ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ ଏ ବର୍ତ୍ତମାନ କରନା ସ୍ଥିତି ଯେଉଁ ପରିସ୍ଥିତିରେ ଅଛି ସେହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଦେବାଳୟ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସରକାର ଜୁନ ୩୦ ତାରିଖ ଦିନ ଘୋଷଣା କରିଛନ୍ତି | ତେଣୁ ଏ ବର୍ଷର କାଉଡିଆ ଯାତ୍ରା ଓ ଓ ବିଭିନ୍ନ ଶିବାଳୟରେ ଜଳ ଲାଗିକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି | ତେଣୁ ରାଜ୍ୟବାସୀ ଓ କାଉଡିଆ ଶ୍ରଦ୍ଧାଳୁମାନେ ସହଯୋଗ କରିବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଅତିରିକ୍ତ ମୁକଜ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି |
ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଛନ୍ତି ଯେ, ପ୍ରତିବର୍ଷ ଶ୍ରାବଣ ମାସ ଷୋମବାର ଦିନ ବିଭିନ୍ନ ଶିବାଳୟରେ କାଉଡିଆ ବା ବୋଲବମ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ | ବୋଲବମ୍ ଯାତ୍ରାରେ ସାମିଲ ହେଉଥିବା କାଉଡ଼ିଆମାନେ ବିଭିନ୍ନ ଜାଗାରୁ ଜଳ ନେଇ ମହାଦେବଙ୍କ ମନ୍ଦିରରେ ଜଳଲାଗି କରୁଥିବାରୁ ପ୍ରତିବର୍ଷ ରାସ୍ତାଘାଟ ଏବଂ ମନ୍ଦିରମାନଙ୍କରେ ଅସମ୍ଭବ ପରିଲକିତ ହୋଇଥାଏ | ଏବର୍ଷ କରୋନା ସ୍ଥିତି ଯୋଗୁଁ ବୋଲବମ୍ ଯାତ୍ରା ହେଲେ ତାହା ଯଥେଷ୍ଟ ବିପଦ ସୃଷ୍ଟି କରିବାର ସମ୍ଭାବନା ଅଛି । ସେହି ଦୃଷ୍ଟିରୁ ରାଜ୍ୟ ସରକାର ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । କୌଣସି ଜାଗାରେ କାହାରିକୁ ବୋଲବମ୍ ଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ । ଏ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଓ କାଉଡିଆ ଶ୍ରଦ୍ଧାଳୁ ସହଯୋଗ କରିବା ପାରି ଶ୍ରୀ ଜେନା ଆଶାବ୍ୟକ୍ତ କରିଛନ୍ତି |