ହେଡଲାଇନସ୍:

ଅପହଂଚ ଅଂଚଳରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ବିନା ମୂଲ୍ୟରେ ଔଷଧ ବିତରଣ ପରିବ୍ୟାପ୍ତ କରାଯିବ : ଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଡକ୍ରସ ଶାଖାପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

28-04-18-jajpur.jpg - 81.01 kB

ଯାଜପୁର(ଜୟଶଙ୍କର ଦାଶ:  ସ୍ୱାସ୍ଥ୍ୟସେବା ଏକ ମୌଳିକ ଓ ଅତ୍ୟାବଶ୍ୟକ ସେବା । ଏହାକୁ ଦୁର୍ଗମ ଅଂଚଳରେ ପହଂଚାଇ ସେଠାକାର ଲୋକମାନଙ୍କର ସ୍ୱାସ୍ଥ୍ୟ ସୁଧାରିବା ରେଡକ୍ରସର ଏକ ବଡ ଉପଲବ୍ଧି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତ ଦେଇଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ଦଶରଥପୁର ବ୍ଲକ ଦୁଦୁରାଅନ୍ତା ପଂଚାୟତର କୁଅଁରସାହି ବିଦ୍ୟାଳୟ ପରିସରରେ ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ଏକ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ  ହୋଇଥିଲା । ଏହାକୁ ଉଦ୍ଘାଟନ କରି ଜିଲ୍ଲାପାଳ ଶ୍ରୀ ଦାସ ଦୁର୍ଗମ ଓ ଅପହଂଚ ଅଂଚଳରେ ରହୁଥିବା ଅଧିବାସୀମାନଙ୍କର ସ୍ୱାସ୍ଥ୍ୟରକ୍ଷା ପାଇଁ ଏହା ଏକ ଭଲ ପ୍ରୟାସ । ଅତୀତରେ ଜିଲ୍ଲାର ବିଭିନ୍ନ ଅଂଚଳରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ବିନା ମୂଲ୍ୟରେ ଔଷଧ ବିତରଣ କରାଯାଇଥିବାବେଳେ ଭବିଷ୍ୟତରେ ଅଧିକ ଅଂଚଳକୁ ଏହାକୁ ପରିବ୍ୟାପ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି କହିଥିଲେ । ଏହି ଶିବିରରେ ସହକାରୀ ଜିଲ୍ଲାପାଳ ତଥା ରେଡକ୍ରସ ସଂପାଦକ କୁଳମଣୀ ନାୟକ, ଏ.ଡି.ଏମ୍.ଓ. ଡା. ଫଣିନ୍ଦ୍ର ପାଣିଗ୍ରାହୀ, ବିଧାୟକଙ୍କ ପ୍ରତିନିଧି କଣ୍ଣାଟ କେଶରୀ ଦାସ, ଜିଲ୍ଲାସୂଚନା ଓ ଲୋକସଂପର୍କ ଅଧିକାରୀ, ଜିଲ୍ଲାପରିଷଦ ସଦସ୍ୟ ସରୋଜକାନ୍ତ ମହାପାତ୍ର, ରଂଜିତା ରାଉତ, ଦୁଦୁରାଅନ୍ତା ସରପଂଚ ହିମାଦ୍ରୀ ଭୂଷଣ କୁଅଁର, ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଡା. ଗୋପାଳ ଚନ୍ଦ୍ର ମଲ୍ଲିକ, ଡା. ନିରଂଜନ ପତି, ଡା. ସୁଶାନ୍ତ କୁମାର ନାୟକ, ଡା. ସୁଶାନ୍ତ କୁମାର ଦାଶ, ଡା. ଆଦ୍ୟା ଅନିନ୍ଦିତା, ଡା. ନରସିଂହ ଚରଣ ମହନ୍ତ ପ୍ରମୁଖ ଚିକିତ୍ସା କରିଥିବାବେଳେ ଫାର୍ମାଶିଷ୍ଟ ଆର. ମାଝି, ରେଡକ୍ରସ ସଦସ୍ୟ ମନ୍ମଥ କୁମାର ମହାରଣା, ରେଡକ୍ରସ କର୍ମଚାରୀ ଗଙ୍ଗାଧର ଜେନା, ନିରଂଜନ ବେହେରା ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ୪୨୮ଜଣ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ପ୍ରଦାନ କରାଯାଇଥିଲା । ଏଥିରେ ସ୍ଥାନୀୟ ମଲ୍ଲିକାପୁର ସରପଂଚ, ମଧୁସ୍ମିତା ପାତ୍ର, ଛଚିଂଣା ସରପଂଚ ମାନସୀ ସାମଲ, କମାରଡିହ ସରପଂଚ ସ୍ମୀତାରାଣୀ ବିଶ୍ୱାଳ, ଦତପୁର ସରପଂଚ ରେଖାରାଣୀ ଜେନା, କସପା ସରପଂଚ, ମିନୁଲତା ସାହୁ, ମଲ୍ଲିକାପୁର ପଂଚାୟତର ସମିତିସଭ୍ୟ ଗଗନ ସୂତାର ଓ ଦତପୁରର ବାବୁରାମ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।

 

0
0
0
s2sdefault