ହେଡଲାଇନସ୍:

ବାରିପଦା ଉପଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କଲେ ପି ଅନ୍ୱେଷା ରେଡ୍ଡୀ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଉପଖଣ୍ଡର ଉପଜିଲ୍ଲାପାଳ ଏବଂ ବାରିପଦା ଦେବୋତ୍ତର ବିଭାଗର ନିର୍ବାହୀ ଅଧିକାରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ୨୦୧୭ ବ୍ୟାଚ ଆଇଏଏସ୍ ପି ଅନ୍ୱେଷା ରେଡ୍ଡୀ । ଶ୍ରୀମତୀ ରେଡ୍ଡୀ ଆଜି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ତାଙ୍କର ବାସଭବନ କାର୍ଯ୍ୟାଳୟରେ ସାକ୍ଷାତ କରି ଜଏନିଂ ରିପୋର୍ଟ ଦାଖଲ କରିବା ପରେ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଥିଲେ । ଏହାପରେ ବାରିପଦା ଉପଜିଲ୍ଲାପାଳ ଦାୟିତ୍ୱରେ ଥିବା ବାରିପଦା ପିଏ ଆଇଟିଡ଼ିଏ ବସନ୍ତ କୁମାର ସେଠୀଙ୍କ ନିକଟରୁ ନୂତନ ଉପଜିଲ୍ଲାପାଳ ଶ୍ରୀମତୀ ରେଡ୍ଡୀ  ଦାୟିତ୍ୱ ଗ୍ରହଣ କରିଥିଲେ । ସେହିପରି କାର୍ଯ୍ୟାଳୟର କର୍ମଚାରୀମାନେ ମଧ୍ୟ ନୂତନ ଉପଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥି ସହିତ ବାରିପଦା ପୌରପରିଷଦ କାର୍ଯ୍ୟାଳୟକୁ ଯାଇ ପୌର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ । ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ବ୍ଲକ ବିଡ଼ିଓ ଆକୁଲ ଚନ୍ଦ୍ର ନାଏକ ନୂତନ ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ସେହିପରି ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହିତ ମିଶ୍ରଣ ଓ ମୟୂରଭଞ୍ଜ ଓଡ଼ିଶା ପ୍ରଦେଶର ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହେବା ସମୟରେ ମୟୂରଭଞ୍ଜ ଗଡ଼ରେ ରହିଥିବା ମଠ ମନ୍ଦିରରେ ଥିବା ଠାକୁରମାନଙ୍କ ନିମନ୍ତେ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ କୋଟି କୋଟି ଟଙ୍କା ମୂଲ୍ୟର ମଣି ମାଣିକ୍ୟ ଖଚିତ ସୁନା ଓ ରୁପା ଅଳଙ୍କାର ଛାଡ଼ି ଦେଇଯାଇଥିଲେ । ନୂତନ ଭାବେ ବାରିପଦା ଉପଜିଲ୍ଲାପାଳ ଓ ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ଭାବେ ଶ୍ରୀମତୀ ରେଡ୍ଡୀ ଦାୟିତ୍ୱ ଭାର ଗ୍ରହଣ କରିବା ପରେ ରେଜିଷ୍ଟରରେ ଲିପିବଦ୍ଧ ହୋଇ ରହିଥିବା ଏହି କୋଟି କୋଟି ଟଙ୍କା ମୂଲ୍ୟର ସମସ୍ତ ଅଳଙ୍କାର ହିସାବ ନେବାକୁ ଯାଉଛନ୍ତି । ଏଥି ନିମନ୍ତେ ଆସନ୍ତା ସୋମବାର ବାରିପଦା ସହରର ସୁନା ବ୍ୟବସାୟୀ ଖେମଜୀ ଦୟାଭାଇଙ୍କ ଜୁଏଲାରୀ ଦୋକାନର କାରୀଗରଙ୍କୁ ଡ଼କାଯାଇ ଠାକୁରମାନଙ୍କ ଗହଣାକୁ ଯାଞ୍ଚ କରିବାକୁ ଯାଉଛନ୍ତି ବୋଲି ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଶ୍ରୀମତୀ ରେଡ୍ଡୀ ଓଡ଼ିଶା ଖଣି ନିଗମର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ସଫଳତାର ସହିତ ଦାୟିତ୍ୱ ସମ୍ପାଦନ କରିଆସିଛନ୍ତି । 

 

0
0
0
s2sdefault