କୁଚିଣ୍ଡା/ଜମନକିରା (ଉପଖଣ୍ଡ ପ୍ରତିନିଧିଅଜୟ କୁମାର ବାଘ) : କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଦେଇଯାଇଥିବା 53 ନମ୍ବର ଜାତୀୟ ରାଜପଥ ସମ୍ବଲପୁର ଠାରୁ ତିଲେଇବଣି ପର୍ଯ୍ୟନ୍ତ ୭୫ କିମି ରାସ୍ତା ପାଇଁ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ଦୋହରିକରଣ କାମ ଚାଲିଛି l ଦୀର୍ଘ ବର୍ଷ ହେବ ରାସ୍ତାକାମ ଅତି ଅଗ୍ରଗତିରେ ଚାଲିଥିବାବେଳେ କାମ ଆରମ୍ଭ କରିଥିବା ପୁଞ୍ଜୁଏଲ ଠିକାସଂସ୍ଥା ଛାଡିବାରୁ ଡିବିଏଲ ନାମକ ଏକ ଠିକାସଂସ୍ଥା ବର୍ତ୍ତମାନ କାମ କରୁଛି l ଲକଡାଉନ ସମୟରେ ଜମନକିରା ସହର ଦେଇ ଯାଉଥିବା ନ୍ୟୁ ବାଇପାସ ରାସ୍ତା କାମ ଆରମ୍ଭ ହୋଇ ବର୍ତ୍ତମାନ କଂକ୍ରିଟ କାମ ଚାଲିଛି l କଂକ୍ରିଟ ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ନେଇ ବାରମ୍ବାର ଲୋକଙ୍କ ଅଭିଯୋଗ ହେଉଥିଲେ ମଧ୍ୟ ଠିକାସଂସ୍ଥା ସ୍ଥାନୀୟ ବାସିନ୍ଧାଙ୍କ ଅଭିଯୋଗକୁ ଖାତିର ନ କରି ନିଜ ମନମୁତାବକ କାମ କରୁଥିବା ଅଭିଯୋଗ ହେଉଛି l ନୂତନ ରାସ୍ତାରେ ମାଟି ପିଲିଙ୍ଗ କରି ମେଟାଲିଙ୍ଗ ଉପରେ ଫଲସ କଂକ୍ରିଟ ଦେଇ ପିଚୁ କିମ୍ବା କଂକ୍ରିଟ କାମ ହେବାକଥା l ହେଲେ ଠିକାସଂସ୍ଥା ନିମ୍ନମାନର ମାଟି ସହ ନାମକୁ ମାତ୍ର ମେଟାଲିଙ୍ଗ କରି କ୍ରସର ଗୁଣ୍ଡରେ ଫଲସ କଂକ୍ରିଟ ପକାଇ ତା ଉପରେ କଂକ୍ରିଟ ଢ଼ଳେଇ କରୁଛି l କଂକ୍ରିଟରେ ସଠିକ ପରିମାଣରେ ସିମେଣ୍ଟ, ବାଲି ମିଶ୍ରଣ କରୁନାହିଁ l ଫଳରେ କଂକ୍ରିଟ କାମ ହେଉହେଉ ଫାଟି ଯାଉଛି l ଏନେଇ ଅଭିଯୋଗ ପରେ ଅତ୍ୟଧିକ ଖରାପ ସ୍ଥାନରେ କଂକ୍ରିଟ କଟାଯାଇ ରାସ୍ତା ମରାମତି କରାଯାଉଛି l ନୂତନ ରାସ୍ତା ବ୍ୟବହାର ହେବା ଆଗରୁ ମରାମତି କୁ ଅଞ୍ଚଳବାସୀ ନାପସନ୍ଦ କରି ପ୍ରଶ୍ନ କରୁଛନ୍ତି l ତଦାରଖ ଦାଇତ୍ୱରେ ଥିବା ସଂସ୍ଥା ଓ ଠିକାସଂସ୍ଥାର