ହେଡଲାଇନସ୍:

ବିରୋଧୀ ନୁହେଁ ଖୋଦ ବିଜେଡି କଲା ଅଭିଯୋଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ରୋଗୀ ସେବା ଠିକ ଚାଲିନି 

28-04-18-baripada-w.jpg - 119.83 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ି ସରକାର ଶାସନ ଚାଲିଛି । ପୁଣି ନବୀନଙ୍କ ସ୍ୱଚ୍ଛ ନିର୍ମଳ ଶାସନ ବ୍ୟବସ୍ଥା ସହିତ ଜନସାଧାରଣଙ୍କ ନିମନ୍ତେ ବହୁ ଲୋକାଭିମୁଖୀ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ରାଜ୍ୟରେ ଡ଼ିଣ୍ଡିମ ବାଜୁଛି । ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ମୁଖ୍ୟମନ୍ତ୍ରୀ ନବୀନ ଉଦଘାଟନ କରିଥିଲେ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ । ଉକ୍ତ ସରକାରୀ ହସପିଟାଲକୁ ଏକ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ହସପିଟାଲରେ ପରିଣତ କରାଇବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କୁଆଡେ଼ଘୋଷଣା କରିଥିଲେ |  ଏହି ସମୟରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଦେଖା ଦେଇଛି ସମସ୍ୟାର ପାହାଡ଼ । ଏହା ବିରୋଧୀ ଦଳ କହୁ ନାହାନ୍ତି । ଅଭିଯୋଗ ଆଣିଛନ୍ତି ଖୁଦ ଶାସକ ଦଳର ନେତା, କର୍ମୀ ଓ ସମର୍ଥକମାନେ । ଚଳିତ ଅପ୍ରେଲ ୨୭ରେ ମୟୂରଭଞ୍ଜ ଜିଲ୍ଲା ବିଜେଡ଼ିର ଯୁବ ସଭାପତି ଜିତେନ୍ଦ୍ର ମହାନ୍ତି ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଜନସାଧାରଣଙ୍କ ଦୀର୍ଘ ଦିନର ଆନ୍ଦୋଳନ  ପରେ ଜିଲ୍ଲାର ସଦର ମହକୁମା ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆଠାରେ ଜନ୍ମ ନେଇଥିଲା ପିଆରଏମ ମେଡ଼ିକାଲ କଲେଜ । ବର୍ତ୍ତମାନ ଏହି ମେଡ଼ିକାଲ କଲେଜ ବହୁ ସମସ୍ୟା ସମ୍ମୁଖୀନ ହୋଇଛି । ପ୍ରଥମେ ଏଠାରେ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳିପାରୁ ନାହିଁ । ବାରିପଦା ସହରରେ ଥିବା ୭ ମହଲା କୋଠାରେ ରୋଗୀମାନଙ୍କ ନିମନ୍ତେ ରହିଥିବା ଲିପ୍ଟ ଅଚଳ ହୋଇପଡ଼ିଥିବାରୁ କୋଠାର ବିଭିନ୍ନ ମହଲାକୁ ରୋଗୀ ତଥା ଜନସାଧାରଣଙ୍କୁ ସିଡ଼ି ବ୍ୟବହାର କରିବାକୁ ପଡ଼ୁଛି ଯାହା ବେଡ଼ି ଉପରେ କୋରଡ଼ା ପ୍ରହାର ସାଜିଛି । ସେହିପରି ହସପିଟାଲ ପରିସରରେ ପାନୀୟ ଜଳ ଏକ ସମସ୍ୟା ଭାବେ ଦେଖା ଦେଇଛି । ଡ଼ାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି ରୋଗୀମାନେ ଭାବୁ ଥିବା ବେଳେ ସେହି ଦ୍ୱିତୀୟ ଭଗବାନଙ୍କର ରୋଗୀମାନଙ୍କ ପ୍ରତି ସମବେଦନା ପ୍ରଦର୍ଶନ କରିବା ଦୂରର କଥା ଦୁର୍ବ୍ୟବହାରର ସମ୍ମୁଖୀନ ହେବାକୁପଡ଼ୁଛି । ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଅଚଳାବସ୍ଥା ଦେଖାଦେଇଛି । ବିଭାଗରେ ଥିବା ମେସିନ ଖରାପ ହେବା ପରେ ଡେ଼ଲିଭରୀ ପେସେଣ୍ଟମାନଙ୍କୁ ବାହାରକୁ ରେଫର କରାଇ ଦେଉଛନ୍ତି । ହସପିଟାଲରେ ରୋଗୀମାନଙ୍କୁ ଉତ୍ତମ ଚିକିତ୍ସାମେଯାଗାଇ ଦେବା ବଦଳରେ ଘରୋଇ ବିକିତ୍ସାଳୟକୁ ନେବାକୁ ପରାମର୍ଶ ଦେଉଛନ୍ତି । ସେହିପରି ନିରାମୟ କେନ୍ଦ୍ରରେ ରୋଗୀମାନଙ୍କୁ ଔଷଧ ମକ୍ଟଳର ନାହିଁ । ଡ଼ାକ୍ତରମାନଙ୍କ ପ୍ରେସକ୍ରିପସନ ଉପରେ ନୋ ଷ୍ଟକ ଲେଖି ବିଦା କରାଯାଉଛି । ଯାହାଫଳରେ ଗରୀବ ଜନସାଧାରଣଙ୍କୁ ଔଷଧ ବାହାରୁ କିଣିବାକୁ ପଡ଼ୁଛି ଏବଂ ସେମାନଙ୍କୁ ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି । ପୁଣି ଡ଼ାକ୍ତରମାନେ ମେଡ଼ିକାଲ କଲେଜରେ ବିଭିନ୍ନ ପରୀକ୍ଷାର ସୁବିଧା ଉପଲବ୍ଧ ରହିିବା ସମୟରେ ଏକ ନିର୍ଦ୍ଧିଷ୍ଟ ପରୀକ୍ଷାଗାରକୁ ରୋଗୀମାନଙ୍କୁ ପରୀକ୍ଷା କରାଇବାକୁ ଯିବା ନିମନ୍ତେ ପରାମର୍ଶ ଦିଆଯାଉଛି । ପିଆରଏମ ମେଡ଼ିକାଲ କଲେଜରେ ଦ୍ୱିତୀୟ ବର୍ଷର ନାମ ଲେଖାରେ ଅନିଶ୍ଚିତତା ଦେଖା ଦେଇଛି । ସମସ୍ତ ଭିତ୍ତିଭୂମିର ବ୍ୟବସ୍ଥା ରହିଥିଲେ ମଧ୍ୟ ଏମସିଆଇ ଟିମ ମେଡ଼ିକାଲ କଲେଜ ଗସ୍ତରେ ନ ଆସି ବାଲେଶ୍ୱରରୁ ଫେରି ଗଲେ । ଏହି ସମସ୍ତ ବିଷୟକୁ ନେଇ ଜିଲ୍ଲା ଯୁବ ବିଜେଡ଼ି ପକ୍ଷରୁ ଗଭୀର ଉଦବେଗ ପ୍ରକାଶ କରାଯାଇଛି । ଏହିପରିପ୍ରେକ୍ଷୀରେ ଅପ୍ରେଲ ୨୭ ଶୁକ୍ରବାର ଜିଲ୍ଲା ଯୁବ ବିଜଦ ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ଯୁବ କର୍ମୀ ମେଡ଼ିକାଲ କଲେଜକୁ ଯାଇ ରୋଗୀମାନଙ୍କର ସମସ୍ୟା, ଡ଼ାକ୍ତରମାନଙ୍କ ରୋଗୀମାନଙ୍କ ପ୍ରତି ଦେପରୁଆ ମନୋଭାବ ସହିତ ବିଭିନ୍ନ ପ୍ରକାରର ଅବ୍ୟବସ୍ଥାକୁ ହୃଦୟଙ୍ଗମ କରି କଲେଜର ସୁପରିନଟେଣ୍ଡେଣ୍ଟ ନରେନ୍ଦ୍ର ନାଥ ସୋରେନଙ୍କୁ ସାକ୍ଷାତ କରି ତାଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା ସହିତ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏହାବ୍ୟତୀତ ମେଡ଼ିକାଲ କଲେଜରେ ଦେଖା ଦେଇଥିବା ଅବ୍ୟବସ୍ଥା ଯେପରି ପୁନରାବୃତ୍ତି ନ ଘଟେ ତାହାକୁ ତଦାରଖ କରିବା ନିମନ୍ତେ ଏକ ସ୍କ୍ୱାଡ ଗଠନ କରିବା ସଂଗେସଂଗେ  ପ୍ରତ୍ୟେକ ମାସ ସର୍ବନିମ୍ନ ୫ ଥର ମେଡ଼ିକାଲ କଲେଜକୁ ଆସି ପରିସ୍ଥିତି ଅନୁଧ୍ୟାନ କରିବେ ବୋଲି ବିଜେଡି  ଜିଲ୍ଲା ଯୁବ ସଭାପତି ଶ୍ରୀମହାନ୍ତି ସୂଚନା ଦେଇଛନ୍ତି । ଯୁବ ସଭାପତିଙ୍କ ସହିତ ବିରଞ୍ଚି ମହାପାତ୍ର, ଅଭୟ ସିଂ, ଅନିରୁଦ୍ଧ ଭଞ୍ଜଦେଓ, ପ୍ରଦୀପ ଦାସ, ରାଜେନ୍ଦ୍ର ବାରିକ, ସନ୍ଦିପ ବସା, ଆଭାସ ଦେ, ଶଙ୍କର୍ଷଣ ପଣ୍ଡା, ସରୋଜ ମହାକୁଡ଼, ସତ୍ୟବ୍ରତ ମହାନ୍ତି, ଶିବୁ ରଣା, ନନ୍ଦନ ଭଞ୍ଜ, ଦୀପକ ଘୋଷ, ମନିଷ ବେହେରା, ଅଭିରାମ ଦାସ, ସୌମ୍ୟ ମୁଦୁଲି, ଦେବେନ୍ଦ୍ର ସେନାପତି, ଦିବ୍ୟବ୍ରତ ମହାନ୍ତି, ଜିତ୍ ପଟ୍ଟନାୟକ, ବାପି ଘ ଢେ଼ଇ, ମାନସ ମହାନ୍ତି, ସୁଧୀର ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ । 

 

0
0
0
s2sdefault