ପଦ୍ମପୁର/ଶାସକ ପ୍ରଶାସକ - ପଦ୍ମପୁର ଉପଖଣ୍ତ ସ୍ଥିତ ଖଲିଆପାଲି ପଂଚାୟତ ଅର୍ନ୍ତଗତ ଝାଙ୍କରପାଲି ଗ୍ରାମ ଜାହା ପଦ୍ମପୁର ସହରରୁ ମାତ୍ର ୩ କି.ମି. ଦୂରରେ ଥାଇ ମଧ୍ୟ ଗ୍ରାମବାସୀ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଂଚିତ ରହିବା ଦେଖିବାକୁ ମିଳୁଛି। ସହରର ବଡବଡିଆ ବାବୁ ତଥା ବଉଚ୍ଚ ପଦାଧିକାରୀ ,ନେତା ତଥା ସାମାଜିକ ସ୍ବେଚ୍ଛାସେବୀଙ୍କ ଆଖି ଦୃଷ୍ଟିରୁ ବଂଚିତ ହୋଇ ଯାଇଛି ଝାଙ୍କରପାଲି ଗ୍ରାମ। ଗୋଟିଏ କି ଦୁଇ ଗୋଟି ନୁହଁ ଅନେକ ସମସ୍ୟା ଘେରରେ ଦିନ ବିତାଉଛନ୍ତି ଗ୍ରାମର ଗରିବ ଲୋକେ। ସ୍ବାଧୀନତାର ପୂର୍ବରୁ ଜନ୍ମ ନେଇଥିବା ବୟସ୍କାଧିକାରୀ ଭତ୍ତା ଏଯାଏଁ ପାଇ ପାରି ନାହାନ୍ତି। ତନି ବର୍ଷ ହେଲା ମିଳିପାରୁନି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କି ମିଲୁନି ବିଜୁ ପକ୍କାଘର। ଅନ୍ଧକାରରେ ରାତି କାଟୁଛନ୍ତି ଗରିବ ଲୋକ। ଛୋଟ ଛୁଆ ପାଠ ପଢିବା ତ ଦୁରର କଥା କଲେଜ ଛାତ୍ରଛାତ୍ରୀ ଷ୍ଟ୍ରୀଟ ଲାଇଟ ର ଆଶ୍ରା ନେଉଛନ୍ତି।
ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ବିଜୁ ପକ୍କାଘର ଝାଙ୍କରପାଲି ଗ୍ରାମରେ ଫେଲ ମାରିବା ଏକ ଜ୍ବଳନ୍ତ ଉଦାହରଣ। ଦୀର୍ଘ ୩ ବର୍ଷ ହେଲା ଗୋଟିଏ ହେଲେ ଘର ଭାଙ୍ଗି ପଡିବାରୁ କିଛି ପରିବାର କ୍ଲବ ଘରରେ ଆଶ୍ରା ନେଇଛନ୍ତି। ଘର ଖଣ୍ତିଏ କରି ନପାରି ବୁଢା ବୁଢି ରାସ୍ତା କଡରେ ଝାଟିନ ମାଟି ଉପରେ ପାଳ ବିଛାଇ ଜୀବନ ନିର୍ବାହ କରୁଛନ୍ତି। ପ୍ରତିଦିନ ରିକ୍ସା ଟାଣି ପରିବାରର ଗୁଜୁରାଣ ମେଣ୍ଟଉଥିବା ବ୍ୟକ୍ତିର ଘର ଭୁସୁଡିବା ଉପରେ। ସରକାରୀ ସହାୟତାରୁ ତହସିଲ ଅଫିସରେ ମିଳୁଥିବା ଜରି ଖଣ୍ଡେକ ମଧ୍ୟ ଏହି ଗ୍ରାମର ଗରିବକୁ ସହାୟ ହୋଇପାରିନାହିଁ । ଏମିତିକି ଭିନ୍ନକ୍ଷମ ବ୍ୟକ୍ତି ନିଜ ପରିବାର କୁ ନେଇ ବିପଦ ସଂକୁଳ ଅବସ୍ଥାରେ ରହୁଛନ୍ତି। ପ୍ରାୟ ୨ ବର୍ଷ ହେବ ଗାଁ ର ପାଖାପାଖି ସମସ୍ତ ଘରେ ଦିନ ଦୟାଲ ଉପାଧ୍ୟାୟ ବିଦ୍ୟୁତ ସଂଯୋଗି କରଣ ଯୋଜନା ଅନୁଯାୟୀ ମିଟର ବକ୍ସ ଲଗା ହୋଇଛି , ସ୍ବିଚ ବୋର୍ଡ ମଧ୍ୟ ଲାଗିଛି , ତାର ମଧ୍ୟ ଟଣା ହୋଇଛି ହେଲେ ବର୍ତମାନ ଯାଏଁ ଜଣେ ବି ଉପଭୋକ୍ତାଙ୍କ ଘରେ ବିଦ୍ୟୁତ ସଂଯୋଗି କରଣ କରାଯାଇ ନାହିଁ।