ଅବହେଳା ଯୋଗୁଁ ରାସ୍ତାକାମ ଖରାପ ହେଉଥିବା ଅଭିଯୋଗ ହେଉଛି l ପୁଣି ଏହି ମହାମାରୀ ସମୟରେ ଅଂଚଳରେ ଫେରିଥିବା ସହ ସହ ପ୍ରବାସୀ ଶ୍ରମିକ ବେରୋଜଗାର ଥିବାବେଳେ କିଛିଦିନ ହେବ ଜମନକିରା ଅଞ୍ଚଳକୁ ବାହାର ରାଜ୍ୟରୁ ୫୦ ରୁ ଅଧିକ ଶ୍ରମିକ ଆସି କାମ କରୁଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି l ଠିକାଦାରଙ୍କ ଜରିଆରେ ଶ୍ରମିକମାନେ ଆସି ଜାତୀୟ ରାଜପଥ ନିର୍ମାଣରେ ନିୟୋଜିତ ଅଛନ୍ତି l ସେମାନେ ସଙ୍ଗରୋଧରେ ନରହି ସିଧାସଳଖ କାମ କରିବାସହ ବଜାରରେ ବୁଲାବୁଲି କରି କିଣାକିଣି କରୁଛନ୍ତି l ରାଜପଥ କାମରେ ଠିକାଦାର ବାହାର ରାଜ୍ୟରୁ ଶ୍ରମିକଙ୍କୁ ବସଯୋଗେ ଆଣି କାମ କରାଉଛନ୍ତି l ଯାହାର ସୂଚନା କାହାରି ପାଖରେ ନାହଁ l ଶ୍ରମିକଙ୍କ ଏପରି ଆସିବା ଫଳରେ ଅଞ୍ଚଳରେ କରୋନା ସଂକ୍ରମଣ ଆଶଙ୍କା ଦେଖାଯିବାର ସମ୍ଭାବନା ଅଛି ବୋଲି ଆଞ୍ଚଲବାସୀ ଭୟଭିତ ହେଉଛନ୍ତି l ପୋଲିସ ଓ ପ୍ରଶାସନ ମଧ୍ୟ ଏଥିପ୍ରତି କୌଣସି ଦୃଷ୍ଟି ଆକର୍ଷଣ ଦେଉନଥିବା ଦେଖିବାକୁ ମିଳିଛି l
ଜମନକିରା ଗ୍ରାମର ଦୁଆରୁ ଚରଣ ସେଟ ଙ୍କ ଅଭିଯୋଗ ଯେ ରାଜପଥର ରାସ୍ତା କଡରେ ହିଁ ତାଙ୍କ ଚାଷଜମି ଅଛି l ବିଗତ 3 ବର୍ଷ ହେବ ଠିକାଦାର ମାନେ ରାସ୍ତା କଡରେ ସ୍ୱତନ୍ତ୍ର ପାଣି ନିଷ୍କାସନ ପାଇଁ ଡ୍ରେନଟିଏ ତିଆରି ନ କରିବାରୁ ବର୍ଷାପାଣି ସଦାବେଳେ ଜମି ରହି ପ୍ରତ୍ୟେକ ବର୍ଷ ସେ ଚାଷରେ କ୍ଷତି ଉଠଉଛନ୍ତି ବୋଲି କହିଛନ୍ତି l ଏନେଇ ଏନଏଚ କାମ ଚାଲିଥିବା ସ୍ଥାନକୁ ଯାଇ ସୁପରଭାଇଜର ଙ୍କୁ ଏହି ରାସ୍ତା ନିମ୍ନମାନ କଣ ପାଇଁ ହେଉଥିବା ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ l ଏହାର ତୁରନ୍ତ ପଦକ୍ଷେପ ନେଇ ରାସ୍ତାଟି ଠିକ ଭାବେ ତିଆରି କରିବାପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି l