ସୁନ୍ଦରଗଡ଼ - ଗତ କିଛିଦିନ ପୂର୍ବରୁ ରାଉରକେଲାରେ ଜଣେ କରୋନା ଆକ୍ରାନ୍ତ ମୃତ୍ୟବରଣ କରିଥିବା ବେଳେ ବର୍ତ୍ତମାନ ଜିଲ୍ଲାର ଅଧିକାଂଶ ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି | ତେଣୁ ସୁନ୍ଦରଗଡ଼ ଜିଲାକୁ ସଟଡାଉନ କରିବାର ବହୁ ଆବଶ୍ୟକତା ରହିଛି ଏବଂ ଏଥିପ୍ରତି ଜିଲ୍ଲା ପ୍ରଶାସନ ସମୀକ୍ଷା କରିବା ଉଚିତ ବୋଲି ଦାବୀ କରିଛନ୍ତି ସମାଜସେବୀ ଶାନ୍ତନୁ କୁସୁମ | ଏହି ପରିପ୍ରେକ୍ଷୀରେ ସମାଜସେବୀ ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଜିଲ୍ଲାରେ ଯେଉଁ ଭଳି ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି ତାହାକୁ ଦେଖିଲେ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହୋଇଥିବାର ସନ୍ଦେହ ଜାତ ହେଉଛି | ତାଛଡା ବିଗତ କିଛି ଦିନ ମଧ୍ୟରେ ଜିଲ୍ଲାର ଶିଳ୍ପାଞ୍ଚଳ ଗୁଡିକୁ ରାଜ୍ୟ ବାହାରୁ ଅନେକ ଶ୍ରମିକ ଆସିଥିବା ବେଳେ ଏହା ଭିତରେ କୋଇଡ଼ାରେ 3 ଜଣ ଶ୍ରମିକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି | ଯେତେବେଳେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ସରଳ, ନିରୀହ ସାଧାରଣ ଜନତା କୋଭିଡ-19 ର ନିୟମାବଳୀ ସମ୍ୱନ୍ଧରେ ସଚେତନ ନୁହନ୍ତି, ସେତେବେଳେ ବୃଦ୍ଧି ପାଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ଜିଲ୍ଲା ପ୍ରଶାସନ ସଟଡାଉନର ଆବଶ୍ୟକତାକୁ ନେଇ ଅନୁଶୀଳନ କରିବାର ବହୁ ଆବଶ୍ୟକତା ରହିଛି ବୋଲି ସମାଜସେବୀ ଶ୍ରୀ କୁସୁମ ଦାବୀ କରିଛନ୍ତି |
ରାଜ୍ୟ
ସଟଡାଉନର ଆବଶ୍ୟକତାକୁ ନେଇ ସମୀକ୍ଷା କରୁ ଜିଲ୍ଲା ପ୍ରଶାସନ - ଶାନ୍ତନୁ
- Hits: 543