କେନ୍ଦ୍ର ସରକାରଙ୍କ ଉଜ୍ବଳା ଯୋଜନା ମଧ୍ୟ ଝାଙ୍କର ପାଲି ଗ୍ରାମକୁ ପହଂଚି ପାରିନହିଁ। ଉଜ୍ବଳା ଯୋଜନା ଗ୍ୟାସ କନେକ୍ସନ ଦେବା ନାଁ ରେ ଗ୍ରାମର ନିରିହ ଗରିବ ଲୋକଙ୍କୁ ଗ୍ରାମର କିଛି କୁଜି ନେତା ପଇସା ଠକି ଖାଇବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ବର୍ଷାଦିନେ କାଠ ଚୁଲିର ଆଶ୍ରା ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ନିଜେ ରାଜବୋଡ଼ସମ୍ବର ବ୍ଲକ ଚେୟାରମ୍ୟାନଙ୍କ ପଂଚାୟତ ହୋଇ ମଧ୍ୟ ଦୀପ ତଳ ଅନ୍ଧାର ଭଳି ସମସ୍ୟା ଘେରରେ ଝଙ୍କାରପାଳି ଗ୍ରାମ। ଏହି ସବୁ ଅଭିଯୋଗ କିନ୍ତୁ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦର୍ବାନ ଙ୍କ ସମ୍ମୁଖ କୁ ଆସିବା ପରେ ପଦ୍ମପୁର ଉପଜିଲ୍ଲାପାଳ ସମୟ ନ ନେଇ ଝାଙ୍କରପାଲି ଗ୍ରାମକୁ ଯାଇ ପୁରା ଗ୍ରାମ ବୁଲିବା ସହ ଗ୍ରାମବାସୀ ଙ୍କ ସହ କଥା ହୋଇ ଲୋକଙ୍କ ପରିସ୍ଥିତି ବୁଝିଥିଲେ। ଏହା ସହ ହୋଇଥିବା ତ୍ରୁଟି ଗୁଡିକୁ ତଦନ୍ତ କରିବା ସହ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଶ୍ୱାସନା ଦେବା ସହ କେତେକ ଖୁବ ଦରକାରୀ ଥିବା ଲୋକଙ୍କୁ ତତକ୍ଷଣାତ ପଲିଥିନ ପ୍ରଦାନ ପାଇଁ ନିର୍ଦେଶ ଦେବା ସହ ଭିନ୍ନକ୍ଷମଙ୍କ ପାଇଁ ଭତ୍ତା ବ୍ୟବସ୍ଥା ସହ ପଦ୍ମପୁର ଉପାଖଣ୍ଡ ଙ୍କ ଦ୍ଵାରା ତୁରନ୍ତ ଚିକିତ୍ସା ପାଇଁ ନିର୍ଦେଶ ଦେଇ ଥିଲେ। ଏହା ସହ କିଛି ଲୋକଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତାର କାଗଜ ପତ୍ର ମଧ୍ୟ ପ୍ରସ୍ତୁତ କରେଇବା ସହ ଯଥା ଶୀଘ୍ର ସମ୍ଭବ ଗ୍ରାମବାସୀଙ୍କୁ ବିଭିନ୍ନ ଯୋଜନା ସହ ଯୋଡ଼ା ଯିବ ବୋଲି କହିଥିଲେ। ପଦ୍ମପୁର ଉପଜିଲ୍ଲାପାଳ ଙ୍କ ତତକ୍ଷଣାତ ପଦକ୍ଷେପକୁ ଗ୍ରାମବାସୀ କୃତଜ୍ଞତା ଜଣାଇଥିବା ବେଳେ ପଦ୍ମପୁର ଜନସାଧାରଣ ବହୁ ପ୍ରସଂସା ଜଣାଇଥିଲେ। ଏବଂ ଗ୍ରାଉଣ୍ଡ ଜିରୋରେ ପହଂଚି ଲୋକଙ୍କୁ ପ୍ରଶାସନ ସହ ଯୋଡିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳ ଙ୍କ ଏହି ପ୍ରୟାସ କୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ଭୁୟସୀ ପ୍ରଶଂସା କରାଯାଇଛି।