ହେଡଲାଇନସ୍:

ଅନଲାଇନରେ ରାଜ୍ୟପାଳଙ୍କ ନିକଟରେ କରିପାରିବେ ଅଭିଯୋଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜଭବନରେ ଅନଲାଇନ ସାଧାରଣ ଅଭିଯୋଗ ପ୍ରତିକାର ପ୍ରକ୍ରିୟାର ପ୍ରଚଳନ ।

ଭୁବନେଶ୍ୱର(ଶାସକ ପ୍ରଶାସକ) ; ସାଧାରଣ ଅଭିଯୋଗଗୁଡ଼ିକର ସମାଧାନ ଓ ଶୀଘ୍ର ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଆଗାମୀ ଜୁଲାଇ ୬ ତାରିଖରୁ ଓଡ଼ିଶା ରାଜଭବନରେ ଅନଲାଇନ ସାଧାରଣ ଅଭିଯୋଗ ପ୍ରତିକାର ପ୍ରକ୍ରିୟା ପ୍ରଚଳିତ ହେଉଛି । ଏହି ଉଦେ୍ଧଶ୍ୟରେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ୱେବ୍ ପୋର୍ଟାଲ (https://cmgcodisha.gov.in) ବିକଶିତ କରାଯାଇଛି ।

ଏହା ମାଧ୍ୟମରେ ଅଭିଯୋଗକାରୀ ଯେ କୌଣସି ସ୍ଥାନରୁ ଯେ କୌଣସି ସମୟରେ ନିଜ ଅଭିଯୋଗ ଅପ୍ଲୋଡ଼୍ କରିପାରିବେ । ଏହା ପ୍ରାପ୍ତ ହେଲା ପରେ ସଂପୃକ୍ତ ବିଭାଗକୁ ତାରଫଏସଲା ନିମନ୍ତେ ଯଥାସଂଭବ ତୁରନ୍ତ ପଦକ୍ଷେପ ନେବାକୁ ପଠାଇଦିଆଯିବ । ୱେବ୍ ପୋର୍ଟାଲରେ ଅଭିଯୋଗ ଅପ୍ଲୋଡ଼୍ ହେଲା ମାତ୍ରେ ଅଭିଯୋଗକାରୀ ନିଜ ଫୋନ ନମ୍ବରରେ  ପଂଜୀକରଣ ସଂଖ୍ୟା ସହ ଏକ ମେସେଜ୍ ପାଇବେ । ଏହି ପଂଜୀକରଣ ସଂଖ୍ୟାକୁ ପରବର୍ତୀ ସମୟରେ ଅଭିଯୋଗକାରୀ ନିଜ ଅଭିଯୋଗର ସ୍ଥିତି ସଂପର୍କରେ ଜାଣିବାକୁ ବ୍ୟବହାର କରିପାରିବେ । ଏହି ଅନ୍ଲାଇନ ଅଭିଯୋଗ ପ୍ରତିକାର ପ୍ରକ୍ରିୟାର ଲକ୍ଷ୍ୟ ସମୟର ସଠିକ ଉପଯୋଗ ସହ ଶୀଘ୍ର ଅଭିଯୋଗ ଫଏସଲା ପାଇଁ ଅଭିପ୍ରେତ ବୋଲି ରାଜଭବନ ପକ୍ଷରୁ ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ ସୂଚନା ଦେଇଛନ୍ତି ।

0
0
0
s2sdefault