିସ ବଡ ଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା କାମ ଅସ୍ଥାୟୀ ଏବଂ ନିମ୍ନମାନ ହୋଇ ମରଣଯନ୍ତା ପାଲଟିଥିବା ଅଭିଯୋଗ ହେଉଛି । ଏହି ରାସ୍ତାରେ ଯାତ୍ରା କରୁଥିବା

ଯାତ୍ରୀମାନେ ଏ ନେଇ ତିବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ସୂଚନାଯୋଗ୍ୟ ଯେ ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସର ପୈସାଲି ନଦୀ ଉପରେ ବ୍ରିଜ କାମ ହେଉଥିବାରୁ ବିଜେପୁର ପଟରୁ ଆସିଥିବା ରାସ୍ତାକୁ ପରିବର୍ତନ କରାଯାଇ ରାସ୍ତାକାମ ଚାଲିଛି । ବିଜେପୁର ପଟରୁ ନୂତନ ଭାବରେ ନିର୍ମିତ ହୋଇଥିବା ଏହି ରାସ୍ତାର ଗୋଟିଏ ପଟରେ ପ୍ରାୟ ୬୭ ଫୁଟ ତିଲକୁ ବିଲ ରହିଛି । ଏବେ ବର୍ଷା ଦିନ ଆସିଥିବାରୁ ମାଟି ଧୋଇ ହୋଇ ପ୍ରାୟ ୧୫୦/୨୦୦ ମିଟର ହେବ ରାସ୍ତା ସଂକୁଚିତ ହେଉଥିବା ବେଲେ ଆଗାମୀ ଦିନରେ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ବିଳ ପଟକୁ ପଥର କିମ୍ବା ସିମେନ୍ତି କାନ୍ଥ ଦିଆଯିବାକୁ ଦାବୀ ହେଉଛି । ଅନ୍ୟ ପକ୍ଷରେ ଉକ୍ତ ରାସ୍ତାର ମଧ୍ୟ ଭାଗରେ ଏକ ଇଲେକ୍ତି ଖୁନ୍ତି ପୁର୍ବରୁ ରହିଥିବା ବେଲେ ତାକୁ ଅନ୍ୟତ୍ର ସ୍ଥାନାନ୍ତର ବଦଳରେ ଟ୍ରାଫିକ ପୋଷ୍ଟ ଭଲି କରାଯାଇଛି ।

ଏଠାରେ ଛୋଟ ବଡ ଅନେକ ଦୁର୍ଘଟଣା ହେଉଥିବାର ଲୋକେ ଆଲୋଚନା କରୁଥିବା ବେଲେ କିଛି ଦିନ ପୂର୍ବରୁ ଏକ କାର ଏହି ଖୁନ୍ତି ଓ ତାରମଝିକୁ ପଶିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ପୁଣି ବିଜୁ ଏସ୍କେପ୍ରସ ୱେର ବଡଯୋର ଶେଷ ମୁଣ୍ଡରୁ ବିଜେପୁର ରାସ୍ତାକୁ ରହିଥିବା ବୁଲାଣି ସବୁଠାରୁ ବିପଦଜନକ ସ୍ଥିତିରେ ରହିଛି । ପଦ୍ମପୁର ପଟରୁ ଆସୁଥିବା ଗାଡି ମୋଟର ଉକ୍ତ ବୁଲାଣିରେ କାଟି ବିଜେପୁର ପଟକୁ ଆସିବାକୁ ହେଲେ ଗାଡି ବୁଲାଇବାକୁ ରାସ୍ତା ଉପରେ ଆବଶ୍ୟକ ସ୍ଥାନ ନାହିଁ । ତେଣୁ ଏହି ସ୍ଥାନଟି ଏକ ଦୁର୍ଘଟଣା ଯୋନ ସଦୃଶ ହୋଇଛି । ଏଠାରେ ଟ୍ରାଫିକ ଛକର ନିହାତି ଆବଶ୍ୟକ ରହିଛି, ନଚେତ ନିଶ୍ଚିତ ଦୁର୍ଘଟଣା ମୁଖରୁ  ଯାତ୍ରୀଙ୍କୁ ରକ୍ଷା କରାଯାଇପାରିବ ନାହିଁ । 

ବଡଯୋର ନିକଟରୁ ବିଜେପୁର ପଟକୁ ଯାଇଥିବା ଏହି ରାସ୍ତାଟି ଅତ୍ୟନ୍ତ ବ୍ୟସ୍ତ ବହୁଳ  ରାସ୍ତା ହୋଇଥିବା ବେଲେ ପ୍ରତ୍ୟହ ବହୁ ସଂଖ୍ୟାରେ ଭାରୀଯାନ ମଧ୍ୟ ଏହି ରାସ୍ତାରେ ଯାତାୟାତ କରୁଛି । ତେଣୁ ମରଣଯନ୍ତା ପାଲଟିଥିବା ଅଳ୍ପ ଦୈର୍ଘ୍ୟ ପରିମିତ ରାସ୍ତାଟି ଆଗକୁ ଆହୁରି ବିପଦସଂକୁଳ ହେବ । ତେଣୁ ଠିକାଦାର, ବିଭାଗିୟ କର୍ତ୍ତୃପକ୍ଷ  ତଥା ଜିଲ୍ଲା ପ୍ରଶାସନ ଏହାକୁ ଦୃଷ୍ଟିଦେଇ ଏଠାରେ ଟ୍ରାଫିକ ପୋଷ୍ଟ ନିର୍ମାଣ,ବାଇପାସ ରାସ୍ତା ପାର୍ଶ୍ୱରେ ଗାଡ ୱାଲ ନିର୍ମାଣ ସହିତ ରାସ୍ତା ମଝିରେ ଥିବା ବିଦ୍ୟୁତ ପୋଲ ହଟାଇବାକୁ ଅଂଚଳବାସୀ ଦାବୀ କରିଛନ୍ତି ।

0
0
0
s2sdefault