• ଓଡିଶା ସମେତ ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ
• ୩୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁ ହାର ଜାତୀୟ ହାରଠାରୁ କମ
ନୂଆଦିଲ୍ଲୀ (ଏସପିବି) : ଦେଶରେ କୋଭିଡ-19 ସଂକ୍ରମିତ ରୋଗୀଙ୍କ ଆରୋଗ୍ୟ ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ 24 ଘଣ୍ଟା ମଧ୍ୟରେ 19,138 ଜଣ ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ ଦେଶରେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା 4,95,515କୁ ବୃଦ୍ଧି ପାଇଛି । ଆଜି ଜାତୀୟ ଆରୋଗ୍ୟ ହାର ଶତକଡା 62.42ରେ ପହଞ୍ଚିଛି । 2,76,882 ଜଣ ସକ୍ରିୟ ରୋଗୀ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ଓ ସ୍ଵାସ୍ଥ୍ୟଗତ ପରିଚାଳନା ଯୋଗୁଁ ଆରୋଗ୍ୟ ହାରରେ ଉନ୍ନତି ପରିଲକ୍ଷିତ ହୋଇଛି । ଆଗୁଆ ରୋଗ ନିରୂପଣ ନିମନ୍ତେ ଅଧିକରୁ ଅଧିକ ନମୁନା ପରୀକ୍ଷା, କମ ଲକ୍ଷଣ ଥିବା ରୋଗୀମାନଙ୍କ ଗୃହ ସଙ୍ଗରୋଧ ଏବଂ ଜଟିଳ ରୋଗୀମାନଙ୍କ ହସ୍ପିଟାଲ ଚିକିତ୍ସା ଯୋଗୁଁ ଦେଶରେ ଏହି ଆରୋଗ୍ୟ ହାର ବୃଦ୍ଧି ସମ୍ଭବ ହୋଇଛି । ଅଦ୍ୟାବଧି ଦେଶରେ 1218ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ, 2705ଟି କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ 10,301ଟି କୋଭିଡ ଗୃହ ରହିଛି ।
ଦେଶରେ ଆରୋଗ୍ୟ ହାର ଉତ୍ସାହଜନକ ଥିବା ବେଳେ 18ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ ରହିଛି । ଆରୋଗ୍ୟ ହାର ପଶ୍ଚିମବଙ୍ଗରେ 64.94% ଥୁବା ବେଳେ ମଧ୍ୟ ପ୍ରଦେଶରେ 74.85%, ଉତ୍ତର ପ୍ରଦେଶରେ 65.28%, ହରିୟାଣା 74.91%, ଓଡିଶା 66.13%, ତ୍ରିପୁରା 75.34%, ମିଜୋରାମ 67.51%, ରାଜସ୍ଥାନ 75.65%, ଝାଡଖଣ୍ଡ 68.02%, ଦିଲ୍ଲୀ 76.81%, ପଞ୍ଜାବ 69.26%, ଚଣ୍ଡିଗଡ 77.06%, ବିହାର 70.40%, ଛତିଶଗଡ 78.99%, ଗୁଜରାଟ 70.72%, ଉତ୍ତରାଖଣ୍ଡ 80.85%, ହିମାଚଳ ପ୍ରଦେଶ 74.21%, ଲଦାଖ(କେନ୍ଦ୍ରଶାସିତ) 86.73% ରହିଛି |
ଜାତୀୟ ସ୍ତରରେ କରୋନା ମୃତ୍ୟୁ ହାର 2.72କୁ ହ୍ରାସ ପାଇଛି । ଏହା ବିଶ୍ଵର ଅନ୍ୟାନ୍ୟ ଦେଶର ଜାତୀୟ ହାର ତୁଳନାରେ ଯଥେଷ୍ଟ କମ । ରୋଗ ପରିଚାଳନାରେ ଉନ୍ନତି ଯୋଗୁଁ ଏହି ହାର ହ୍ରାସ ପାଇଛି । କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶୀକାକୁ ଅନୁସରଣ କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ବିହିତ ପଦକ୍ଷେପ ନେଉଥିବାରୁ ଏହି ହାର ହ୍ରାସ ପାଇଛି । ତା’ଛଡା କରୋନା ରୋଗୀମାନଙ୍କର ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ପରିବର୍ତ୍ତନ ମଧ୍ୟ ଘଟିଛି । ଦେଶବ୍ୟାପୀ ଆଶା ଓ ଏଏନଏମମାନଙ୍କର ବିଶାଳ ନେଟୱର୍କ ସହ ଆୟୁଷ୍ମାନ ଭାରତ ସ୍ଵାସ୍ଥ୍ୟସେବା ଏବଂ ଆଗୁଆ ରୋଗୀ ଚିହ୍ନଟ ଯୋଗୁଁ ଏହା ସମ୍ଭବ ହୋଇଛି । ଏହାଫଳରେ 30ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର ଜାତୀୟ ଆରୋଗ୍ୟ ହାର ତୁଳନାରେ ନିମ୍ନରେ ରହିଛି।
ସେହିପର ବିବିନ୍ନ ରାଜ୍ୟରେ ମୃତ୍ୟୁହାର ମଣିପୁର 0%, ବିହାର 0.82%, ନାଗାଲାଣ୍ଡ 0%, ହିମାଚଳ ପ୍ରଦେଶ 0.96%, ଦାଦ୍ରା ନଗର ହାଭେଳୀ ଓ ଡାମନ ଡ୍ୟୁ 0%, ତେଲଙ୍ଗାନା 1.07%, ମିଜୋରାମ 0%, ଆନ୍ଧ୍ରପ୍ରଦେଶ 1.16%, ଆଣ୍ଡାମାନ ଓ ନିକୋବର ଦ୍ବୀପ ସମୂହ 0%, ପୁଡୁଚେରୀ 1.22%, ସିକିମ 0%, ଚଣ୍ଡିଗଡ଼ 1.34%, ତ୍ରିପୁରା 0.06%, ତାମିଲନାଡ଼ୁ 1.39%, ଲଦାଖ (କେନ୍ଦ୍ରଶାସିତ ପ୍ରଦେଶ) 0.09%, ଉତ୍ତରାଖଣ୍ଡ 1.39%, ଆସାମ 0.16%, ହରିୟାଣା 1.48%, କେରଳ 0.41%, କର୍ଣ୍ଣାଟକ 1.56%, ଛତିଶଗଡ 0.41%, ଜମ୍ମୁ ଓ କଶ୍ମୀର 1.62%, ଗୋଆ 0.42%, ମେଘାଳୟ 1.77%, ଓଡିଶା 0.46%, ରାଜସ୍ଥାନ 2.18%, ଅରୁଣାଚଳ ପ୍ରଦେଶ 0.66%,ପଞ୍ଜାବ 2.56%, ଝାଡଖଣ୍ଡ 0.71%, ଉତ୍ତର ପ୍ରଦେଶ 2.66% ରହିଛି |